ସୁନନ୍ଦା ପୁଷ୍କର ମୃତ୍ୟୁ ମାମଲା: ଶଶି ଥରୁରଙ୍କୁ କ୍ଲିନଚିଟ୍
ସୁନନ୍ଦା ପୁଷ୍କର ମାମଲାରେ କଂଗ୍ରେସ ସାଂସଦ ଶଶି ଥରୁର ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି । ଦିଲ୍ଲୀର ରାଉସ ଆଭେନ୍ୟୁ କୋର୍ଟ ବୁଧବାର ଏହି ଶୁଣାଣୀ କରିଛନ୍ତି ।
ନୂଆଦିଲ୍ଲୀ: ସୁନନ୍ଦା ପୁଷ୍କର ମାମଲାରେ କଂଗ୍ରେସ ସାଂସଦ ଶଶି ଥରୁର ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି । ଦିଲ୍ଲୀର ରାଉସ ଆଭେନ୍ୟୁ କୋର୍ଟ ବୁଧବାର ଏହି ଶୁଣାଣୀ କରିଛନ୍ତି । ଦିଲ୍ଲୀ ପୋଲିସ ଧାରା ୪୯୮-ଏ ଏବଂ ୩୦୬ ଅନୁଯାୟୀ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା । ଏଥିସହ ୭ ବର୍ଷ ପୁରୁଣା ମାମଲାରେ ଥରୁରଙ୍କୁ ଶେଷରେ ଆଶ୍ୱସ୍ତି ମିଳିଛି ।

ଦୋଷମୁକ୍ତ ହେବା ପରେ ଦିଲ୍ଲୀ ହାଇକୋର୍ଟ ବିଚାରପତିଙ୍କୁ ଶଶି ଧନ୍ୟବାଦ ଜଣାଇଛନ୍ତି । ପତ୍ନୀ ସୁନନ୍ଦା ପୁଷ୍କର ମୃତ୍ୟୁ ମାମଲାରେ ବରିଷ୍ଠ କଂଗ୍ରେସ ନେତା ଶଶି ଥରୁରଙ୍କୁ ମୁଖ୍ୟ ଅଭିଯୁକ୍ତ ଦର୍ଶାଇଥିଲା ଦିଲ୍ଲୀ ପୋଲିସ । ଦୀର୍ଘ ସାଢ଼େ ୭ବର୍ଷ ଧରି ଚାଲିଥିବା ମାମଲାର ଶୁଣାଣି କରି ଆଜି ଶଶି ଥରୁରଙ୍କୁ କ୍ଲିନଚିଟ ଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ । ଥରୁର ଆତ୍ମହତ୍ୟା ଲାଗି ସୁନନ୍ଦାଙ୍କୁ ଉସୁକାଇ ନ ଥିଲେ ବୋଲି ମଧ୍ୟ କୋର୍ଟ ସ୍ପଷ୍ଟ କରିଛନ୍ତି । ୨୦୧୮ ଜୁଲାଇ ୫ରେ ଥରୁରଙ୍କୁ ଜାମିନ ମିଳିଥିଲା ।
୨୦୧୪ ଜାନୁୟାରୀ ୧୭ ତାରିଖରେ ନୂଆଦିଲ୍ଲୀର ଚାଣକ୍ୟପୁରୀଠାରେ ଥିବା ଲିଲା ପ୍ୟାଲେସ୍ ହୋଟେଲରୁ ସୁନନ୍ଦା ପୁଷ୍କରଙ୍କ ମୃତଦେହ ରହସ୍ୟଜନକ ଭାବେ ଉଦ୍ଧାର କରାଯାଇଥିଲା । ଏହା ହତ୍ୟା, ଆତ୍ମହତ୍ୟା ନା ଅଘଟଣ ଏହାକୁ ନେଇ ଦୀର୍ଘ ବର୍ଷ ଧରି ଲାଗି ରହିଲା ସସ୍ପେନ୍ସ । ଶବ ବ୍ୟବଚ୍ଛେଦ ରିପୋର୍ଟରୁ ପ୍ରଥମେ ଏହା ଆତ୍ମହତ୍ୟା ବୋଲି ଜଣାପଡ଼ିଥିବା ବେଳେ ପରେ ଏହା ଏକ ଅସ୍ୱାଭାବିକ ମୃତ୍ୟୁ ବୋଲି ରିପୋର୍ଟ ଆସିଥିଲା ।












Click it and Unblock the Notifications