ସୁପ୍ରିମକୋର୍ଟ ଦେଲେ ଅନୁମତି , ଦୁଷ୍କର୍ମର ଶିକାର ହୋଇଥିବା ନାବାଳିକା କରିପାରିବେ ୩୦ ସପ୍ତାହ ଭୃଣକୁ ଗର୍ଭପାତ
ନୂଆଦିଲ୍ଲୀ: ବମ୍ବେ ହାଇକୋର୍ଟଙ୍କ ରାୟକୁ ଖାରଜ କରି ବଳାତ୍କାର ଶିକାର ହୋଇଥିବା ୧୪ ବର୍ଷ ବୟସ୍କା ନାବାଳିକାଙ୍କୁ ୩୦ ସପ୍ତାହ ଭୃଣ ଗର୍ଭପାତ କରିବାକୁ ଅନୁମତି ଦେଇଛନ୍ତି ସୁପ୍ରିମକୋର୍ଟ । ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଡି.ୱାଇ ଚନ୍ଦ୍ରଚୁଡ଼ଙ୍କ ନେତୃତ୍ୱରେ ଏକ ବେଞ୍ଚ ଏହା ଏକ 'ବ୍ୟତିକ୍ରମ ମାମଲା' ବୋଲି ଡାକ୍ତରଖାନା ରିପୋର୍ଟ ଆଧାରରେ ଗର୍ଭପାତକୁ ଅନୁମତି ଦେଇଛନ୍ତି ।
ପ୍ରଧାନ ବିଚାରପତି ନେତୃତ୍ୱାଧୀନ ବେଞ୍ଚ କହିଛନ୍ତି ଯେ ଏହି ପର୍ଯ୍ୟାୟରେ ଗର୍ଭପାତ କରାଇବାରେ କିଛି ବିପଦ ଥିବାବେଳେ ମେଡିକାଲ ବୋର୍ଡ ମତ ଦେଇଛି ଯେ ଜୀବନ ପ୍ରତି ବିପଦ ପୂର୍ଣ୍ଣକାଳୀନ ପ୍ରସବ ଆଶଙ୍କାଠାରୁ ଅଧିକ ନୁହେଁ । ମୁମ୍ବାଇ ହସ୍ପିଟାଲର ରିପୋର୍ଟରେ କୁହାଯାଇଥିଲା ଯେ ନାବାଳିକାଙ୍କ ଗର୍ଭପାତ କରାଇବା ଉଚିତ୍ । ତେବେ ପୀଡିତାଙ୍କ ଗର୍ଭପାତ କରାଇବାରେ ଯେତିକି ବିପଦ ରହିଛି, ପ୍ରସବ ବେଳେ ମଧ୍ୟ ଜୀବନ ପ୍ରତି ସେତିକି ବିପଦ ଥିବା ମେଡିକାଲ ବୋର୍ଡ ମତ ଦେଇଛି ।

ଏହି ଦୁଷ୍କର୍ମ ପୀଡିତାଙ୍କୁ ବମ୍ବେ ହାଇକୋର୍ଟ ଗର୍ଭପାତ କରିବା ପାଇଁ ଅନୁମତି ଦେଇନଥିଲେ । ଏହାପରେ ୪ ଏପ୍ରିଲ ୨୦୨୪ରେ ବମ୍ବେ ହାଇକୋର୍ଟ ଦେଇଥିବା ରାୟକୁ ଚ୍ୟାଲେଞ୍ଜ କରି ପୀଡିତାଙ୍କ ମା' ଝିଅର ଗର୍ଭପାତ କରାଇବାକୁ ନେଇ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ତ ହୋଇଥିଲେ । ଏହି ମାମଲାରେ ଶୁଣାଣୀ କରି ସୁପ୍ରିମକୋର୍ଟ ଗର୍ଭପାତ କରାଇବାକୁ ଅନୁମତି ଦେଇଛନ୍ତି । ଏଥିସହ ବମ୍ବେ ହାଇକୋର୍ଟଙ୍କ ରାୟକୁ ଖାରଜ କରିଛନ୍ତି ।












Click it and Unblock the Notifications