ଅରବିନ୍ଦ କେଜ୍ରିୱାଲଙ୍କୁ ମିଳିଲା ଅନ୍ତରୀଣ ଜାମିନ
ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଅରବିନ୍ଦ କେଜ୍ରିୱାଲଙ୍କୁ ଅନ୍ତରୀଣ ଜାମିନ ମିଳିଛି । ସୁପ୍ରିମକୋର୍ଟ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ୧ ଜୁନ୍ ପର୍ଯ୍ୟନ୍ତ ଅନ୍ତରୀଣ ଜାମିନ ଦେଇଛନ୍ତି । ଦିଲ୍ଲୀରେ ଭୋଟିଂ ପୂର୍ବରୁ ନିଜ ଜାମିନକୁ ଅପେକ୍ଷା କରିଥିବା କେଜ୍ରିୱାଲଙ୍କୁ ଏବଂ ତାଙ୍କ ପାର୍ଟିକୁ ଏହା ଏକ ଆଶ୍ୱସ୍ତିମୂଳକ ଖବର । କେଜ୍ରିୱାଲଙ୍କ ଦ୍ୱାରା ଦାଖଲ ହୋଇଥିବା ଏକ ଅନ୍ତରୀଣ ଜାମିନ ଆବେଦନ ଉପରେ ଶୁଣାଣି କରିଥିଲେ ଜଷ୍ଟିସ୍ ସଞ୍ଜୀବ ଖାନ୍ନା ଏବଂ ଦୀପଙ୍କର ଦତ୍ତ ।
ଦିଲ୍ଲୀର ମଦ ନୀତି ମାମଲାରେ ତାଙ୍କୁ ଗିରଫ କରାଯାଇଥିବା ବେଳେ ଚାଲିଥିବା ଲୋକସଭା ନିର୍ବାଚନ ପ୍ରଚାରରେ ଅଂଶଗ୍ରହଣ କରିବାକୁ ମଧ୍ୟବର୍ତ୍ତୀକାଳୀନ ଜାମିନ ଆବେଦନ କରାଯାଇଥିଲା । ଯାହାକୁ ଅଦାଲତ ମଞ୍ଜୁରୀ ଦେଇଛନ୍ତି । ସର୍ବୋଚ୍ଚ ଅଦାଲତ କେଜ୍ରିୱାଲଙ୍କୁ ୍ ଜୁନ୍ ୧ ଯାଏ ଅନ୍ତରୀଣ ଜାମିନ୍ ପ୍ରଦାନ କରିଛନ୍ତି । ଜୁନ ୨ରେ ପୁଣି ଥରେ ସରେଣ୍ଡର କରିବାକୁ ପଡ଼ିବ ।

ଇଡି କୋର୍ଟ ଅନ୍ତରୀଣ ଜାମିନକୁ ବିରୋଧ କରିଥିଲା କିନ୍ତୁ ଜଷ୍ଟିସ୍ ସଞ୍ଜୀବ ଖନ୍ନା ଏବଂ ଜଷ୍ଟିସ୍ ଦୀପଙ୍କର ଦରାଙ୍କ ଖଣ୍ଡପୀଠ କେଜ୍ରିୱାଲଙ୍କ ସପକ୍ଷରେ ରାୟ ଶୁଣାଇ ଅନ୍ତରୀଣ ଜାମିନ ଦେଇଛନ୍ତି । ଜାମିନ ମିଳିବା ପରେ କେଜ୍ରିୱାଲ ଜେଲରୁ ବାହାରକୁ ଆସିବେ । ଏହାପରେ ସେ ନିର୍ବାଚନ ପ୍ରଚାରରେ ସାମିଲ ହୋଇପାରିବେ, ସାମ୍ବାଦିକ ସମ୍ମିଳନୀ କରିପାରିବେ ।












Click it and Unblock the Notifications