କେନ୍ଦ୍ରକୁ ତଥ୍ୟ ମାଗିଲେ ସୁପ୍ରିମକୋର୍ଟ , ଜାଣନ୍ତୁ କାହିଁକି

ଦ୍ରବ୍ୟ ଓ ସେବା ଟିକସ (ଜିଏସ୍‌ଟି) ଆଇନରେ ଜାରି ହୋଇଥିବା ନୋଟିସ ଏବଂ ଗିରଫଦାରି ସମ୍ପର୍କିତ ସବିଶେଷ ତଥ୍ୟ ଦେବାକୁ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ନାଗରିକଙ୍କୁ ସେମାନଙ୍କ ସ୍ବାଧୀନତାରୁ ବଞ୍ଚତ୍ତ କରାଇ ହଇରାଣ କରାଯାଉଥିଲେ, ସେଥିରୁ ସୁରକ୍ଷା ଦେବା ପାଇଁ ଆଇନର ବ୍ୟାଖ୍ୟା କରାଯିବା ସହ ଉପଯୁକ୍ତ ଗାଇଡ୍‌ଲାଇନ ଆଣିବାକୁ ପଡ଼ିପାରେ ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି।

Supreme Court

ଜିଏସ୍‌ଟି ଆଇନ, ସୀମାଶୁଳ୍କ ଆଇନ ଏବଂ ପିଏମ୍‌ଏଲ୍‌ଏର ବିଭିନ୍ନ ବ୍ୟବସ୍ଥାକୁ ଚ୍ୟାଲେଞ୍ଜ କରି ୧୨୮ଟି ପିଟିଶନ ଦାଏର ହୋଇଥିବାବେଳେ ଜଷ୍ଟିସ୍‌ ସଞ୍ଜୀବ ଖାନ୍ନା, ଏମ୍‌.ଏମ୍‌. ସୁନ୍ଦ୍ରେଶ ଏବଂ ବେଲା ଏମ୍‌. ତ୍ରିବେଦୀଙ୍କ ସ୍ବତନ୍ତ୍ର ଖଣ୍ଡପୀଠ ଏହାର ଶୁଣାଣି କରିଥିଲେ। ଜିଏସ୍‌ଟି ଆଇନର ଧାରା ୬୯ରେ ରହିଥିବା ଗିରଫ କ୍ଷମତାକୁ ନେଇ ପିଟିଶନରେ ଚିନ୍ତା ପ୍ରକଟ କରାଯାଇଥିଲା।

ଆବଶ୍ୟକ ହେଲେ ନାଗରିକ ସ୍ବାଧୀନତାକୁ ସୁଦୃଢ଼ କରିବା ପାଇଁ ଆଇନର ବ୍ୟାଖ୍ୟା କରିବୁ କିନ୍ତୁ ନାଗରିକଙ୍କୁ ହଇରାଣ ହେବାକୁ ଦେବୁନାହିଁ ବୋଲି ଖଣ୍ଡପୀଠ କହିଛନ୍ତି। ଗତ ୩ ବର୍ଷରେ ୧ରୁ ୫ କୋଟି ଟଙ୍କାର ଟିକସ ଫାଙ୍କି ଅଭିଯୋଗରେ ଜିଏସ୍‌ଟି ଆଇନରେ ଜାରି ହୋଇଥିବା ନୋଟିସ ଓ ଗିରଫଦାରି ସମ୍ପର୍କରେ ତଥ୍ୟ ଦାଖଲ କର ବୋଲି ଖଣ୍ଡପୀଠ କେନ୍ଦ୍ର ସରକାରଙ୍କ ତରଫରୁ ଉପସ୍ଥିତ ଅତିରିକ୍ତ ସଲିସିଟର ଜେନେରାଲ ଏସ୍‌.ଭି. ରାଜୁଙ୍କୁ କହିଛନ୍ତି। ଜିଏସ୍‌ଟି ବ୍ୟବସ୍ଥାରେ ତ୍ରୁଟି ଥିଲେ, ତାହାକୁ ଆମେ ଠିକ୍‌ କରିବୁ ବୋଲି ସର୍ବୋଚ୍ଚ ଅଦାଲତ ଜଣାଇଦେଇଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+