୯ ମାସ ପରେ ମହାକାଶରୁ ପୃଥିବୀ ପୃଷ୍ଠକୁ ଫେରିଲେ ସୁନିତା ୱିଲିୟମ୍ସ
Sunita Williams: ୯ ମାସ ପରେ ମହାକାଶରୁ ପୃଥିବୀ ପୃଷ୍ଠକୁ ଫେରିଲେ ସୁନିତା ୱିଲିୟମ୍ସ । ନିକ୍ ହେଗ୍, ସୁନିତା ୱିଲିୟମ୍ସ, ବୁଚ୍ ୱିଲମୋର ଏବଂ ମହାକାଶଚାରୀ ଆଲେକଜାଣ୍ଡାର ଗୋର୍ବୁନୋଭ ସ୍ପେସଏକ୍ସ ଡ୍ରାଗନ୍ ମହାକାଶଯାନରେ ପୃଥିବୀକୁ ସୁରକ୍ଷିତ ଫେରିଛନ୍ତି । ଭାରତୀୟ ସମୟ ଅନୁସାରେ ୧୯ ମାର୍ଚ୍ଚ ସକାଳ ୩:୨୭ ରେ ଫ୍ଲୋରିଡାରେ ଅବତରଣ କରିଥିଲା ସ୍ପେସଏକ୍ସ ଡ୍ରାଗନ କ୍ୟାପସୁଲ ।

ସ୍ପେସଏକ୍ସ ଡ୍ରାଗନ କ୍ୟାପସୁଲ ଆନ୍ତର୍ଜାତୀୟ ମହାକାଶ ଷ୍ଟେସନରୁ ଅଲଗା ହୋଇ ଧୀରେ ଧୀରେ ପୃଥିବୀର ବାୟୁମଣ୍ଡଳରେ ପ୍ରବେଶ କରିଥିଲା ଏବଂ ପରେ ଫ୍ଲୋରିଡାର ସମୁଦ୍ରରେ ସଫଳତାର ସହ ଅବତରଣ କରିଥିଲା । ସେହିପରି ନାସା ଏବଂ ସ୍ପେସଏକ୍ସ ଦଳ କ୍ୟାପସୁଲରୁ ସୁରକ୍ଷିତ ଭାବରେ ମହାକାଶଚାରୀମାନଙ୍କୁ ବାହାରକୁ ଆଣିବା ପ୍ରକ୍ରିୟା ପାଇଁ ସମ୍ପୁର୍ଣ୍ଣ ପ୍ରସ୍ତୁତ ଥିଲେ।
Tune in for a splashdown!@NASA_Astronauts Nick Hague, Suni Williams, Butch Wilmore, and cosmonaut Aleksandr Gorbunov are returning to Earth in their @SpaceX Dragon spacecraft. #Crew9 splashdown is targeted for 5:57pm ET (2157 UTC). https://t.co/Yuat1FqZxw
— NASA (@NASA) March 18, 2025
ପ୍ରଥମେ ନିକ୍ ହେଗଙ୍କୁ ସୁରକ୍ଷିତ ଭାବରେ କ୍ୟାପସୁଲରୁ ବାହାର କରାଯାଇଥିଲା । ପରେ ବୁଚ୍ ୱିଲମୋରଙ୍କୁ ଏବଂ ତୃତୀୟରେ ସୁନିତା ୱିଲିୟମ୍ସଙ୍କୁ ବାହାର କରାଯାଇଥିଲା। ସମସ୍ତ ଚାରିଜଣ ମହାକାଶଚାରୀ ସୁସ୍ଥ ଥିବା ନେଇ ସୂଚନା ରହିଛି ।
ସୁନୀତା ୱିଲିୟମ୍ସ ଓ ବେରୀ ବିଲମୋର ଜୁନ ୨୦୨୪ରେ ଇଣ୍ଟରନ୍ୟାସନାଲ ସ୍ପେସ୍ ସେଣ୍ଟରକୁ ଯାଇଥିଲେ । ମାତ୍ର ୮ ଦିନ ପାଇଁ ୯ମାସ ହେବ ଫସି ରହିଥିଲେ ସୁନୀତା ଏବଂ ତାଙ୍କ ସହଯୋଗୀ । ପରେ ସୁନିତା ଏବଂ ବେରୀ ବିଲମୋରଙ୍କୁ ଫେରାଇ ଆଣିବାକୁ ଆମେରିକା, ଜାପାନ ଓ ରୁଷର ୪ଜଣ ମହାକାଶଚାରୀ ସ୍ପେସ୍ ସେଣ୍ଟରରେ ପହଞ୍ଚିଥିଲେ ।












Click it and Unblock the Notifications