Get Updates
Get notified of breaking news, exclusive insights, and must-see stories!

ଏଆଇକୁ ନେଇ ଚିନ୍ତା ପ୍ରକାଶ କଲେ ସୁପ୍ରିମକୋର୍ଟ, 'ଏଆଇର ହାତ ଧରି ଚାଲୁଛନ୍ତି ଓକିଲ'

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା ଏଆଇକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ। ଭାରତର ପ୍ରଧାନ ବିଚାରପତି (ସିଜେଆଇ) ସୂର୍ଯକାନ୍ତ ସୁପ୍ରିମକୋର୍ଟର ବହୁ ବିଚାରପତିଙ୍କୁ କହିଛନ୍ତି,ଓକିଲମାନେ ପିଟିନ୍ ତିଆରି କରିବା ପାଇଁ ଏଆଇର ସାହାଯ୍ୟ ନେଉଛନ୍ତି। ଏଥିରେ ଏଭଳି ଉଦାହରଣ ଦିଆଯାଉଛି,ଯାହାକି ବାସ୍ତବରେ ନାହିଁ। ବିଶେଷଜ୍ଞଙ୍କ ମତରେ ଏଆଇ ବିଚାରପତିଙ୍କ ସ୍ଥାନ ନେଇପାରିବନି, ବଂର ସହାୟକର ଭୂମିକା ନେଇପାରେ।

ବାର ଆଣ୍ଡ ବେଞ୍ଚର ସୂଚନା ଅନୁସାରେ,ଆବେଦନ ପ୍ରସ୍ତୁତ କରିବା ପାଇଁ ଏଆଇର ବ୍ୟବହାର ଉପରେ ସୁପ୍ରିମକୋର୍ଟ ପ୍ରଶ୍ନ ଉଠାଛନ୍ତି। ସିଜେଆଇ କହିଛନ୍ତି, ଆମକୁ ଚକିତ କରିଦେବା ଭଳି କଥା କୁହାଯାଉଛି, କିଛି ଓକିଲ ଡ୍ରାଫ୍ଟ ପାଇଁ ଏଆଇ ବ୍ୟବହାର କରିବା ଆରମ୍ଭ କରିଦେଇଛନ୍ତି। ଜଷ୍ଟିସ୍ ବିଭି ନାଗାରତ୍ନା କହିଛନ୍ତି ଏଭଳି ଏକ କେସ୍ ଥିଲା ମର୍ସି ବନାମ ମ୍ୟାନକାଇଣ୍ଡ,ଯାହାକି ବାସ୍ତବରେ ହିଁ ନଥିଲା। ସିଜେଆଇ କହିଛନ୍ତି, ଜଷ୍ଟିସ୍ ଦୀପଙ୍କର ଦତ୍ତାଙ୍କ ସହ ଏଭଳି କିଛି ଘଟିଥିଲା। କୁହାଯାଉଛି ଯେ,ସବୁ ଉଦାହରଣ ବାସ୍ତବରେ କେବେ ନଥିଲା। ଜଷ୍ଟିନ୍ ବିଭି ନାଗାରତ୍ନା କହିଛନ୍ତି,କିଛି ଓକିଲ ସୁପ୍ରିମକୋର୍ଟର ଅସଲି କେସ୍ ଉଦାହରଣ ଦେଉଥିଲେ,କିନ୍ତୁ ତାଙ୍କ ଦ୍ବାରା କୁହାଯାଇଥିବା ଅଂଶ ରାୟରେ ନଥିଲା।

​​​​​​​

Supreme Court

ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଓ ଆଇନ୍ କମିଶନର ଅଧ୍ୟକ୍ଷ ଜଷ୍ଟିନ୍ ଦିନେଶ ମାହେଶ୍ବରୀ ନିକଟରେ କହିଥିଲେ,ଏଆଇ ନ୍ୟାୟିକ ପ୍ରଣାଳୀରେ ବିଚାରପତିଙ୍କ ସ୍ଥାନ ନେଇପାରିବନି। ଏଆଇ କେବଳ ସହାୟକ ଭୂମିକା ଗ୍ରହଣ କରିପାରନ୍ତି। ଜଷ୍ଟିସ୍ ମାହେଶ୍ବରୀ ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମିଟ୍ ୨୦୨୬ ରେ ଭାରତୀୟ ନ୍ୟାୟ ପ୍ରଣାଳୀକୁ ବଦଳାଇବା ଏଆଇ ବ୍ୟବହାର ଉପରେ ଆଲୋଚନା କରିଥିଲେ। ସେ କହିଥିଲେ ଜ୍ଞାନକୁ ବଢାଇବା ଓ କାମରେ ସାହାଯ୍ୟ କରିବାରେ ଏହା ଏକ ସହାୟକ ଉପକରଣ,କିନ୍ତୁ ଏହା ମଣିଷର ସ୍ଥାନ ନେଇପାରିବନି। ଏଆଇ ନିକଟରେ ସ୍ବତନ୍ତ୍ର ଭାବରେ ଚିନ୍ତା କରିବା ଓ ବୁଝିବାର କ୍ଷମତା ନଥାଏ। ଏଥିରେ ମାନବୀୟ ସମ୍ବେଦନ କିମ୍ବା ପରିସ୍ଥିତିର ଭାବନାତ୍ମକ ଚିନ୍ତାଧାରା ନଥାଏ, ଯାହା ନ୍ୟାୟ ପାଇଁ ଜରୁରୀ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+