ଆରାବଳୀ ମାମଲାରେ ନିଜଆଡ଼ୁ ହସ୍ତକ୍ଷେପ କଲେ ସୁପ୍ରିମକୋର୍ଟ

ଆରାବଳୀ ମାମଲାରେ ନିଜଆଡ଼ୁ ହସ୍ତକ୍ଷେପ କଲେ ସୁପ୍ରିମକୋର୍ଟ । ଆସନ୍ତାକାଲି ସର୍ବୋଚ୍ଚ ଅଦାଲତରେ ହେବ ଶୁଣାଣି। ଆରାବଳୀ ପର୍ବତମାଳାରେ ଖଣି ଖନନକୁ ନେଇ ନିକଟରେ ହୋଇଥିବା କେତେକ ନୀତିଗତ ପରିବର୍ତ୍ତନକୁ ନେଇ ସୁପ୍ରିମ୍‌କୋର୍ଟ ନିଜ ଆଡ଼ୁ ହସ୍ତକ୍ଷେପ କରିଛନ୍ତି । ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ, ଜଷ୍ଟିସ ଜେକେ ମାହେଶ୍ବରୀ ଏବଂ ଜଷ୍ଟିସ ଏଜି ମସିହଙ୍କ ଅବସରକାଳୀନ ଖଣ୍ଡପୀଠ ଆଜି ଏହି ମାମଲାକୁ ଶୁଣାଣି ପାଇଁ ବିଚାରକୁ ନେବେ ବୋଲି କହିଛନ୍ତି । ଆରାବଳୀ ପର୍ବତମାଳାର ସଜ୍ଞା ପରିବର୍ତ୍ତନକୁ ବିରୋଧ କରି ଜନସାଧାରଣ କ୍ରୋଧିତ ହୋଇଥିବାରୁ ଏବଂ ପରିବେଶକୁ ନେଇ ଚିନ୍ତା ପ୍ରକଟ ହୋଇଥିବାରୁ ସୁପ୍ରିମ୍‌କୋର୍ଟ ଏଥିରେ ହସ୍ତକ୍ଷେପ କରିଛନ୍ତି ।

Supreme Court
ସଜ୍ଞା ପରିବର୍ତ୍ତନ ହେବାଦ୍ବାରା ପୂର୍ବରୁ ସୁରକ୍ଷିତ ଥିବା ଅଞ୍ଚଳରେ ଖଣି ଏବଂ ନିର୍ମାଣ କାର୍ଯ୍ୟ ବୈଧ ହୋଇପାରିବ ବୋଲି ପରିବେଶବିତ୍‌ ଗୋଷ୍ଠୀ ଚିନ୍ତା ପ୍ରକଟ କରିଛନ୍ତି । ଉଲ୍ଲେଖଯୋଗ୍ୟ ଦିଲ୍ଲୀ, ହରିୟାଣା, ରାଜସ୍ଥାନ ଏବଂ ଗୁଜରାଟ‌ରେ ଆରାବଳୀ ହିଲ୍ସର ପରିବର୍ତ୍ତିତ ସଜ୍ଞାକୁ ନେଇ ଚିନ୍ତା ପ୍ରକଟ ହୋଇଛି । ଏହି ମାମଲାର ସମାଧାନ ପାଇଁ ସୁପ୍ରିମକୋର୍ଟ ପୂର୍ବରୁ ଏକ ଉଚ୍ଚସ୍ତରୀୟ କମିଟି ମଧ୍ୟ ଗଠନ କରି ସାରିଛନ୍ତି।

ଶନିବାର (ଡିସେମ୍ବର ୨୭, ୨୦୨୫) ଉନ୍ନାଓ ବଳାତ୍କାର ମାମଲା ସମ୍ପର୍କରେ ଏକ ବଡ଼ ଅପଡେଟ୍ ସାମ୍ନାକୁ ଆସିଛି । କୁଲଦୀପ ସିଂହ ସେଙ୍ଗାରଙ୍କ ଦଣ୍ଡାଦେଶ ସ୍ଥଗିତ ରଖିବା ବିରୋଧରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)ର ଆବେଦନ ଉପରେ ସୁପ୍ରିମକୋର୍ଟ ସୋମବାର ଶୁଣାଣି କରିବେ । ମୁଖ୍ୟ ବିଚାରପତି ସୂର୍ଯ୍ୟ କାନ୍ତଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିବେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+