ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଆବେଦନ ଉପରେ ଆଜି ହେବ ସୁପ୍ରିମକୋର୍ଟଙ୍କ ଶୁଣାଣି

Arvind Kejriwal Arrested: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଆବେଦନ ଉପରେ ଆଜି ହେବ ସୁପ୍ରିମକୋର୍ଟଙ୍କ ଶୁଣାଣି । ପୂର୍ବରୁ ଏହି ମାମଲାରେ ତାଙ୍କୁ ସୁରକ୍ଷା ଦେବାଲାଗି ଦିଲ୍ଲୀ ହାଇକୋର୍ଟ ମନା କରିଦେଇଥିଲେ ଯାହା ପରେ ୨୧ ମାର୍ଚ୍ଚ ୨୦୨୪ ସଂଧ୍ୟାରେ ତାଙ୍କୁ ଗିରଫ କରାଯାଇଥିଲା ।

Arvind Kejriwal Arrested

ବରିଷ୍ଠ ଓକିଲ ଅଭିଷେକ ମନୁ ସିଂଘଭୀ ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ମାଧ୍ୟମରେ ଅରବିନ୍ଦ କେଜ୍ରିୱାଲଙ୍କ ଗିରଫଦାରୀ ବିରୋଧରେ ସୁପ୍ରିମକୋର୍ଟରେ ତାଙ୍କ ଆବେଦନ ଉପସ୍ଥାପନ କରିଥିଲେ। ପ୍ରଧାନ ବିଚାରପତି ଡିଏ ଚନ୍ଦ୍ରଚୂଡଙ୍କ ନିକଟରେ ବର୍ତ୍ତମାନ ଏହି ଆବେଦନ ରଖାଯାଇଛି । ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, ମୁଖ୍ୟମନ୍ତ୍ରୀ ଥାଇ କୌଣସି ଦୁର୍ନୀତି ମାମଲାରେ ଗିରଫ ହେବାରେ ପ୍ରଥମ ନେତା ହେଉଛନ୍ତି କେଜ୍ରିୱାଲ ।

ଆଜି ଇଡି ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ପଚରାଉଚରା କରୁଛି । ଲିଖିତ ଭାବେ ତାଙ୍କର ସମସ୍ତ ବୟାନ ରେକର୍ଡ କରାଯିବା ସହ କ୍ୟାମେରାରେ ମଧ୍ୟ କଏଦ ହେଉଥିବା ନେଇ ସୂଚନା ରହିଛି । ତେବେ ଇଡି ଅରବିନ୍ଦ କେଜ୍ରିୱାଲଙ୍କୁ ୧୦ ଦିନିଆରେ ରିମାଣ୍ତେର ନେବା ନେଇ ଖବର ରହିଛି ।

ସୂଚନାଥାଉ ଯେ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ମାର୍ଚ୍ଚ 21 ତାରିଖ ରାତିରେ ମଦ ଦୁର୍ନୀତି ମାମଲାରେ ଇଡି ଗିରଫ କରିଛି । ଗିରଫଦାରୀରୁ ସୁରକ୍ଷା ଦେବା ନେଇ କେଜ୍ରିୱାଲଙ୍କ ଆବେଦନକୁ ଦିଲ୍ଲୀ ହାଇକୋର୍ଟ ଖାରଜ କରିବା ପରେ ଇଡି ଟିମ୍ ଗତକାଲି ସନ୍ଧ୍ୟାରେ କେଜ୍ରିୱାଲଙ୍କ ବାସଭବନରେ ପହଞ୍ଚି ତାଙ୍କୁ ଗିରଫ କରିଥିଲା ଏବଂ ତାଙ୍କୁ ଇଡି କାର୍ଯ୍ୟାଳୟରେ ରଖାଯାଇଥିଲା । ଆଜି କୋର୍ଟରେ ହାଜର କରାଯିବ । ଅନ୍ୟପଟେ ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଆବେଦନ ଉପରେ ସୁପ୍ରିମକୋର୍ଟଙ୍କ ଶୁଣାଣି ହେବ ।

ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, ମୁଖ୍ୟମନ୍ତ୍ରୀ ପଦରେ ଥାଇ ଗିରଫ ହୋଇଥିବା ପ୍ରଥମ ନେତା ହେଉଛନ୍ତି ଅରବିନ୍ଦ କେଜ୍ରିୱାଲ । ଏହାପୂର୍ବରୁ ଲାଲୁ ପ୍ରସାଦ ଯାଦବ, ହେମନ୍ତ ସୋରେନଙ୍କୁ ଗିରଫ କରାଯାଇଥିଲା ହେଲେ ସେ ଗିରଫ ପୂର୍ବରୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା ନେଇ ସୂଚନା ରହିଛି ।

ଏହା ସହ ଦିଲ୍ଲୀର ମଦ ଦୁର୍ନୀତି ମାମଲାରେ ଗିରଫ ହେବାରେ କେଜ୍ରିୱାଲ ହେଉଛନ୍ତି ଆମ୍ ଆଦମୀ ପାର୍ଟିର ତୃତୀୟ ନେତା । ଏହାପୂର୍ବରୁ ଏହି ମାମଲାରେ ସଞ୍ଜୟ ସିଂ ଏବଂ ମନୀଷ ସିସୋଦିଆଙ୍କୁ ମଧ୍ୟ ଗିରଫ କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+