ଜୁଲାଇ ୧୪ରେ ହେବ ସିସୋଦିଆଙ୍କ ଜାମିନ ଆବେଦନର ଶୁଣାଣି
ନୂଆଦିଲ୍ଲୀ: ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଆପ୍ ନେତା ମନୀଷ ସିସୋଦିଆଙ୍କ ଜାମିନ ଆବେଦନର ଶୁଣାଣି ଜୁଲାଇ 14 ତାରିଖରେ ସୁପ୍ରିମକୋର୍ଟରେ ହେବ। ସୋମବାର ଦିନ ସୁପ୍ରିମକୋର୍ଟ ଜୁଲାଇ 14ରେ ମନୀଷ ସିସୋଦିଆଙ୍କ ଜାମିନ ଆବେଦନ ଶୁଣାଣି କରିବାକୁ ରାଜି ହୋଇଛନ୍ତି।
ବରିଷ୍ଠ ଓକିଲ ଅଭିଷେକ ମନୁ ସିଂଭି ମନୀଷ ସିସୋଦିଆଙ୍କ ପତ୍ନୀ ସୀମା ସିସୋଦିଆଙ୍କ ଅସୁସ୍ଥତା ଦର୍ଶାଇ ଏହି ମାମଲାର ଶୀଘ୍ର ଶୁଣାଣି କରିବା ପାଇଁ ଆବେଦନ କରିଥିଲେ । ରିପୋର୍ଟ ଅନୁସାରେ, ମନୀଷ ସିସୋଦିଆଙ୍କ ପତ୍ନୀଙ୍କ ସ୍ୱାସ୍ଥ୍ୟ ଖରାପ ଅଛି । ଏହାପୂର୍ବରୁ ଦିଲ୍ଲୀ ହାଇକୋର୍ଟ ସିସୋଦିଆଙ୍କୁ ତାଙ୍କ ଅସୁସ୍ଥ ପତ୍ନୀଙ୍କ ସହ ତାଙ୍କ ବାସଭବନରେ ଭେଟିବାକୁ ଅନୁମତି ଦେଇଥିଲେ ।

ଦିଲ୍ଲୀର ଅବକାରୀ ନୀତି ଦୁର୍ନୀତିରେ ମନୀଷ ସିସୋଦିଆ ମୁଖ୍ୟ ଅଭିଯୁକ୍ତ ବୋଲି ତଦନ୍ତକାରୀ ସଂସ୍ଥା କହିଛନ୍ତି । ପ୍ରାୟ ୯୦ ରୁ ୧୦୦ କୋଟି ଟଙ୍କା ସିଧାସଳଖ ଭାବେ ହେରଫେର ହୋଇଥିଲା ନେଇ ଅଭିଯୋଗ ହୋଇଛି । ମନୀଷ ସିସୋଦିଆଙ୍କୁ ଫେବୃଆରୀ 26ରେ ସିବିଆଇ ଗିରଫ କରିଥିଲା । ସେ ଜେଲରେ ଥିବା ବେଳେ ଇଡି ପ୍ରାୟ ତାଙ୍କୁ ୬ ଘଣ୍ଟା କାଳ ଜେରା କରିଥିଲା । ଜେରା ପରେ ମାର୍ଚ୍ଚ ୯ରେ ବିଧିବଦ୍ଧ ଭାବେ ତାଙ୍କୁ ଗିରଫ କରାଯାଇଥିଲା ଏବଂ ସେବେଠାରୁ ସେ ଜେଲରେ ଅଛନ୍ତି ।












Click it and Unblock the Notifications