ଦିଲ୍ଲୀର ମଦ ଦୁର୍ନୀତି ମାମଲା: ବିଆରଏସ ନେତା କେ କବିତାଙ୍କୁ ମିଳିଲା ଜାମିନ
Delhi Liquor Scam Case: ବିଆରଏସ ନେତା କବିତାଙ୍କୁ ସୁପ୍ରିମକୋର୍ଟ ଜାମିନ ପ୍ରଦାନ କରିଛନ୍ତି। ସିବିଆଇ ଏବଂ ଇଡି ଦ୍ୱାରା ପଞ୍ଜୀକୃତ ମାମଲାରେ ତାଙ୍କୁ ଜାମିନ ମିଳିଛି। ଶୁଣାଣି ସମୟରେ ସୁପ୍ରିମକୋର୍ଟ କହିଛନ୍ତି ଯେ ସେ ୫ ମାସ ଜେଲରେ ଅଛନ୍ତି । ସାକ୍ଷୀଙ୍କ ଲମ୍ବା ତାଲିକା ଏବଂ ଅନେକ ଦଲିଲ ଯୋଗୁଁ ନିମ୍ନ ଅଦାଲତରେ ଶୁଣାଣି ସମୟ ଲାଗିବ ।

ସୂଚନାଥାଉ ଯେ, ତେଲଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖରଙ୍କ ଝିଅ କବିତା ଏବଂ ବିଆରଏସର ଏମଏଲସି ମାର୍ଚ୍ଚ ୧୫ରୁ ପୋଲିସ ହେପାଜତରେ ଅଛନ୍ତି। ଜୁଲାଇ ୧ରେ କବିତାଙ୍କ ଆବେଦନକୁ ହାଇକୋର୍ଟ ପ୍ରତ୍ୟାଖ୍ୟାନ କରିଥିଲେ।
ସେହିପରି ସୁପ୍ରିମକୋର୍ଟ ପ୍ରତ୍ୟେକ ମାମଲାରେ ୧୦ଲକ୍ଷ ଟଙ୍କା ବଣ୍ଡ ଦାଖଲ କରିବା ଏବଂ ସାକ୍ଷୀଙ୍କୁ ପ୍ରଭାବିତ ନକରିବା ସର୍ତ୍ତରେ କବିତାଙ୍କୁ ଜାମିନ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
सुप्रीम कोर्ट ने आबकारी नीति मामले में BRS नेता के कविता को जमानत दे दी है। सुप्रीम कोर्ट ने दिल्ली हाईकोर्ट के उस आदेश को खारिज कर दिया जिसमें उनकी जमानत याचिका खारिज कर दी गई थी।
सुप्रीम कोर्ट ने प्रत्येक को 10 लाख रुपये का जमानत बांड भरने, गवाहों से छेड़छाड़ न करने और गवाहों… pic.twitter.com/6TZhsNskov
— ANI_HindiNews (@AHindinews) August 27, 2024












Click it and Unblock the Notifications