ଗର୍ଜ୍ଜିଲେ ସୁନୀତା, କହିଲେ ତାନାଶାହାର ବିନାଶ ହୋଇଯାଉ
ଦିଲ୍ଲୀ ମଦ ନୀତି ଦୁର୍ନିତ ମାଲରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଅଡୁଆ ଦିନକୁ ଦିନ ବଢ଼ିବାରେ ଲାଗିଛି । ଗୋଟିଏ ପଟେ ହାଇକୋର୍ଟ ତାଙ୍କ ଜାମିନ ଉପରେ ରୋକ୍ ଲଗାଇ ଦେଇଥିବା ବେଳେ ଅନ୍ୟପଟେ ସିବିଆଇ ତାଙ୍କୁ ଗିରଫ କରି ରିମଣ୍ଡରେ ନେଇଛି । ସ୍ୱାମୀଙ୍କ ଅଡୁଆ ବଢ଼ୁଥିବ ଦେଖି ଏବେ ରାଗି ଯାଇଛନ୍ତି ପତ୍ନୀ ସୁନୀତା କେଜ୍ରିୱାଲ ।
ସେ ସୋଶାଲ ମିଡିଆରେ ଏକ ନୋଟ୍ ପୋଷ୍ଟ କରି ଗର୍ଜ୍ଜଛନ୍ତି । ସେ କେଜ୍ରିୱାଲଙ୍କ ଗିରଫଦାରୀକୁ ଏକଛତ୍ରବାଦୀ ଶାସନ ବୋଲି କହିଛନ୍ତି । ଆହୁରି କହିଛନ୍ତି ଏବେ ଯାଏ ଭଗବାନ ସମସ୍ତଙ୍କୁ ସଦ୍ବୁଦ୍ଧି ଦିଅନ୍ତୁ ବୋଲି ପ୍ରାର୍ଥନା କରୁଥିଲି । ହେଲେ ଏବେ ପ୍ରାର୍ଥନା କରୁଛି ଯେ ତାନାଶାହାର ବିନାଶ ହୋଇଯାଉ ।

ସୂଚନାଯୋଗ୍ୟ, ପୂର୍ବରୁ ସୁନୀତା କେଜ୍ରିୱାଲ ଆଉ ଏକ ପୋଷ୍ଟ ଲେଖି କେଜ୍ରିୱାଲଙ୍କ ଗିରଫର ପ୍ରତିବାଦ କରିଥିଲେ । ଜୁନ ୨୦ରେ କେଜ୍ରିୱାଲଙ୍କୁ ଜାମିନ ମିଳିଥିଲା । ଏଥିରେ ଇଡି ତୁରନ୍ତ ରହିତାଦେଶ ଲଗାଇଦେଲା । ପରଦିନ ସିବିଆଇ ତାଙ୍କୁ ଅଭିଯୁକ୍ତ କରିନେଲା, ଆଜି ତାଙ୍କୁ ଗିରଫ କରାଯାଇଛି । ପୁରା ଶାସନ କଳ ଚାହୁଁଛି ଯେ ସେ ଜେଲରୁ ବାହାରକୁ ବାହାରି ନ ପାରନ୍ତୁ । ଏହା ଆଇନବ୍ୟବସ୍ଥା ନୁହେଁ । ଏହା ଏକଛତ୍ରବାଦ,ଜରୁରୀକାଳୀନ ପରିସ୍ଥିତି ।












Click it and Unblock the Notifications