ସୁନେତ୍ରା ପାୱାରଙ୍କୁ ମିଳିଲା ଅବକାରୀ ଓ କ୍ରୀଡ଼ା ବିଭାଗ

ଶନିବାର ରାଜ୍ୟ ସଭା ଏମପି ପଦରୁ ଇସ୍ତଫା ଦେଇ ସ୍ବର୍ଗତ ଅଜିତ ପାୱାରଙ୍କ ପତ୍ନୀ ସୁନେତ୍ରା ପାୱାର ମହାରାଷ୍ଟ୍ରର ପ୍ରଥମ ମହିଳା ଉପମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ସେ ତାଙ୍କ ସ୍ବାମୀ ତଥା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ସ୍ଥାନ ନେଇଛନ୍ତି, ଯାହାଙ୍କର ଦୁଇ ଦିନ ପୂର୍ବରୁ ଏକ ବିମାନ ଦୁର୍ଘଟଣାରେ ଦୁଃଖଦ ମୃତ୍ୟୁ ହୋଇଥିଲା। ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ ମୁମ୍ବାଇର ଲୋକଭବନରେ ଆୟୋଜିତ ଏକ ସମାବର୍ତ୍ତନ ଉତ୍ସବରେ ତାଙ୍କୁ ପଦ ଏବଂ ଗୋପନୀୟତାର ଶପଥ ପାଠ କରାଇଥିଲେ।

ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସ, ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେ, ଏନସିପି ରାଜ୍ୟ ସଭାପତି ସୁନୀଲ ତଟକାରେ ଏବଂ ପ୍ରଫୁଲ ପଟେଲଙ୍କ ସମେତ ଅନେକ ପ୍ରମୁଖ ନେତା ଏହି ଶପଥ ଗ୍ରହଣ ଉତ୍ସବରେ ଉପସ୍ଥିତ ଥିଲେ।ସୁନେତ୍ରା ପାୱାରଙ୍କୁ ମହାରାଷ୍ଟ୍ରର ଅବକାରୀ, କ୍ରୀଡ଼ା ଓ ଯୁବ ବ୍ୟାପାର, ସଂଖ୍ୟାଲଘୁ ବିକାଶ ଓ ଔକାଫ ବିଭାଗ ମିଳିଛି।

Sunetra
ମହାରାଷ୍ଟ୍ରର ପ୍ରମୁଖ ରାଜସ୍ୱ ଆଦାୟ କେନ୍ଦ୍ର ହେଉଛି ଅବକାରୀ ବିଭାଗ। ସୁନେତ୍ରା ଏବେ ସେହି ଦାୟିତ୍ୱରେ ରହିବେ। ତେବେ ଅଜିତ ପାୱାରଙ୍କ ପାଖରେ ଥିବା ଗୁରୁତ୍ୱପୂର୍ଣ୍ଣ ଯୋଜନା ଓ ଅର୍ଥ ବିଭାଗ ସୁନେତ୍ରାଙ୍କୁ ବର୍ତ୍ତମାନ ଦିଆଯାଇ ନାହିଁ। ଏହି ଦୁଇ ବିଭାଗ ମୁଖ୍ୟମନ୍ତ୍ରୀ(Maharashtra) ଦେବେନ୍ଦ୍ର ଫଡନାଭିସ ନିଜ ପାଖରେ ରଖିଛନ୍ତି।

ଆସନ୍ତା ମାର୍ଚ୍ଚ ମାସରେ ରାଜ୍ୟ ବଜେଟ ରହିଥିବାରୁ ସୁନେତ୍ରାଙ୍କୁ ଅର୍ଥ ବିଭାଗ ଦାୟିତ୍ୱ ଦିଆଯାଇ ନାହିଁ। କିନ୍ତୁ ଏହା ପରେ ସମ୍ଭବତଃ ଫଡନାଭିସ ଏନସିପିକୁ ଏହି ବିଭାଗର ଦାୟିତ୍ୱ ହସ୍ତାନ୍ତର କରିବେ। ବଜେଟ ଉପସ୍ଥାପନ ଯାଏ ଏହି ବିଭାଗର ଦାୟିତ୍ୱରେ ନିଜେ ଫଡନାଭିସ ରହିବେ ବୋଲି ଜଣାପଡ଼ିଛି। ଏନେଇ ମହାୟୁତିରେ ଥିବା ଏନସିପି-ବିଜେପି ଓ ଏକନାଥ ସିନ୍ଦେଙ୍କ ଶିବସେନା ମଧ୍ୟରେ ସହମତି ହୋଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+