ବୁଲା କୁକୁରଙ୍କ ଉତ୍ପାତକୁ ନେଇ ସୁପ୍ରିମକୋର୍ଟ କ୍ଷୁବ୍ଧ, କହିଲେ...

ବୁଲା କୁକୁରଙ୍କ ଉତ୍ପାତକୁ ନେଇ ସୁପ୍ରିମକୋର୍ଟ ଘୋର ଉଦ୍‌ବେଗ ପ୍ରକାଶ କରିଛନ୍ତି। ଏ ସଂକ୍ରାନ୍ତରେ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟକୁ ଆଧାର କରି ସୁପ୍ରିମକୋର୍ଟ ନିଜ ଆଡୁ ମାମଲା ଦାଏର କରିଛନ୍ତି। ସୋମବାର ଜଷ୍ଟିସ ଜେବି ପାର୍ଦିୱାଲା ଓ ଜଷ୍ଟିସ ଆର.ମହାଦେବନଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହାର ଶୁଣାଣି କରିଛନ୍ତି ।

Supreme Court

ଦିଲ୍ଲୀ ଓ ଆଖପାଖ ଅଞ୍ଚଳରେ ଦୈନିକ ଶତାଧିକ ଲୋକ ବୁଲା କୁକୁର କାମୁଡାର ଶିକାର ହେବାସହିତ ଜଳାତଙ୍କ ରୋଗରେ ଆକ୍ରାନ୍ତ ହେଉଛନ୍ତି। ମ୍ୟୁନିସିପାଲ କର୍ପୋରେସନ ପକ୍ଷରୁ ଏ ବାବଦରେ ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଥିବାରୁ ଖଣ୍ଡପୀଠ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। କେବଳ ଦିଲ୍ଲୀ କାହିଁକି, ଦେଶର ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ବୁଲା କୁକୁରଙ୍କ ଦୌରାତ୍ମ୍ୟ ଦେଖିବାକୁ ମିଳୁଛି। ୨୦୨୪ରେ ୩୭ ଲକ୍ଷରୁ ଅଧିକ ଲୋକ କୁକୁର କାମୁଡାର ଶିକାର ହୋଇଥିବାବେଳେ ୫୪ ଜଣଙ୍କର ଜଳାତଙ୍କ ରୋଗରେ ପ୍ରାଣହାାନି ଘଟିଛି। ବୁଲା କୁକୁରଙ୍କ ସଂଖ୍ୟା ହ୍ରାସ କରିବାକୁ ସେମାନଙ୍କର ବନ୍ଧ୍ୟାକରଣ କାର୍ଯ୍ୟ କରାଯିବା ଜରୁରୀ ବୋଲି ଖଣ୍ଡପୀଠ ମତବ୍ୟକ୍ତ କରିଛନ୍ତି। ଏହାବ୍ୟତୀତ ସବୁ ଡାକ୍ତରଖାନା ଓ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଜଳାତଙ୍କ ଟିକା ଓ ଇଞ୍ଜକସନ ମହଜୁଦ ରଖିବାକୁ ପରାମର୍ଶ ଦିଆଯାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+