ମଣିପୁର ହିଂସାକାଣ୍ତ: ଆସାମରେ ହେବ ଶୁଣାଣି, ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ
Manipur: ଆସାମରେ ହେବ ମଣିପୁର ହିଂସା ସହ ଜଡିତ ଯୌନ ନିର୍ଯାତନା ମାମଲାର ଶୁଣାଣି । ଏନେଇ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ । ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ସିବିଆଇକୁ ହସ୍ତାନ୍ତର କରାଯାଇଥିବା ମାମଲାର ଶୁଣାଣି ଆସାମରେ ହେବ । ଯାଞ୍ଚରେ ନିରପେକ୍ଷତା ବଜାୟ ରଖିବାକୁ ସୁପ୍ରିମକୋର୍ଟ ଶୁକ୍ରବାର ଏହି ନିର୍ଦ୍ଦେଶ ଦେଇଛନ୍ତି ।
ଏଥିସହ ସୁପ୍ରିମକୋର୍ଟ ଗୌହାଟି ହାଇକୋର୍ଟର ପ୍ରଧାନ ବିଚାରପତିଙ୍କୁ ସିବିଆଇ ମାମଲାର ଯାଞ୍ଚ ପାଇଁ ଗୁଆହାଟୀରେ କୋର୍ଟ ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ସୁପ୍ରିମକୋର୍ଟ କହିଛନ୍ତି ଯେ, ମଣିପୁରର ସମଗ୍ର ପରିସ୍ଥିତିକୁ ଦୃଷ୍ଟିରେ ରଖି ବର୍ତ୍ତମାନର ପରିସ୍ଥିତି ଅପରାଧିକ ନ୍ୟାୟ ପ୍ରଶାସନର ଏକ ଉଚିତ ଏବଂ ନିରପକ୍ଷ ପ୍ରକ୍ରିୟା ନିଶ୍ଚିତ କରିବା ଆବଶ୍ୟକ।
Manipur violence | Supreme Court orders that all applications for the production of accused, remand, judicial custody, extension of custody and other proceedings are allowed to be conducted in the online mode bearing in mind both distance and security issues at the courts in…
— ANI (@ANI) August 25, 2023
ସେହିପରି ମଣିପୁରର ଭାଷା ଜାଣିଥିବା ଜଣେ ବିଚାରପତିଙ୍କୁ ମନୋନୀତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ସୁପ୍ରିମକୋର୍ଟ ଏହି ମାମଲାଗୁଡ଼ିକର ଶୁଣାଣି ପାଇଁ ଜଣେ କିମ୍ବା ଅଧିକ ନ୍ୟାୟିକ ଅଧିକାରୀଙ୍କୁ ମନୋନୀତ କରିବାକୁ ଗୌହାଟି ହାଇକୋର୍ଟର ପ୍ରଧାନ ବିଚାରପତିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସୁପ୍ରିମକୋର୍ଟ ଏହା ମଧ୍ୟ କହିଛନ୍ତି ଯେ, ଗୌହାଟି ହାଇକୋର୍ଟର ପ୍ରଧାନ ବିଚାରପତି ଏହି ମାମଲାଗୁଡ଼ିକର ଶୁଣାଣି ପାଇଁ ମଣିପୁରରେ କଥିତ ହେଉଥିବା ଭାଷ କିମ୍ବା ଅଧିକ ଆଞ୍ଚଳିକ ଭାଷା ଜାଣିଥିବା ବିଚାରପତିଙ୍କୁ ମନୋନୀତ କରାଯାଉ ।
ସୁପ୍ରିମକୋର୍ଟ ଆହୁରି କହିଛନ୍ତି, ସେଲିସିଟର ଜେନେରାଲ ତୁଷାର ମେହେତା ନିଶ୍ଚିତ କରିଛନ୍ତି ଯେ, ମଣିପୁରରୁ ଭିଡିଓ କନଫରେନ୍ସିଂ ପାଇଁ ଉପଯୁକ୍ତ ଇଣ୍ଟରନେଟ୍ ସୁବିଧା ଉପଲବ୍ଧ କରାଯିବ । ଏହା ସହିତ ସୁପ୍ରିମକୋର୍ଟ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ଏହାର ନିର୍ଦ୍ଦେଶ ସେହି ଲୋକଙ୍କୁ ଅଟକାଇବ ନାହିଁ ଯେଉଁମାନେ ନିଜେ ଗୁଆହାଟୀରେ ଶାରୀରିକ ଭାବରେ ଉପସ୍ଥିତ ହେବାକୁ ଚାହୁଁଛନ୍ତି ।

164 ସିଆରପିସି ଅଧୀନରେ ସାକ୍ଷୀମାନଙ୍କର ବିବୃତ୍ତି କେବଳ ମଣିପୁରର ସ୍ଥାନୀୟ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ରେକର୍ଡ ହେବ ବୋଲି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସାକ୍ଷୀଙ୍କ ବିବୃତ୍ତି ରେକର୍ଡ ପାଇଁ ଜଣେ କିମ୍ବା ଏକାଧିକ ମାଜିଷ୍ଟ୍ରେଟଙ୍କୁ ମନୋନୀତ କରିବାକୁ ମଣିପୁର ହାଇକୋର୍ଟର କାର୍ଯ୍ୟକାରୀ ପ୍ରଧାନ ବିଚାରପତିଙ୍କୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମଣିପୁରରେ ପୋଷ୍ଟ ହୋଇଥିବା ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ବୟାନ ରେକର୍ଡ କରାଯିବ । ସେହିପରି ଅନୁସନ୍ଧାନକାରୀ ଏବଂ ଗିରଫ ୱାରେଣ୍ଟ ସହ ଜଡିତ ଆବେଦନ କେବଳ ଅନଲାଇନ୍ ମୋଡରେ କରାଯିବ ।
ମାନ୍ୟବର ସୁପ୍ରିମକୋର୍ଟ ଆହୁରି କହିଛନ୍ତି, ଉଭୟ ଦୂରତା ଏବଂ ନିରାପତ୍ତାକୁ ଦୃଷ୍ଟିରେ ରଖି ମଣିପୁର କୋର୍ଟରେ ଅଭିଯୁକ୍ତକୁ ହାଜର କରିବା, ରିମାଣ୍ଡ, ନ୍ୟାୟିକ ହେପାଜତ, ହେପାଜତର ସମ୍ପ୍ରସାରଣ ଏବଂ ଅନ୍ୟାନ୍ୟ ପ୍ରକ୍ରିୟା ସମ୍ବନ୍ଧୀୟ ଆବେଦନକୁ ଅନଲାଇନ୍ ମୋଡରେ କରାଯାଉ ।












Click it and Unblock the Notifications