Electorala Bond: ଇଲେକ୍ଟୋରାଲ ବଣ୍ଡ ସ୍କିମ୍ର SIT ଯାଞ୍ଚ ଦାବି, ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ
Electorala Bond: ଇଲେକ୍ଟୋରାଲ ବଣ୍ତ ମାମଲାର ଅନୁସନ୍ଧାନ ପାଇଁ ଏକ ସ୍ୱତନ୍ତ୍ର ଏସଆଇଟି ଟିମ୍ ଗଠନ ଦାବିକୁ ସୁପ୍ରିମକୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି । ସୁପ୍ରିମକୋର୍ଟ କହିଛନ୍ତି ଯେ ବର୍ତ୍ତମାନ ଏହି ସ୍କାମର ତଦନ୍ତ କରିବାର କୌଣସି ଆବଶ୍ୟକତା ନାହିଁ। ଯେଉଁ କ୍ଷେତ୍ରରେ କାହାର ସନ୍ଦେହ ଥାଏ, ସେ ଆଇନଗତ ମାର୍ଗ ନେଇପାରନ୍ତି । ଯଦି କୌଣସି ସମାଧାନ ନହୁଏ ତେବେ ସେ କୋର୍ଟକୁ ଯାଇପାରିବେ ।
ବାସ୍ତବରେ, ନିର୍ବାଚନୀ ବଣ୍ତ ଜରିଆରେ ବିଭିନ୍ନ ରାଜନୀତିକ ଜଳ ପାଇଥିବା ଚାନ୍ଦାରେ ସ୍କାମ ହୋଇଥିବା ନେଇ ଅଭିଯୋଗ ହୋଇଥିଲା । ଏହି ମାମଲାର ତଦନ୍ତ ଏସଆଇଟି ଦ୍ୱାରା କରିବା ନେଇ ଏକାଧିକ ପିଟିସନ୍ ସୁପ୍ରିମକୋର୍ଟରେ ଦାଖଲ କରାଯାଇଥିଲା । ହେଲେ ଆଜି ସର୍ବୋଚ୍ଚ ନ୍ୟାୟାଳୟ ଆଜି ଏହାକୁ ଅଗ୍ରାହ୍ୟ କରି ଦେଇଛନ୍ତି । ତେବେ ସିବିଆଇ କିମ୍ବା ଅନ୍ୟ କୌଣସି ଅନୁସନ୍ଧାନକାରୀ ସଂସ୍ଥା ଏହି ଘଟଣାର ଅନୁସନ୍ଧାନ କରୁନାହାଁନ୍ତି।

ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼, ଜଷ୍ଟିସ ଜେବି ପାରଡିୱାଲା ଏବଂ ଜଷ୍ଟିସ ମନୋଜ ମିଶ୍ରାଙ୍କ ଖଣ୍ତପୀଠ କହିଛନ୍ତି, ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ଅଧ୍ୟକ୍ଷତାରେ ଏବେ ଠାରୁ ତଦନ୍ତ ନିର୍ଦ୍ଦେଶ ଦେବା ଅପରିପକ୍ୱ ଏ ଅନୁଚିତ । ଅଭିଯୋଗକାରୀ ସାଧାରଣ ଆଇନ ବ୍ୟବସ୍ଥା ଅନୁସାରେ ନିଜର ଅଭିଯୋଗ ଦାଖଲ କରିପାରିବେ । କେନ୍ଦ୍ର ସରକାର ୨୦୧୭ରେ ନିର୍ବାଚନ ବଣ୍ତ ସ୍କିମ୍ ଘୋଷଣା କରାଯାଇଥିଲା । ଏହି ସ୍କିମ୍ ୨୯ ଜାନୁଆରୀ ୨୦୧୮ରେ ଆଇନଗତ ଭାବରେ କାର୍ଯ୍ୟକାରୀ ହୋଇଥିଲେ ।












Click it and Unblock the Notifications