କେଜ୍ରିୱାଲଙ୍କ ଗିରଫ ଉପରେ ପତ୍ନୀ କହିଲେ ‘କ୍ଷମତାର ଅହଙ୍କାର ଯୋଗୁ ଅରବିନ୍ଦଙ୍କୁ ଗିରଫ କରାଇଛନ୍ତି ମୋଦି'
ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟିର ସଂଯୋଜକ ଅରବିନ୍ଦ କେଜ୍ରିୱାଲଙ୍କ ଗିରଫ ପରେ ଦିଲ୍ଲୀରେ ରାଜନୈତିକ ବାତାବରଣ ଉଷ୍ମ ହେବାରେ ଲାଗିଛି । ଆପ୍ ଏବଂ ବିରୋଧୀ ଦଳ ମଧ୍ୟରେ ଏବେ ବୟାନ ବାଜି ଜାରି ରହିଛି । ଆଉ ଅରବିନ୍ଦ କେଜ୍ରିୱାଲଙ୍କୁ ଗିରଫ କରିବା ପରେ ପତ୍ନୀ ସୁନୀତା ପ୍ରଥମ ଥର ପାଇଁ ନୀରବତା ଭାଙ୍ଗିଛନ୍ତି ।
ସୋସିଆଲ ମିଡିଆ ଜରିଆରେ ସେ ଦିଲ୍ଲୀର ଲୋକଙ୍କୁ ଉତ୍ସର୍ଗୀକୃତ ପ୍ରତିକ୍ରିୟା ଦେଇଛନ୍ତି । ସେ ଲେଖିଛନ୍ତି, ୩ ଥର ବାଛିଥିବା ମୁଖ୍ୟମନ୍ତ୍ରୀଙ୍କୁ ମୋଦି କ୍ଷମତାର ଅହଙ୍କାରକୁ ନେଇ ଗିରଫ କରିଛନ୍ତି । ସମସ୍ତଙ୍କୁ ଭାଙ୍ଗିବାରେ ଲାଗିଛନ୍ତି । ଏହା ଦିଲ୍ଲୀର ଲୋକଙ୍କ ପ୍ରତି ଅନ୍ୟାୟ । ଆପଣଙ୍କ ମୁଖ୍ୟମନ୍ତ୍ରୀ ସର୍ବଦା ଆପଣଙ୍କ ସହ ଅଛନ୍ତି । ବାହାରେ ରୁହନ୍ତୁ ଅବା ଭିତରେ, ତାଙ୍କ ଜୀବନ ଦେଶ ପାଇଁ ସମର୍ପିତ । ଜନତା ଜନାର୍ଦ୍ଦନ ସବୁ କିଛି ଜାଣନ୍ତି । ଜୟ ହିନ୍ଦ ।

ସୁଚନାଯୋଗ୍ୟ ଯେ, ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ଅନ୍ୟ ମନ୍ତ୍ରୀ ଓ ଆପ୍ ନେତାଙ୍କ ସହ ଅବକାରୀ ଦୁର୍ନୀତି ମାମଲାର ମୁଖ୍ୟ ଷଡ଼ଯନ୍ତ୍ରକାରୀ ବୋଲି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଶୁକ୍ରବାର କୋର୍ଟଙ୍କୁ କହିବା ସହ କେଜ୍ରିୱାଲଙ୍କୁ ୧୦ ଦିନିଆ ରିମାଣ୍ଡରେ ନେବା ପାଇଁ କୋର୍ଟଙ୍କ ଅନୁମତି ମାଗିଥିଲା ।
ତେବେ କୋର୍ଟ ୬ ଦିନିଆ ରିମାଣ୍ଡ ଦେଇଛନ୍ତି । ଦିଲ୍ଲୀ ଅବକାରୀ ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ଗିରଫ ହୋଇଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ପିଏମଏଲଏ କୋର୍ଟ ୬ ଦିନ ରିମାଣ୍ଡରେ ପଠାଇଛନ୍ତି । ମାର୍ଚ୍ଚ ୨୮ ପର୍ଯ୍ୟନ୍ତ କୋର୍ଟ ଅରବିନ୍ଦ କେଜ୍ରିୱାଲଙ୍କୁ ରିମାଣ୍ଡରେ ପଠାଇଛନ୍ତି ।












Click it and Unblock the Notifications