ଆପ୍-ରାଜ୍ୟପାଳ ବିବାଦ:ନିର୍ବାଚିତ ସରକାର ମୁଖ୍ୟ କ୍ଷମତାକେନ୍ଦ୍ର ବୋଲି କହିଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ:ସୁପ୍ରିମକୋର୍ଟରେ ଦିଲ୍ଲୀ ସରକାରଙ୍କ ବଡ଼ ବିଜୟ । ନିର୍ବାଚିତ ସରକାରକୁ ମୁଖ୍ୟ କ୍ଷମତାକେନ୍ଦ୍ର ବୋଲି କହିଲେ ସୁପ୍ରିମକୋର୍ଟ । ଅଫିସରମାନେ ମନ୍ତ୍ରୀଙ୍କ ନିକଟରେ ଉତ୍ତରଦାୟୀ ରହିବେ ହେଲେ ସନ୍ତୁଳନ ବିଗିଡିଯିବ ବୋଲି କୋର୍ଟ କହିଛନ୍ତି । କେନ୍ଦ୍ର ହାତରେ ଆଇନଶୃଙ୍ଖଳା, ରାଜ୍ୟ ହାତରେ ଟ୍ରାନ୍ସଫର କ୍ଷମତା ରବିବ ବୋଲି କହିଛନ୍ତି ସୁପ୍ରମକୋର୍ଟ । ପ୍ରଧାନ ବିଚାରପତିଙ୍କ ନେତୃତ୍ୱରେ ୫ ଜଣିଆ ଖଣ୍ତପୀଠ ଏହି ବଡ଼ ନିଷ୍ପତ୍ତି ନେଇଛନ୍ତି ।
ଗୁରୁବାର ଦିଲ୍ଲୀ ବନାମ କେନ୍ଦ୍ର ଯୁଦ୍ଧରେ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । ସର୍ବୋଚ୍ଚ ଅଦାଲତ କହିଛନ୍ତି ଯେ ସାଧାରଣ ଆଦେଶ, ପୋଲିସ ଏବଂ ଜମି ବ୍ୟତୀତ ସେବା ଉପରେ ଦିଲ୍ଲୀ ସରକାରଙ୍କର ଆଇନଗତ ଏବଂ ପ୍ରଶାସନିକ ନିୟନ୍ତ୍ରଣ ରହିଛି । ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଐତିହାସିକ ବୋଲି କହିଛନ୍ତି ।

ସେ କହିଛନ୍ତି ଯେ, ସୁପ୍ରିମକୋର୍ଟଙ୍କ ଆଜିର ଆଦେଶ ଅନେକ ଉପାୟରେ ଏକ ଐତିହାସିକ ଆଦେଶ। ଏହା ଦିଲ୍ଲୀର ଲୋକଙ୍କ ପାଇଁ ଏକ ବଡ଼ ବିଜୟ। ଦିଲ୍ଲୀର ଲୋକଙ୍କ ପ୍ରତି ହୋଇଥିବା ଅନ୍ୟାୟକୁ ମାନ୍ୟବର ସୁପ୍ରିମକୋର୍ଟ ନ୍ୟାୟ ଦେଇଛନ୍ତି । ଅରବିନ୍ଦ କେଜ୍ରିୱାଲ ଆହୁରି କହିଛନ୍ତି ଯେ, 8 ବର୍ଷ ପୂର୍ବେ ସରକାର ଗଠନର 3 ମାସ ମଧ୍ୟରେ କେନ୍ଦ୍ରରୁ ଏକ ଆଦେଶ ପାଇଥିଲି ଯେ, ଦିଲ୍ଲୀର ସେବା ପ୍ରସଙ୍ଗ ଦିଲ୍ଲୀର ମୁଖ୍ୟମନ୍ତ୍ରୀଙ୍କୁ ଦିଆଯିବ ନାହିଁ ।
ସେହିପରି ସେ ଆହୁରି କହିଛନ୍ତି ଯେ, ଖୁବ ଶୀଘ୍ର ଦିଲ୍ଲୀରେ ପ୍ରଶାସନିକ ପରିବର୍ତ୍ତନ ଦେଖାଯିବ। ଅଧିକାରୀଙ୍କ କାର୍ଯ୍ୟଦକ୍ଷତା ଉପରେ ନିର୍ଭର କରି ସେମାନଙ୍କର ସ୍ଥାନାନ୍ତର କିମ୍ବା ପରିବର୍ତ୍ତନ କରାଯିବ । ଯେଉଁମାନେ କାମ କରିବାକୁ ଇଚ୍ଛା କରନ୍ତି ନାହିଁ, ସେମାନେ କାମ ବନ୍ଦ କରିବାକୁ ଚାହାଁନ୍ତି । ସେମାନଙ୍କୁ ହଟାଇ ଦିଆଯିବ କିନ୍ତୁ ଯେଉଁ ଅଧିକାରୀମାନେ ସଚ୍ଚୋଟ ଏବଂ ସମ୍ପୂର୍ଣ୍ଣ ପରିଶ୍ରମ ସହିତ କାର୍ଯ୍ୟ କରୁଛନ୍ତି ସେମାନଙ୍କୁ ପଦୋନ୍ନତି ଦିଆଯିବ । ସେମାନଙ୍କୁ ବଡ଼ ପଦବୀରେ ଅଣାଯିବ ।












Click it and Unblock the Notifications