ଭତ୍ତା ପାଉଛନ୍ତି ସନ୍ନି ଲିଓନୀ ! ଜାଣନ୍ତୁ ପୁରା ଘଟଣା
Sunny Leone: ଅଭିନେତ୍ରୀ ସନ୍ନି ଲିଓନୀଙ୍କୁ ମିଳୁଛି ସରକାରୀ ଯୋଜନା ଲାଭ । ଏହି ନ୍ୟୁଜ୍ ଫ୍ୟାନ୍ସଙ୍କୁ ଆଶ୍ଚର୍ଯ୍ୟ କରିଛି ଏବଂ ଚର୍ଚ୍ଚାରେ ରହିଛନ୍ତି ଅଭିନେତ୍ରୀ । ତେବେ ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, ସନ୍ନି କୌଣସି ସରକାରୀ ଯୋଜନା ଫାଇଦା ନେଉ ନାହାଁନ୍ତି ବରଂ ତାଙ୍କ ନାମରେ ଠକେଇ କରାଯାଉଛି ।
ବାସ୍ତବରେ ଛତିଶଗଡରେ 2024 ମସିହାରେ ଆରମ୍ଭ ହୋଇଥିଲା ମାହତରୀ ବନ୍ଦନ ଯୋଜନା । ଏହି ଯୋଜନା ଜରିଆରେ ମହିଳାଙ୍କୁ ମାସିକ 1 ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଉଛି । ଏହି ଯୋଜନାର ଲାଭ ଉଠାଇବା ପାଇଁ ବସ୍ତ ଜିଲ୍ଲାର ତାଲୁର ଗାଁରେ ଅଭିନେତ୍ରୀଙ୍କ ନାଁରେ ଏକ ଆକାଉଣ୍ଟ ଖୋଲ ଯାଇଥିଲା ଏବଂ ଏଥିରେ ସନ୍ନିଙ୍କ ସ୍ୱାମୀଙ୍କ ନାଁ ଜନି ସିନ୍ସ ବୋଲି ଲେଖାଯାଇଛି ।

ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ଛତିଶଗଡର ବସ୍ତର ଅଞ୍ଚଳରେ ଅବସ୍ଥିତ ତାଲୁର ଗ୍ରାମରେ ଏହି ଠକେଇର ଖୁଲାସା ହୋଇଥିଲା। ଏହି ଯୋଜନାର ଲାଭ ପାଇବା ପାଇଁ ଜଣେ ବ୍ୟକ୍ତି ସନ୍ନିଙ୍କ ନାମକୁ ବ୍ୟବହାର କରିଥିଲେ । ଏହି ଯୋଜନା ଅଧୀନରେ ସରକାର କେବଳ ବିବାହିତ ମହିଳାଙ୍କୁ ଟଙ୍କା ଦେଇଥାନ୍ତି । ଠକେଇ ଅଭିଯୋଗରେ ବିରେନ୍ଦ୍ର ଯୋଶୀ ନାମକ ଜଣେ ବ୍ୟକ୍ତିଙ୍କ ବିରୋଧରେ ପୋଲିସ ମାମଲା ରୁଜୁ କରିଛି। ପୋଲିସ ତାଙ୍କ ଆକାଉଣ୍ଟକୁ ମଧ୍ୟ ଜବତ କରିଛି। ତେବେ ସନ୍ନିଙ୍କ ନାମରେ ଥିବା ଏହି ଫେକ୍ ଆକାଉଣ୍ଟକୁ ଗ୍ରାମପଞ୍ଚାୟତ ଓ ଯୋଜନାର ସ୍ଥାନୀୟ ସୁଭରଭାଇଜର ଯାଞ୍ଚ କରି ସ୍ୱାକୃତି ଦେଇଛନ୍ତି।
ସୂଚନା ଅନୁସାରେ, ଗତ ମାର୍ଚ୍ଚ ମାସରୁ ସନ୍ନିଙ୍କ ଫେକ୍ ଆକାଉଣ୍ଟକୁ ଏକ ହଜାର ଟଙ୍କା ଟ୍ରାନ୍ସଫର କରାଯାଉଛି । ବସ୍ତର ଜିଲ୍ଲାରେ ଯୋଜନାର ଅଡିଟ୍ କରିବା ସମୟରେ ଏପରି ଘଟଣା ସାମ୍ନାକୁ ଆସିଥିଲା । ତେବେ ବର୍ତ୍ତମାନ ଏହି ଘଟଣାର ଏକ ମାମଲା ରୁଜୁ କରାଯିବା ସହ ତଦନ୍ତ ଆରମ୍ଭ ହୋଇଛି ।












Click it and Unblock the Notifications