ଏହି ରାଜ୍ୟରେ ଭୁଶୁଡିଲା ନିର୍ମାଣଧିନ ବ୍ରିଜ୍ , ୧ ମୃତ, ଅନେକ ଆହତ

Supaul Bridge Collapsed: ବିହାରର ସୁପୋଲରେ ଶୁକ୍ରବାର ସକାଳେ ପ୍ରାୟ ୭ଟା ବେଳେ ଏକ ନିର୍ମାଣଧିନ ବ୍ରିଜ୍ ଭୁଶୁଡ଼ି ପଡିଛି । ଏହି ଘଟଣାରେ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଥିବା ନେଇ ସୂଚନା ରହିଛି । ତେବେ ଆହତ ଶ୍ରମିକଙ୍କ ସଂଖ୍ୟା ଏବେ ସ୍ପଷ୍ଟ ହୋଇ ନାହିଁ ।

ଘଟଣାସ୍ଥଳରେ ପ୍ରଥମେ ସ୍ଥାନୀୟ ଲୋକ ପହଞ୍ଚି ଉଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, 1200 କୋଟି ଟଙ୍କା ବ୍ୟୟରେ ଏହି ସେତୁ ନିର୍ମାଣ କରାଯାଉଛି । ସୁପୌଲର ବକାରୋରୁ ମଧୁବନୀର ଭେଜା ଘାଟ ମଧ୍ୟରେ ନିର୍ମାଣ ହେଉଥିବା ଏହା ସବୁଠୁ ଲମ୍ବା ସଡ଼କ ।

Supaul Bridge Collapsed


ସୂଚନା ଅନୁସାରେ, ନିର୍ମାଣଧିନ ବ୍ରିଜର ୫୦,୫୧ ଏବଂ ୫୨ ସମ୍ଭର ଘାଟି ଭୁଶିଡ଼ି ପଡିଛି । ତେବେ ବର୍ତ୍ତମାନ ମିଳିଥିବା ଖବର ଅନୁସାରେ ଏହି ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ପାଖାପାଖି ୮ ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ଏବଂ ଚିକିତ୍ସା ଜାରି ରହିଛି । ସେହିପରି ପାଖାପାଖି ୨୦ ଜଣ ଏବେ ବି ବ୍ରିଜ ତଳେ ଫସି ରହିଥିବା ନେଇ କୁବାଯାଉଛି ।


ସେତୁ ନିର୍ମାଣକାରୀ କମ୍ପାନୀ ବିରୋଧରେ ମଧ୍ୟ ଲୋକମାନେ ଗୁରୁତର ଅଭିଯୋଗ ଆଣିଛନ୍ତି। କମ୍ପାନୀ ପକ୍ଷରୁ କେହି ଘଟଣାସ୍ଥଳକୁ ଆସି ନାହାଁନ୍ତି । ଘଟଣାସ୍ଥଳରେ ଉପସ୍ଥିତ ଥିବା ମୁଖ୍ୟ ସୁରେନ୍ଦ୍ର ଯାଦବ କହିଛନ୍ତି ଯେ, ଆମେ ବାରମ୍ବାର କମ୍ପାନୀରେ ଅଭିଯୋଗ କରୁଥିଲୁ। ହେଲେ ସେମାନେ ଆମକୁ ଜେଲ ପଠାଇବା ନେଇ ଧମକ ଦେଉଥିଲେ ।

ଆହତ ଶ୍ରମିକଙ୍କ ସଂଖ୍ୟା ୪୦ ରୁ ୫୦ ହୋଇପାରେ ବୋଲି ସୁରେନ୍ଦ୍ର ଯାଦବ କହିଛନ୍ତି। ଏସିଏସ୍ ପ୍ରତୀକ ଅମୃତ କହିଛନ୍ତି ଯେ, ଜଣେ ଶ୍ରମିକଙ୍କର ମୃତ୍ୟୁ ହୋଇଛି। ମୃତକ ଶ୍ରମିକଙ୍କୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦାବି କରୁଛନ୍ତି ସ୍ଥାନୀୟ ଲୋକ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+