‘ମାନହାନୀ ମୋକଦ୍ଦମାକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ଟିପ୍ପଣୀ, କହିଲେ....

ସୁପ୍ରିମକୋର୍ଟ ୨୨ ସେପ୍ଟେମ୍ବର ସୋମବାର ଏକ ମାନହାନୀ ମୋକଦ୍ଦମାର ଶୁଣାଣି କରି ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ କରିଛନ୍ତି। ଉଚ୍ଚତମ ନ୍ୟାୟାଳୟ 'ଦ ୱାୟର ମିଡିଆ ଆଉଟଲେଟ୍' ସମ୍ପର୍କିତ ମାମଲାରେ ବିଚାର କରି କହିଛନ୍ତି ଯେ ମାନହାନୀ ମାମଲାଗୁଡିକୁ ଅପରାଧିକ ଶ୍ରେଣୀରୁ ହଟା ଯିବାର ସମୟ ଆସିଯାଇଛି। ଏହା ପୂର୍ବରୁ ସୁପ୍ରିମକୋର୍ଟ ୨୦୧୬ ମସିହାରେ ତାଙ୍କର ଏକ ରାୟରେ ଅପାରଧିକ ମାନହାନୀ ଆଇନଗୁଡିକର ସମ୍ବିଧାନିକ ବୈଧତାକୁ କାୟମ ରଖିଥିଲେ।

ସେତେବେଳେ କୋର୍ଟ ଏହା ମଧ୍ୟ କହିଥିଲେ ଯେ ପ୍ରତିଷ୍ଠା ଅଧିକାର ସମ୍ବିଧାନର ଅନୁଚ୍ଛେଦ ୨୧ ଅନୁସାରେ ଜୀବନ ଓ ସମ୍ମାନର ମୌଳିକ ଅଧିକାର ଅନ୍ତର୍ଗତ। ହେଲେ ଏବେ କୋର୍ଟ ଅଲଗା ମତ ଦେଲେଣି। ସୁପ୍ରିମକୋର୍ଟ ଏହି ଟିପ୍ପଣୀ ସେହି ଆବେଦନ ଉପରେ ଶୁଣାଣି କାଳରେ କରିଛନ୍ତି ଯେଉଁଥିରେ ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନୟୁ)ର ଜନୈକ ପ୍ରଫେସରଙ୍କ ଦ୍ୱାରା ରୁଜୁ ଅପରାଧିକ ମାନହାନୀ ମାମଲାରେ ନ୍ୟୁଜ୍ ଆଉଟଲେଟ୍ 'ଦ ୱେର' କୁ ଜାରି ସମନକୁ ଚ୍ୟାଲେଞ୍ଜରେ କରାଯାଇଛି।

Supreme Court

ବାର ଆଣ୍ଡ ବେଞ୍ଚ ରିପୋର୍ଟ ଅନୁସାରେ ଏହି ମାମଲା 'ଦ ୱେର'ର ସେହି ନ୍ୟୁଜ୍ ରିପୋର୍ଟ ସମ୍ପର୍କିତ ଯେଉଁଥିରେ କୁହାଯାଇଥିଲା 'ପ୍ରଫେସର ଅମିତା ସିଂହ ଜେଏନୟୁର ଶିକ୍ଷକଙ୍କ ଏକ ଗ୍ରୁପର ସଞ୍ଚାଳିକା ଥିଲେ, ଯେଉଁମାନେ ୨୦୦ ପୃଷ୍ଠାର ଏକ ଡୋଜିୟର ତିଆରି କରିଥିଲେ ଯେଉଁଥିଲେ ଜେଏନୟୁ କୁ 'ସଙ୍ଗଠିତ ସେକ୍ସ ରାକେଟର ଆଡ୍ଡା' ବୋଲି କହିଥିଲେ'। ଏଥିରେ ଜେଏନୟୁର କେତେକ ଶିକ୍ଷକଙ୍କ ଉପରେ ଭାରତରେ ବିଛିନ୍ନତାବାଦୀ ଆନ୍ଦୋଳନକୁ ବୈଧ କହି ଜେଏନୟୁରେ ପତନଶୀଳ ସଂସ୍କୃତିକୁ ପ୍ରୋତ୍ସାହିତ କରିବାର ଆରୋପ ଲଗାଯାଇଥିଲା।

ଦ ୱେର ରିପୋର୍ଟ ଅନୁସାରେ ଏହି ଡୋଜିୟର ତିଆରି କରିବାରେ ଶିକ୍ଷକଙ୍କ ସମୂହର ଅମିତା ସିଂହ ମୁଖ୍ୟ ଥିଲେ। ଏହି ରିପୋର୍ଟ ପରେ ସିଂହ ୨୦୧୬ରେ ଦ ୱେର ଓ ତାଙ୍କ ରିପୋର୍ଟରଙ୍କ ଉପରେ ଅପରାଧିକ ମାନହାନୀ ମାମଲା ରୁଜୁ କରିଥିଲେ। ଏହି ମାମଲାରେ ଜଣେ ମାଜିଷ୍ଟ୍ରେଟ୍ ୨୦୧୭ ମସିହାରେ ଅନଲାଇନ ନ୍ୟୁଜ୍ ପୋର୍ଟାଲକୁ ସମନ ଜାରି କରିଥିଲେ। ଦିଲ୍ଲୀ ହାଇକୋର୍ଟ ମଧ୍ୟ ସମନର ସେହି ଆଦେଶକୁ କାୟମ ରଖିଥିଲେ, ଏଣୁ ଦ ୱେର ସୁପ୍ରିମକୋର୍ଟଙ୍କ ଶରଣାପନ୍ନ ହୋଇଛି।

ସୋମବାର ଶୁଣାଣି କାଳରେ ସୁପ୍ରିମକୋର୍ଟଙ୍କ ବିଚାରପତି ଜଷ୍ଟିସ୍ ଏମ.ଏସ୍. ସୁନ୍ଦରେଶ କହିଛନ୍ତି ଯେ 'ମୋତେ ଲାଗୁଛି ଏ ସବୁକୁ ଅପରାଧ ଶ୍ରେଣୀରୁ ବାହାର କରିଦିଆଯିବାର ଏବେ ସମୟ ଆସିଯାଇଛି'। ସେହିପରି କୋର୍ଟରେ ଦ ୱେରର ପକ୍ଷ ରଖୁଥିବା ଓକିଲ କପିଲ ଶିବଲ ମଧ୍ୟ କୋର୍ଟଙ୍କ ଏହି ଟିପ୍ପଣୀରେ ସହମତି ପ୍ରକାଶ କରି ଆଇନରେ ସୁଧାରର ଆବଶ୍ୟକତା ଥିବା କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଭାରତୀୟ ନ୍ୟାୟସଂହିତା ଧାରା ୩୫୬ ଅନୁସାରେ ଭାରତରେ ମାନହାନୀ ଏକ କ୍ରିମିନାଲ ଅଫେନ୍ସ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+