Get Updates
Get notified of breaking news, exclusive insights, and must-see stories!

ସରକାରୀ ବାସଭବନ ଛାଡୁନାହାନ୍ତି ପୂର୍ବତନ ସିଜେଆଇ ,ସରକାରଙ୍କୁ ସୁପ୍ରିମକୋର୍ଟ ପ୍ରଶାସନ ଲେଖିଲେ ଚିଠି

ସରକାରୀ ବାସଭବନ ଛାଡୁନାହାନ୍ତି ସୁପ୍ରିମକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି (ସିଜେଆଇ) ଡି.ଓ୍ବାଇ. ଚନ୍ଦ୍ରଚୂଡ଼। ଏଭଳି ଅଭିଯୋଗ ଆଣିଛି ସୁପ୍ରିମକୋର୍ଟ ପ୍ରଶାସନ। ଏ ନେଇ ପ୍ରଶାସନ ପକ୍ଷରୁ କେନ୍ଦ୍ର ସରକାରଙ୍କ ଗୃହ ଏବଂ ନଗର ଉନ୍ନୟନ ମନ୍ତ୍ରଣାଳୟକୁ ଚିଠି ଲେଖି ଘର ଖାଲି କରାଇ ସୁପ୍ରିମକୋର୍ଟଙ୍କୁ ହସ୍ତାନ୍ତର କରିବାକୁ କୁହାଯାଇଛି।

ଘର ଖାଲି ନକରିବାର କାରଣ ? ୨ ବର୍ଷ ଚିଫ୍ ଜଷ୍ଟିସ ଅଫ୍ ଇଣ୍ଡିଆ ରହିଥିଲେ ଡିୱାଇ ଚନ୍ଦ୍ରଚୂଡ଼ । ୨୦୨୪ ନଭେମ୍ବର ୧୦ରେ ପ୍ରାୟ ୮ ମାସ ହେବ ସେ ଅବସର ନେଲେଣି । ସିଜେଆଇ ଥିବା ବେଳେ ତାଙ୍କୁ ଚିଫ୍ ଜଷ୍ଟିସ୍ ଆବାସ ଆଧାରରେ ୫ କୃଷ୍ଣ ମେନନ୍‌ ମାର୍ଗରେ ସରକାରୀ ଘର ମିଳିଥିଲା । ଅବସରର ପରେ ବି ସେ ସେଠାରେ ରହୁଛନ୍ତି ।

ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ । ଏ ନେଇ କେନ୍ଦ୍ରୀୟ ସହରୀ ବିକାଶ ମନ୍ତ୍ରଣାଳୟକୁ ଚିଠି ଲେଖିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ପୂର୍ବ ସିଜେଆଇ ଚନ୍ଦ୍ରଚୂଡ଼ଙ୍କୁ ଆବାସ ଖାଲି କରିବାକୁ ଚିଠିରେ କୁହାଯାଇଛି । ନିୟମ ଅନୁସାରେ ଅବସର ପରେ ଏତେ ଦିନ ଯାଏ ସରକାରୀ ଆବାସରେ ରହିବା କଥା ନୁହେଁ ।

chandra chuda

ପୂର୍ବତନ ପ୍ରଧାନ ବିଚାରପତିଙ୍କ କାର୍ଯ୍ୟାଳୟ ସୂତ୍ର ଅନୁଯାୟୀ, ଯୋଗାଇ ଦିଆଯାଇଥିବା ବାସସ୍ଥାନଟି ଜରାଜୀର୍ଣ୍ଣ ଅବସ୍ଥାରେ ଥିଲା। ଏହାର ମରାମତି ଆବଶ୍ୟକ ଥିଲା । ଏହି କାରଣରୁ ସେ ବଙ୍ଗଳା ଛାଡ଼ି ନାହାନ୍ତି । ଚନ୍ଦ୍ରଚୂଡଙ୍କ ଅବସର ପରେ ସେହି ଘରକୁ ଆଉ କେହି ନେବାକୁ ଇଚ୍ଛା ପ୍ରକାଶ କରି ନାହାନ୍ତି । ଜଷ୍ଟିସ୍ ସଞ୍ଜୀବ ଖାନ୍ନା ଓ ବର୍ତ୍ତମାନର ଚିଫ୍ ଜଷ୍ଟିସ ବିଆର ଗଭଇ କୃଷ୍ଣା ମେନନ ମାର୍ଗ ସ୍ଥିତ ବଙ୍ଗଳା ନେବାକୁ ମନା କରିଥିଲେ । ଏହି କାରଣରୁ ଡିୱାଇ ଚନ୍ଦ୍ରଚୂଡଙ୍କୁ ଉକ୍ତ ଘର ଛାଡିବାକୁ କିଛି ଚାପ ପଡିନାହିଁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+