ଜେଲରେ କେଜ୍ରିୱାଲଙ୍କୁ ଭେଟିପାରିବେ ନାହିଁ ପତ୍ନୀ ସୁନୀତା ଅଗ୍ରୱାଲ !

Delhi Excise Policy Case: ମଦ ଦୁର୍ନୀତି ମାମଲା । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦି କେଜ୍ରିୱାଲଙ୍କ ସହ ତାଙ୍କ ପତ୍ନୀଙ୍କୁ ବ୍ୟକ୍ତିଗତ ସାକ୍ଷାତ କରିବା ପାଇଁ ଅନୁମତି ମିଳିଲା ନାହିଁ । ଯାହାକୁ ବିରୋଧ କରିଛନ୍ତି ସଞ୍ଜୟ ସିଂହ । ସେ କହିଛନ୍ତି, ହତ୍ୟା କରିଥିବା ଅପରାଧୀଙ୍କୁ ଭେଟିବା ପାଇଁ ଅନୁମତି ଦିଆଯାଉଛି ହେଲେ ଜଣେ ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଏପରି ବ୍ୟବହାର କାହିଁକି ବୋଲି ସଞ୍ଜୟ ସିଂ ପ୍ରଶ୍ନ କିଛନ୍ତି ।

Delhi Excise Policy Case

ଏକ ସାମ୍ବାଦିକ ସମ୍ମିଳନୀରେ ଆପ୍ ନେତା ସଞ୍ଜୟ ସିଂହ ତିହାକ ଜେଲର କର୍ତ୍ତୃପକ୍ଷଙ୍କ ଉପରେ ବର୍ଷଛନ୍ତି । ସେ କହିଛନ୍ତି, କେଜ୍ରିୱାଲଙ୍କ ପତ୍ନୀ ସୁନୀତା କେଜ୍ରିୱାଲ ତାଙ୍କ ସ୍ୱାମୀଙ୍କ ସହ ଭେଟିବା ପାଇଁ ଆଦେବନ କରିଥିଲେ, ହେଲେ ତାଙ୍କୁ ଭେଟିବା ପାଇଁ ଅନୁମତି ମିଳି ନାହିଁ । ଏହା ପୂର୍ବରୁ ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ସହ ମଧ୍ୟ ଅରବିନ୍ଦ କେଜ୍ରିୱାଲଙ୍କୁ ଭେଟି ଆଲୋଚନା କରିବା ପାଇଁ ଅନୁମତି ମିଳିନଥିଲା । ଆମେ କେବଳ ଝରକା ବାଟ ଦେଇ ଅରବିନ୍ଦ କେଜ୍ରିୱାଲଙ୍କୁ ଭେଟି ପାରିଥିଲୁ ।

ସେ ଆହୁରି କହିଛନ୍ତି, ହତ୍ୟା ଅଭିଯୁକ୍ତମାନଙ୍କୁ ବାରାକ୍ ଦେଇ ଭେଟିବା ପାଇଁ ଅନୁମତି ମିଳୁଛି, ହେଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପାଇଁ କ'ଣ ପାଇଁ ଦିଆଯାଉ ନାହିଁ । ଏପରି ବ୍ୟବହାର କ'ଣ ପାଇଁ କରାଯାଉଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ମନୋବଳ ଭାଙ୍ଗିବା ପାଇଁ ଏପରି କରାଯାଉଛି ବୋଲି ସଞ୍ଜୟ ସିଂ ଦାବି କରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+