ଦିଲ୍ଲୀର ପରବର୍ତ୍ତି ମୁଖ୍ୟମନ୍ତ୍ରୀ ହେବେ ସୁନିତା କେଜ୍ରିୱାଲ!
ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବାସଭବନରେ ଆମ୍ ଆଦମୀ ପାର୍ଟି ବିଧାୟକଙ୍କ ବସିଛି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ । ଆପ ବିଧାୟକ ସୁନୀତା କେଜ୍ରିୱାଲଙ୍କୁ ଭେଟିବାକୁ ଆସୁଛନ୍ତି ଦଳର ବିଧାୟକ । ଏଭଳି ପରିସ୍ଥିତିରେ ଆମ୍ ଆଦମୀ ପାର୍ଟିରେ ଏକ ବଡ ପରିବର୍ତ୍ତନ ହୋଇପାରେ ବୋଲି ଏବେ ଅନୁମାନ କରାଯାଉଛି । ସୌରଭ ଭରଦ୍ୱାଜ, କୈଲାଶ ଗେହଲୋଟ୍ ସିଏମ୍ ବାସଭବନରେ ମଧ୍ୟ ଉପସ୍ଥିତ ଅଛନ୍ତି । ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ତିହାର ଜେଲକୁ ଯିବା ପରେ ତାଙ୍କ ପତ୍ନୀ ସୁନୀତା କେଜରିୱାଲ ଦିଲ୍ଲୀର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି ବୋଲି ଏବେ ପ୍ରଶ୍ନ ଉଠିଛି ।
ଘଟଣା ହେଉଛି ବିଧାୟକମାନେ ମଙ୍ଗଳବାର ତାଙ୍କୁ ଭେଟିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ପହଞ୍ଚିଥିଲେ, ଯାହା ଏହି କଳ୍ପନାଜଳ୍ପନାକୁ ଶକ୍ତି ପ୍ରଦାନ କରିଛି । ସୂଚନାଯୋଗ୍ୟ,ମଦ ନୀତି ଦୁର୍ନିତ ମାମଲାରେ ଅନିୟମିତତା ଅଭିଯୋଗରେ ଦିଲ୍ଲୀର ରାଉସ ଆଭେନ୍ୟୁ କୋର୍ଟ ଦ୍ୱାରା ମୁଖ୍ୟମନ୍ତ୍ରୀ କେଜରିୱାଲଙ୍କୁ ୧୫ ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଯାଇଥିଲା ।

ଏଭଳି ପରିସ୍ଥିତିରେ ପ୍ରଶ୍ନ ଉଠିଥିଲା ଯେ ସେ କିପରି ଜେଲରୁ ସରକାର ଚଳାଇବେ । ଏଭଳି ପରିସ୍ଥିତିରେ ଆସନ୍ତା ଦିନରେ ଏଏପିର ଜାତୀୟ ସଂଯୋଜକଙ୍କ ପତ୍ନୀ ସୁନୀତା କେଜରିୱାଲ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବାର ସମ୍ଭାବନା ରହିଛି ବୋଲି ସୂତ୍ରରୁ ପ୍ରକାଶ । ସେ ରବିବାରଏଠାରେ ରାମଲିଲା ମଇଦାନରେ 'ସେଭ ଡେମୋକ୍ରାସି' ରାଲିରୁ ନିଜର ରାଜନୈତିକ ଇନିଂସ ଆରମ୍ଭ କରିଥିଲେ ।
ସୂଚନାଯୋଗ୍ୟ ଯେ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ୨ ନମ୍ବର ତିହାର ଜେଲରେ ରହିବେ । ଭବିଷ୍ୟତରେ ତାଙ୍କୁ ଇଡି ରିମାଣ୍ଡରେ ନେବାର ସମ୍ଭାବନା ଥିବାରୁ ଆଜି ଦିଲ୍ଲୀସ୍ଥିତ ରାଉଜ ଏଭେନ୍ୟୁ ଅଦାଲତ ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ଜେଲ୍ ପଠାଇ ଦେଇଛନ୍ତି । ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ଏପ୍ରିଲ ୧୯ରେ ହେବ । ଏହା ପୂର୍ବରୁ କେଜ୍ରିୱାଲ ଜେଲ୍ରେ ରହିବା ଦଳ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି ।
ଇଡି ରିମାଣ୍ଡ ଶେଷ ହେବା ପରେ କେଜ୍ରିୱାଲଙ୍କୁ ସ୍ୱତନ୍ତ୍ର ବିଚାରପତି କାବେରୀ ବାୱେଜାଙ୍କ ସମ୍ମୁଖରେ ହାଜର କରାଯାଇଥିଲା । ପରବର୍ତ୍ତୀ ପର୍ଯ୍ୟାୟରେ ତାଙ୍କୁ ରିମାଣ୍ଡରେ ନେବାର ଆବଶ୍ୟକତା ଥିବାରୁ ୧୫ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇବା ପାଇଁ ଇଡି ଅନୁରୋଧ କରିଥିଲା । ଏହାପରେ ଅଦାଲତ ତାଙ୍କୁ ଜେଲ୍ ପଠାଇ ଦେଇଛନ୍ତି ।












Click it and Unblock the Notifications