Get Updates
Get notified of breaking news, exclusive insights, and must-see stories!

ଟ୍ରାକ୍ଟର ରାଲି ପ୍ରସଙ୍ଗରେ ହସ୍ତକ୍ଷେପ କରିବାକୁ ମନା କଲେ ସୁପ୍ରିମକୋର୍ଟ

ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀରେ ଆନ୍ଦୋଳନକାରୀ ଚାଷୀଙ୍କ ଟ୍ରାକ୍ଟର ରାଲି ପ୍ରସଙ୍ଗରେ ଆଜି ସୁପ୍ରିମ କୋର୍ଟରେ ଶୁଣାଣି ହୋଇଛି । ଏହି ପ୍ରସଙ୍ଗରେ ହସ୍ତକ୍ଷେପ କରିବାକୁ ମନା କରିଛନ୍ତି ସୁପ୍ରିମ କୋର୍ଟ ।

ନୂଆଦିଲ୍ଲୀ: ୫୬ ଦିନରେ ପହଞ୍ଚିଛି ଦିଲ୍ଲୀର ବିଭିନ୍ନ ସୀମାରେ ଜାରି ରହିଥିବା କୃଷକ ଆନ୍ଦୋଳନ । ତେବେ ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀରେ ଆନ୍ଦୋଳନକାରୀ ଚାଷୀଙ୍କ ଟ୍ରାକ୍ଟର ରାଲି ପ୍ରସଙ୍ଗରେ ଆଜି ସୁପ୍ରିମ କୋର୍ଟରେ ଶୁଣାଣି ହୋଇଛି । ଏହି ପ୍ରସଙ୍ଗରେ ହସ୍ତକ୍ଷେପ କରିବାକୁ ମନା କରିଛନ୍ତି ସୁପ୍ରିମ କୋର୍ଟ ।

Supreme Court

ତେବେ ମାନ୍ୟବର କୋର୍ଟ କହିଛନ୍ତି ଯେ, ଏହା ଦିଲ୍ଲୀ ପୋଲିସର ଅଧିକାର । ତେଣୁ ରାଲି ନେଇ ଦିଲ୍ଲୀ ପୋଲିସ ନିଷ୍ପତ୍ତି ନେବେ । ଶୁଣାଣି ସମୟରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ବୋବଡେ କହିଥିଲେ ଯେ, ଏହା ସଂପୂର୍ଣ୍ଣ ଦିଲ୍ଲୀ ପୋଲିସର ନିଷ୍ପତ୍ତି । ତେଣୁ ଏହି ମାମଲାରେ ଆମେ କିଛି କହିପାରିବୁନି । ତେବେ କେନ୍ଦ୍ର ସରକାର କୃଷକଙ୍କ ଟ୍ରାକ୍ଟର ରାଲି ନେଇ ଦାୟର କରିଥିବା ମାମଲାକୁ ଫେରାଇନେବାକୁ ସୁପ୍ରିମକୋର୍ଟ କହିଛନ୍ତି ।

ସୂଚନାଥାଉ କି, ସାଧାରଣତନ୍ତ୍ର ଦିବସରେ ଟ୍ରାକ୍ଟର ରାଲି କରିବାକୁ ଅଡି ବସିଛନ୍ତି ଚାଷୀ ସଂଗଠନ । କୃଷକଙ୍କ ଟ୍ରାକ୍ଟର ଶୋଭାଯାତ୍ରାକୁ ବିରୋଧ କରି କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ପିଟିସନ ଦାୟର କରିଛନ୍ତି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+