ଏବର୍ଷ ଦୀପାବଳିରେ ଫୁଟିବନି ବାଣ, ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ
Supreme Court On Firecrackers: ସୁପ୍ରିମକୋର୍ଟ ମଙ୍ଗଳବାର (07 ନଭେମ୍ବର) କହିଛନ୍ତି ଯେ, କେବଳ ଦିଲ୍ଲୀ-ଏନସିଆରରେ ନୁହେଁ ସମଗ୍ର ଦେଶରେ ବାଣ ଫୁଟାକୁ ବ୍ୟାନ୍ କରାଯିବା ଉଚିତ୍ । ଦେଶର ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳକୁ ଦୀପାବଳି ତଥା ବର୍ଷର ଅନ୍ୟାନ୍ୟ ସମୟରେ ବାଣ ନ ଫୁଟାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ ।
ଜଷ୍ଟିସ୍ ଏସ୍ ବୋପାନ୍ନା ଏବଂ ଏମ୍ ଏମ୍ ସୁନ୍ଦରେଶଙ୍କ ଏକ ବେଞ୍ଚ ରାଜସ୍ଥାନ ରାଜ୍ୟ ସମ୍ବନ୍ଧୀୟ ଆବେଦନର ଶୁଣାଣି କରି ବାଣ ନ ଫୁଟାଇବା ନେଇ ପୂର୍ବ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଲୋଡିଥିଲା।

ସୁପ୍ରିମକୋର୍ଟରେ ଶୁଣାଣି ସମୟରେ ଆବେଦନକାରୀ କହିଛନ୍ତି ଯେ, ଫାୟାରଫ୍ରାକର ନିଷେଧ ଉପରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ପ୍ରଯୁଜ୍ୟ ହେବା ଉଚିତ, କିନ୍ତୁ ଏହା କେବଳ ଦିଲ୍ଲୀ-ଏନସିଆରରେ ସୀମିତ। ଆବେଦନକାରୀ କୋର୍ଟଙ୍କୁ କହିଛନ୍ତି ଯେ, ଏହା ଲାଗୁଛି ଯେ ଆପଣଙ୍କର ଆଦେଶ କେବଳ ଦିଲ୍ଲୀ-ଏନସିଆର ପାଇଁ ପ୍ରଯୁଜ୍ୟ, ଯଦିଓ ଏହା ସମଗ୍ର ଦେଶ ପାଇଁ ପ୍ରଯୁଜ୍ୟ। ବାୟୁ ପ୍ରଦୂଷଣକୁ ହ୍ରାସ କରିବା ପାଇଁ ପଦକ୍ଷେପ ନେବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। କୋର୍ଟ କହିଛନ୍ତି ଯେ, ମୁଖ୍ୟ କଥା ହେଉଛି ଲୋକଙ୍କୁ ସମ୍ବେଦନଶୀଳ କରିବା।
ସୁପ୍ରିମକୋର୍ଟ ମଧ୍ୟ ଦିଲ୍ଲୀର ବାୟୁ ପ୍ରଦୂଷଣ ପ୍ରସଙ୍ଗରେ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଆରୋପ-ପ୍ରତ୍ୟାରୋପର ଗେମକୁ ନିନ୍ଦା କରିଛନ୍ତି । ଗତ କିଛି ଦିନ ହେବ ଦିଲ୍ଲୀ-ଏନସିଆରରେ କ୍ରମାଗତ ଭାବରେ ବାୟୁ ପ୍ରଦୂଷଣ ବଢିବାରେ ଲାଗିଛି । ଜଷ୍ଟିସ୍ ସୁନ୍ଦରେଶ କହିଛନ୍ତି, "ଆମେ ଦେଖୁଛୁ ଏଠି ଆରୋପ-ପ୍ରତ୍ୟାରୋପର ଖେଳ ଚାଲିଛି ଏବଂ ଏହି ପ୍ରସଙ୍ଗକୁ ନେଇ ରାଜନୀତି କରାଯାଉଛି । ସମସ୍ତେ କେବଳ ମାମଲା ଆଗକୁ ନେବାକୁ ଚେଷ୍ଟା କରୁଛନ୍ତି, କାରଣ ଦର୍ଶାଉଛନ୍ତି ।












Click it and Unblock the Notifications