ମନୀଷ ସିସୋଦିଆଙ୍କୁ ଲାଗିଲା ଝଟକା, ମିଳିଲାନି ବେଲ୍
ନୂଆଦିଲ୍ଲୀ: ମଦ ଦୁର୍ନିତି ମାମଲା । ଦିଲ୍ଲୀ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଲାଗିଲା ଝଟକା । ଆଉ ୬ ମାସ ରହିବେ ଜେଲରେ । ସୁପ୍ରିମକୋର୍ଟ ଆଜି ତାଙ୍କ ବେଲ୍ ଆବେଦନ ଖାରଜ କରିଦେଇଛନ୍ତି । ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, ସିସୋଦିଆ ଗତ ୨୪୧ ଦିନ ହେବ ଜେଲରେ ଅଛନ୍ତି ।
ଗତ ଅକ୍ଟୋବର ୧୭ ଅର୍ଥାତ୍ ମଙ୍ଗଳବାର ସୁପ୍ରିମକୋର୍ଟ ଜାମିନ ଆବେଦନ ମାମଲାରେ ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ । ଆଜି ଜଷ୍ଟିସ୍ ସଞ୍ଜିବ୍ ଖନ୍ନା ଓ ଏସ ବିଏଲଙ୍କ ଦୁଇ ଜଣିଆ ଖଣ୍ତପୀଠ ନିଜ ରାୟ ଶାଣାଇଛନ୍ତି ।

ମଦ ଦୁର୍ନୀତି ମାମଲାରେ ମନୀଷ ସିସୋଦିଆ ଦିଲ୍ଲୀର ଏକ୍ସାଇଜ୍ ମନ୍ତ୍ରୀ ଥିଲେ। ତାଙ୍କୁ ଚଳିତ ବର୍ଷ ଫେବୃଆରୀରେ ସିବିଆଇ ଗିରଫ କରିଥିଲା। ପରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ମଧ୍ୟ ଟଙ୍କା ହେରଫେର ମାମଲା ରୁଜୁ କରି ତାଙ୍କୁ ଗିରଫ କରିଥିଲା। ଉଭୟ ମାମଲାରେ ଲୋୟର କୋର୍ଟ ଏବଂ ହାଇକୋର୍ଟ ତାଙ୍କ ଜାମିନ ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ନିମ୍ନ ଅଦାଲତ କହିଛନ୍ତି ଯେ ଏକ୍ସାଇଜ୍ ପଲିସି ବଦଳାଇ ସେ ଏହି ସ୍କାମରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ସିସୋଦିଆଙ୍କ ବିରୋଧରେ ଆସିଥିବା ଅଭିଯୋଗ ଗୁରୁତର ବୋଲି ବିଚାର କରି ଦିଲ୍ଲୀ ହାଇକୋର୍ଟ ମଧ୍ୟ ଜାମିନ ନାମଞ୍ଜୁର କରିଛନ୍ତି।

ଏହାସହ ୬ରୁ ୮ ମାସ ମଧ୍ୟରେ ଟ୍ରାଏଲ ପୂରା କରିବା ପାଇଁ ତଦନ୍ତକାରୀ ସଂସ୍ଥାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଯଦି ଏଥିରେ ବିଳମ୍ବ ହୁଏ ତେବେ ସିସୋଦିଆ ପୁରନବାର ଜାମିନ ପାଇଁ ଆବେଦନ କରିପାରନ୍ତି ବୋଲି କୋର୍ଟ କହିଛନ୍ତି ।
ସୂଚନାଥାଉ ଯେ, ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ସିବିଆଇ ଫେବ୍ରୁଆରୀ ୨୬ ତାରିଖରେ ମନୀଷ ସିସୋଦିଆଙ୍କୁ ଗିରଫ କରିଥିଲା । ଯାହା ପରେ ଇଡି ତିହାଡ ଜେଲ ଭିତରେ ତାଙ୍କୁ ପଚରା ଉଚରା କରିଥିଲା । ଯାହା ପରେ ମାର୍ଚ୍ଚ ୯ ତାରିଖରେ ଇଡି ପୁଣି ସିସୋଦିଆଙ୍କୁ ଗିରଫ କରିଥିଲା । ଯାହା ପରେ ଫେବ୍ରୁଆରୀ ମାସରେ ସିସୋଦିଆ ଦିଲ୍ଲୀ କ୍ୟାବିନେଟରୁ ଇସ୍ତଫା ଦେଇଥିଲେ ।












Click it and Unblock the Notifications