ମମତାଙ୍କ ବଡ଼ ଦାବି, କହିଲେ ସୁନୀତାଙ୍କୁ ମିଳୁ ଭାରତ ରତ୍ନ
ମହାକାଶ ବିଜ୍ଞାନ କ୍ଷେତ୍ରରେ ବିଶ୍ବକୁ ମିଳିଛି ବଡ଼ ସଫଳତା । ଏକାଧିକ ଚେଷ୍ଟା ପରେ ୯ ମାସ ପରେ ପୃଥିବୀକୁ ଫେରିଛନ୍ତି ସୁନୀତା ୱିଲିୟମ୍ସ ଓ ବୁଚ୍ ୱିଲମୋର ଓ ଅନ୍ୟ ଦୁଇ ମହାକାଶଚାରୀ ଆଲେକଜାଣ୍ଡର ଗୋର୍ବୁନୋଭ ଓ ନିକ୍ ହେଗ୍ । ସୁନୀତା ପୃଥିବୀକୁ ଫେରିବା ପରେ ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ରାଷ୍ଟ୍ରପତି। ସମସ୍ତେ ତାଙ୍କୁ ପ୍ରଶଂସାରେ ପୋତି ପକାଇଥିଲେ। ଆଉ ଏହାରି ଭିତରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଭାରତୀୟ ବଂଶୋଦ୍ଭବ ନାସା ମହାକାଶଚାରୀ ସୁନୀତା ୱିଲିୟମ୍ସଙ୍କୁ ଭାରତ ରତ୍ନ ଦାବି କରିଛନ୍ତି।
ବିଧାନସଭାରେ ମମତା କହିଥିଲେ, ମହାକାଶ ବିଜ୍ଞାନ କ୍ଷେତ୍ରରେ ମୋର ରୁଚି ରହିଛି। ସୁନିତା ମହକାଶରେ ଫଶିବା ପରେ ତାଙ୍କ ପ୍ରତ୍ୟାବର୍ତ୍ତନ ସମ୍ପର୍କିତ ଖବରକୁ ମୁଁ ବିଭିନ୍ନ ଉତ୍ସରୁ ନିରୀକ୍ଷଣ କରୁଥିଲି। ପ୍ରତିଦିନ ଏ ସମ୍ପର୍କିତ ତଥ୍ୟକୁ ଅନୁସରଣ କରୁଥିଲି। ସୁନିତା ଭାରତର ଝିଅ। ମହାକାଶ ଯାତ୍ରାରେ ତାଙ୍କ ନିଷ୍ଠାପରତା ପ୍ରଶଂସନୀୟ। ସୁନିତା ଏବଂ ବୁଚ୍ ୱିଲମୋର ପୃଥିବୀ ପୃଷ୍ଠକୁ ଫେରିବା ପରେ ଆମେ ବହୁତ ଖୁସି ଅନୁଭବ କରୁଛୁ। ସେମାନଙ୍କ ସାହସ ପ୍ରଶଂସାର ପାତ୍ର।

୨୦୨୪, ଜୁନ୍ ୫- ମହାକାଶକୁ ଯାତ୍ରା କରିଥିଲେ ସୁନୀତା । ସାଥୀ ମହାକାଶଚାରୀ ବଚ୍ ୱିଲମୋରଙ୍କ ସହ ମହାକାଶ ଯାତ୍ରା କରିଥିଲେ । ମାତ୍ର ୮ ଦିନ ପାଇଁ ଦୁହିଁଙ୍କୁ ଆନ୍ତର୍ଜାତିକ ମହାକାଶ କେନ୍ଦ୍ର ବା ଆଇଏସଏସକୁ ପଠାଯାଇଥିଲା। ପୃଥିବୀ ପୃଷ୍ଠରୁ ପ୍ରାୟ ୪ଶହ କିମି ଉପରେ ଶୂନ୍ୟରେ ରହିଛି ଆନ୍ତର୍ଜାତିକ ମହାକାଶ କେନ୍ଦ୍ର । ଫେରିବା ସମୟରେ ଷ୍ଟାରଲାଇନର ମହାକାଶ ଯାନରେ ବୈଷୟିକ ତ୍ରୁଟି ଦେଖାଦେଲା ।
ପ୍ରଥମେ ବୋଇଂ ଷ୍ଟାରଲାଇନରୁ ହିଲିୟମ୍ ଗ୍ୟାସ ଲିକ୍ କରୁଥିବା ଜଣାପଡିଥିଲା ପରେ ମହାକାଶ ଯାନର ୪ଟି ଥ୍ରଷ୍ଟ ପଏଣ୍ଟ କାମ କରୁନଥିବା ସୂଚନା ମିଳିଥିଲା । ପରବର୍ତ୍ତୀ ସମୟରେ ମହାକାଶ ଯାନର ଅନ୍ୟ ପଏଣ୍ଟରୁ ହିଲିୟମ୍ ଗ୍ୟାସ ଲିକ୍ ହୋଇଥିଲା । ଏହାପରେ ବୋଇଂ ଷ୍ଟାରଲାଇନରେ ଫେରିବା ସମ୍ଭବ ନୁହେଁ ବୋଲି କହିଥିଲା ନାସା । ସେବେଠାରୁ ମହାକାଶରେ ଫସି ରହିଥିଲେ ସୁନୀତା ଓ ବଚ୍ ୱିଲମୋର ।












Click it and Unblock the Notifications