ଫଟୋ, ଭିଡିଓ... ଯଦି ଆପଣ ମଧ୍ୟ ସୁପ୍ରିମକୋର୍ଟ ଯାଉଛନ୍ତି? ତେବେ ଏହି ନିୟମଗୁଡ଼ିକ ପଢ଼ନ୍ତୁ, ନଚେତ୍ ଆପଣଙ୍କୁ ...

ସୁପ୍ରିମକୋର୍ଟ ପରିସରରେ ଥିବା ଉଚ୍ଚ ସୁରକ୍ଷା କ୍ଷେତ୍ର (ହାଇ ସିକ୍ୟୁରିଟି ଜୋନ୍‌)ରେ ଫଟୋ ଉଠାଇବା, ରିଲ୍‌ସ ପ୍ରସ୍ତୁତି ଏବଂ ଭିଡିଓଗ୍ରାଫି ଉପରେ ସୁପ୍ରିମକୋର୍ଟ କଟକଣା ଜାରି କରିଛନ୍ତି। ଏଭଳି ଅଞ୍ଚଳରେ କୌଣସି ବ୍ୟକ୍ତିଙ୍କ ସାକ୍ଷାତକାର କିମ୍ବା ସମ୍ବାଦର ସିଧା ପ୍ରସାରଣ ନ କରିବାକୁ ସେପ୍ଟେମ୍ବର ୧୦ରେ ଗଣମାଧ୍ୟମକୁ ନିର୍ଦେଶନାମା ଜାରି କରାଯାଇଛି। ନିରାପତ୍ତା ଅଞ୍ଚଳରେ ମୋବାଇଲ ସାହାଯ୍ୟରେ ଫଟୋ ଉଠାଇବା କିମ୍ବା ଭିଡିଓ ପ୍ରସ୍ତୁତ କରିବାକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି।

ସରକାରୀ କାର୍ଯ୍ୟକ୍ରମ ବ୍ୟତୀତ ଏଭଳି ଅଞ୍ଚଳରେ କ୍ୟାମେରା, ଟ୍ରାଇପଡ୍‌, ସେଲ୍‌ଫି ଷ୍ଟିକ୍‌ ବ୍ୟବହାର ଉପରେ ସୁପ୍ରିମକୋର୍ଟ କଟକଣା ଜାରି କରିଛନ୍ତି। ଯଦି କୌଣସି ଗଣମାଧ୍ୟମ ପ୍ରତିନିଧି, ଆଇନଜୀବୀ, ମହକିଲ, ସୁପ୍ରିମକୋର୍ଟ କର୍ମଚାରୀ ଏହାକୁ ଅବଜ୍ଞା କରନ୍ତି, ତେବେ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନିର୍ଦେଶନାମାରେ ଉଲ୍ଲେଖ କରାଯାଇଛି।

Supreme Cour

ଯଦି କୌଣସି ଗଣମାଧ୍ୟମ ପ୍ରତିନିଧି ଏହି ନିର୍ଦେଶନାମା ଉଲ୍ଲଙ୍ଘନ କରନ୍ତି, ତେବେ ତାଙ୍କୁ ଏକମାସ ପର୍ଯ୍ୟନ୍ତ ଏହି ଅଞ୍ଚଳରେ ପ୍ରବେଶ ଅନୁମତି ପ୍ରଦାନ କରାଯିବ ନାହିଁ। ସୁପ୍ରିମକୋର୍ଟ ବ୍ୟତୀତ ଯଦି ଅନ୍ୟ କୌଣସି କାର୍ଯ୍ୟାଳୟର କର୍ମଚାରୀ ଏହାକୁ ବେଖାତିର କରନ୍ତି, ତେବେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନିମନ୍ତେ ସଂପୃକ୍ତ କାର୍ଯ୍ୟାଳୟର ମୁଖ୍ୟଙ୍କୁ ଅନୁରୋଧ କରାଯିବ। ଏହି ନିର୍ଦେଶନାମା କାର୍ଯ୍ୟକାରୀ କରିବାକୁ ସୁପ୍ରିମକୋର୍ଟର ସୁରକ୍ଷା କର୍ମୀଙ୍କୁ ପୂର୍ଣ୍ଣ ସ୍ବାଧୀନତା ପ୍ରଦାନ କରାଯାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+