Get Updates
Get notified of breaking news, exclusive insights, and must-see stories!

୨୮୬ ଦିନ ଏବଂ ୪ ହଜାରୁ ଅଧିକ ଥର ପୃଥିବୀ ପରିକ୍ରମା ପରେ ଫେରିଲେ ସୁନିତା

Sunita Williams: ଶେଷରେ ସମସ୍ତ ଅପେକ୍ଷାର ଅନ୍ତ ହୋଇଛି । ଭାରତୀୟ ବଂଶୋଦ୍ଭବ ସୁନିତା ୱିଲିୟମ୍ସ ଏବଂ ତାଙ୍କ ସାଥୀ ବୁଚ୍ ୱିଲମୋର ୨୮୬ ଦିନ ମହାକାଶରେ ବିତାଇବା ପରେ ଶେଷରେ ପୃଥିବୀକୁ ଫେରିଛନ୍ତି। ସେମାନଙ୍କର SpaceX Crew Dragon କ୍ୟାପସୁଲ ୧୯ ମାର୍ଚ୍ଚ ସକାଳ ୩:୨୭ ରେ ମେକ୍ସିକୋ ଉପସାଗରରେ ସଫଳତାର ସହ ପାଣିରେ ଅବତରଣ କରିଥିଲା ।

ପୁନରୁଦ୍ଧାର ଜାହାଜ ଦ୍ୱାରା ଡ୍ରାଗନ ମହାକାଶଯାନକୁ ପାଣିରୁ ସଫଳତାର ସହ ଉଦ୍ଧାର କରାଯାଇଥିଲା। ଉକ୍ତ ସମୟରେ ଚାରିଜଣ ମହାକାଶଚାରୀ ସୁରକ୍ଷିତ ଏବଂ ସୁସ୍ଥ ଥିଲେ । ଡ୍ରାଗନ୍ କ୍ୟାପସୁଲର ହ୍ୟାଚ୍ ଅର୍ଥାତ୍ ଦ୍ୱାରା ଖୋଲାଯାଇ ଯାଞ୍ଚ ପରେ ନିକ୍ ହେଗ୍ ପ୍ରଥମେ କ୍ୟାପସୁଲରୁ ସୁରକ୍ଷିତ ଭାବରେ ବାହାରକୁ ଆସିଥିଲେ। ଏହା ପରେ ବୁଚ୍ ୱିଲମୋର ଏବଂ ଶେଷରେ ସୁନିତା ୱିଲିୟମ୍ସଙ୍କୁ କ୍ୟାପସୁଲରୁ ବାହାର କରାଯାଇଥିଲା।

Sunita Williams

୫ ଜୁନ୍, ୨୦୨୪ରେ, ସୁନିତା ୱିଲିୟମ୍ସ ଏବଂ ତାଙ୍କ ସାଥୀ ବୁଚ୍ ୱିଲମୋର ନୂତନ ଷ୍ଟାରଲାଇନର୍ କ୍ୟାପସୁଲ୍‌ରେ ଏକ ସପ୍ତାହ ମହାକାଶକୁ ଯାତ୍ରା କରିଥିଲେ। କିନ୍ତୁ ହିଲିୟମ ଲିକ୍ ଏବଂ ଅନ୍ୟାନ୍ୟ ଯାନ୍ତ୍ରିକ ସମସ୍ୟା ଯୋଗୁଁ ଷ୍ଟାରଲାଇନ ପୃଥିବୀକୁ ଫେରିପାରି ନଥିଲା । ପରେ ନାସା ପକ୍ଷରୁ ସ୍ପେସଏକ୍ସର କ୍ରୁ ଡ୍ରାଗନ ବ୍ୟବହାର କରି ସେମାନଙ୍କୁ ଫେରାଇ ଆଣିବା ନେଇ ନିଷ୍ପତ୍ତି ନିଆଯାଇଥିଲା ।

ସୂଚନା ଅନୁସାରେ, ମାତ୍ର ୮ ଦିନିଆ ମିଶନରେ ଯାଇ ୯ ମାସ ଧରି ଫସି ରହିଥିଲେ ସୁନିତା ଏବଂ ତାଙ୍କ ସହଯୋଗୀ । ଉଭୟ ପୃଥିବୀ ଚାରିପାଖରେ ୪,୫୭୬ ଥର ପରିକ୍ରମା କରିଥିଲା ​​ଏବଂ ମୋଟ ୧୯୫ ନିୟୁତ କିଲୋମିଟର (୧୨୧ ନିୟୁତ ମାଇଲ) ଦୂରତା ଯାତ୍ରା କରିଥିଲେ। ସୁନିତା ୱିଲିୟମ୍ସ ମହିଳା ମହାକାଶଚାରୀଙ୍କ ମଧ୍ୟରେ ସର୍ବାଧିକ ସ୍ପେସୱାକ୍ କରିବାର ରେକର୍ଡ କରିବାରେ ସଫଳ ହୋଇଛନ୍ତି । ଜାନୁଆରୀରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସେମାନଙ୍କ ପ୍ରତ୍ୟାବର୍ତ୍ତନକୁ ତ୍ୱରାନ୍ୱିତ କରିବା ପାଇଁ ଆହ୍ୱାନ ଦେଇଥିଲେ।

ପୃଥିବୀକୁ ଫେରିବା ପରେ ଉଭୟଙ୍କୁ ହ୍ୟୁଷ୍ଟନର ଜନସନ ସ୍ପେସ୍ ସେଣ୍ଟରକୁ ନିଆଯିବ । ଯେଉଁଠାରେ ସେମାନଙ୍କୁ ଡାକ୍ତରୀ ଯାଞ୍ଚ କରାଯିବା ନେଇ ସୂଚନା ରହିଛି । ଫ୍ଲାଇଟ୍ ସର୍ଜନମାନେ ସେମାନଙ୍କୁ ପରୀକ୍ଷା କରିବେ କାରଣ ମାଇକ୍ରୋଗ୍ରାଭିଟିର ଦୀର୍ଘ ସମୟ ପର୍ଯ୍ୟନ୍ତ ସଂସ୍ପର୍ଶରେ ରହିବା ମାଂସପେଶୀ ଏବଂ ହାଡ଼କୁ ପ୍ରଭାବିତ କରେ।

ଏହା ପରେ ପରିବାରକୁ ଭେଟିବେ । ସୁନିତା ୱିଲିୟମ୍ସ କହିଥିଲେ ଯେ ସେ ତାଙ୍କ କୁକୁର ଏବଂ ପରିବାର ସହିତ ସାକ୍ଷାତ କରିବାକୁ ସେ ଖୁବ ଉତ୍ସାହିତ ଅଛନ୍ତି। ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, ଆମେରିକାର ୨୧ଟି ହିନ୍ଦୁ ମନ୍ଦିରରେ ତାଙ୍କ ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ପାଇଁ ପ୍ରାର୍ଥନା କରାଯାଇଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+