For Quick Alerts
Turn On Notification  
For Daily Alerts
Oneindia App Download

Farmers Protest : କୃଷି ଆଇନ ଉପରେ ରୋକ୍ ଲଗାଇଲେ ସୁପ୍ରିମକୋର୍ଟ : ଗଠନ କଲେ କମିଟି

କେନ୍ଦ୍ର ସରକାରଙ୍କ ତିନୋଟି ନୂତନ କୃଷି ଆଇନ ଉପରେ ସୁପ୍ରିମକୋର୍ଟ ନିଷିଦ୍ଧ କରିଛନ୍ତି । ଏହି ନିୟମଗୁଡ଼ିକ ଆଉ କାର୍ଯ୍ୟକାରୀ ହେବ ନାହିଁ । ସୁପ୍ରିମକୋର୍ଟ କହିଛନ୍ତି ଯେ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଆମେ ଏହି ନିୟମ ସ୍ଥଗିତ ରଖାଯାଇଛି ।

|

କୃଷକ ବିରୋଧ ପ୍ରଦର୍ଶନ : କେନ୍ଦ୍ର ସରକାରଙ୍କ ତିନୋଟି ନୂତନ କୃଷି ଆଇନ ଉପରେ ସୁପ୍ରିମକୋର୍ଟ ନିଷିଦ୍ଧ କରିଛନ୍ତି । ଏହି ନିୟମଗୁଡ଼ିକ ଆଉ କାର୍ଯ୍ୟକାରୀ ହେବ ନାହିଁ । ସୁପ୍ରିମକୋର୍ଟ କହିଛନ୍ତି ଯେ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଆମେ ଏହି ନିୟମ ସ୍ଥଗିତ ରଖାଯାଇଛି । ଏହା ସହିତ ସୁପ୍ରିମକୋର୍ଟ ମଧ୍ୟ ସମସ୍ତ ପକ୍ଷଙ୍କ ସହ ଆଲୋଚନା ପାଇଁ ଏକ କମିଟି ଗଠନ କରିବାକୁ ଘୋଷଣା କରିଛନ୍ତି । ପ୍ରଧାନ ବିଚାରପତି ଏଏସ୍ ବୋବଡେ, ଜଷ୍ଟିସ୍ ଏସ୍ ବୋପାନ୍ନା ଏବଂ ଜଷ୍ଟିସ୍ ଭି ରାମାସୁବ୍ରମଣ୍ୟମଙ୍କ ଏକ ବେଞ୍ଚ ଆଜି କୃଷି ଆଇନକୁ ଚ୍ୟାଲେଞ୍ଜ କରୁଥିବା ଆବେଦନଗୁଡ଼ିକର ଶୁଣାଣି ସମୟରେ ଏହି ଗୁରୁତ୍ୱପୂର୍ଣ୍ଣ ଆଦେଶ ଦେଇଛନ୍ତି ।

Supreme-Court-India

କୃଷକ ଆନ୍ଦୋଳନ ଏବଂ କୃଷି କାନୁନକୁ ନେଇ ସମସ୍ତ ପକ୍ଷ ସହ ଆଲୋଚନ କରିବାକୁ ମୁଖ୍ୟ ବିଚାରପତି ଏଏସ୍ ବୋବଡେ ଏକ କମିଟି ଗଠ କରିଛନ୍ତି । ଏହି କମିଟିରେ ଭାରତୀୟ କିଷାନ ୟୁନିଅନର ଭୂପେନ୍ଦ୍ର ସିଂ ମନ୍, ଡକ୍ଟର ପ୍ରମୋଦ କୁମାର ଯୋଶୀ, ଅଶୋକ ଗୁଲାଟି ଏବଂ ଅନିଲ ଶେତକାରି ରହିଛନ୍ତି ।

ମଙ୍ଗଳବାର ଶୁଣାଣି ସମୟରେ ଓକିଲ ଏଲଏମ ଶର୍ମା କହିଛନ୍ତି ଯେ କୃଷକମାନେ କମିଟି ସମ୍ମୁଖରେ ହାଜର ହେବେ ନାହିଁ । ଏହି କମିଟି ସମସ୍ତଙ୍କ କଥା ଶୁଣିବ। ଯିଏ କୃଷକ ଆଇନ ସମସ୍ୟାର ସମାଧାନ ଚାହୁଁଛନ୍ତି ସେମାନେ ଅହି କମିଟି ନିକଟକି ଆସିପାରିବେ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ଏହି କମିଟି କୌଣସି ଆଦେଶ ଦେବ ନାହିଁ କିମ୍ବା କାହାକୁ ଦଣ୍ଡ ଦେବ ନାହିଁ । ଏହା କେବଳ ଏହାର ରିପୋର୍ଟ ପୁପ୍ରିମକୋର୍ଟକୁ ପ୍ରଦାନ କରିବ । କୃଷକ ଆଇକୁ ନେଇ ସମସ୍ତ ପକ୍ଷର ଏକ ସ୍ପଷ୍ଟ ଚିତ୍ର ରହିପାରିବ ବୋଲି ସୁପ୍ରିମକୋର୍ଟ ଏହି କମିଟି ଗଠନ କରିଥିବା କହିଛନ୍ତି । କୃଷକମାନେ କମିଟି ନିକଟକୁ ଯିବେ ନାହିଁ, ତାହା ଆମେ ଶୁଣିହାକୁ ଚାହୁଁ ନାହୁଁ । ଆମେ ସମସ୍ୟାର ସମାଧାନ କରିବାକୁ ଚାହୁଁଛୁ । ଯଦି କୃଷକ ମାନେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଆନ୍ଦୋଳନ କରିବାକୁ ଚାହୁଁଛନ୍ତି, ତେବେ ସେମାନେ ଆନ୍ଦୋଳନ କରିପାରିବେ ବୋଲି ସୁପ୍ରିମ କୋର୍ଟ ସ୍ପଷ୍ଟ କରିଛନ୍ତି ।

ଏହାପୂର୍ବରୁ ସୋମବାର ଏହି ମାମଲାର ଶୁଣାଣି ବେଳେ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟରେ ଅସନ୍ତୋଷ ବ୍ୟକ୍ତ କରି କହିଥିଲେ, ବର୍ତ୍ତମାନ ନୂତନ କୃଷି ଆଇନକୁ ସ୍ଥଗିତ ରଖାଯାଉ ଏବଂ କୃଷକ ସମସ୍ୟାର ସମାଧାନ କରାଯାଉ । ସୋମବାର ଦିନ ପ୍ରଧାନ ବିଚାରପତି କହିଛନ୍ତି ଯେ, ଯଦି କେନ୍ଦ୍ର ସରକାର ଏହି ତିନୋଟି ଆଇନକୁସ୍ଥଗିତ ନରଖନ୍ତି, ତେବେ କୋର୍ଟ ଏହି ନୂତନ କୃଷି ଆଇନ ଉପରେ ପ୍ରତିବନ୍ଧକ ଲଗାଇବେ । ସମସ୍ତ ପକ୍ଷଙ୍କ ସହ ଆଲୋଚନା କରିବା ଏବଂ ନୂତନ କୃଷି ଆଇନ ସମ୍ପର୍କରେ ରିପୋର୍ଟ କରିବା ପାଇଁ ଏକ କମିଟି ଗଠନ କରିବାକୁ ସୋମବାର କୋର୍ଟ ନିର୍ଦ୍ଦେଶ ଦେଇଥିଲେ ।

କୃଷକଙ୍କ ଆନ୍ଦୋଳନ ଜାରି ରହିଛି

କେନ୍ଦ୍ର ସରକାର ଲାଗୁ କରିଥିବା ତିନୋଟି ନୂଆ କୃଷି ଆଇନକୁ ବିରୋଧ କରି ଦୀର୍ଘ ଦିନ ହେବ କୃଷକମାନେ ଆନ୍ଦୋଳନ ଜାରି ରଖିଛନ୍ତି । ଏହି ତିନୋଟି ଆଇନରେ ମଣ୍ଡି ବାହାରେ କିଣାବିକା, ଚୁକ୍ତିଭିତ୍ତିକ ଚାଷକୁ ଅନୁମୋଦନ କରିବା ଏବଂ ଅନେକ ଶସ୍ୟ ତଥା ଡାଲିର ଭଣ୍ଡାର ସୀମାକୁ ସମାପ୍ତ କରିବା ଭଳି ବ୍ୟବସ୍ଥା ରହିଛି । ଏହି ସମସ୍ତ ପ୍ରାବଧାନକୁ ବିରୋଧ କରି ଦେଶର କୃଷକମାନେ ଜୁମ୍ ମାସରୁ ଲଗାତାର ଆନ୍ଦୋଳନ କରିବା ସହ ଏହି ଆଇନକୁ ପ୍ରତ୍ୟାହାକ କରିବା ନେଇ ଦାବି କରି ଆସୁଛନ୍ତି । ଗତ ନଭେମ୍ବର 26 ତାରିଖରୁ ଆନ୍ଦୋଳନରତ କୃଷକ ମାନେ ଦିଲ୍ଲୀ ଏବଂ ହରିୟାଣାର ସିନ୍ଧୁ ସୀମା ଠାରେ ଧାରଣାରେ ବସିଛନ୍ତି । ଏଥିସହିତ ଦିଲ୍ଲୀର ଟିକରି, ଗାଜିପୁର ଏବଂ ଅନ୍ୟାନ୍ୟ ସୀମାରେ ମଧ୍ୟ ଚାଷୀମାନେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି । ଦିଲ୍ଲୀ ସୀମାରେ କୃଷକମାନେ ପହଞ୍ଚିବା ପରେ ସରକାର ଏବଂ କୃଷକ ନେତାଙ୍କ ମଧ୍ୟରେ ଆଠ ପର୍ଯ୍ୟାୟ ଆଲୋଚନା ହୋଇଛି, କିନ୍ତୁ କୌଣସି ନିଷ୍କର୍ସ ବାହାରି ପାରିନାହିଁ ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Chief Justice of India of Supreme Court forms a committee to report on new agri law.
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X