ସୁଖୁ ସରକାର ସୁଝି ପାରିଲେନି ୬୪ କୋଟି, ନିଲାମ ହେବ ଏହି ଭବନ

ଦିଲ୍ଲୀରେ ହିମାଚଳ ଭବନ ନିଲାମ କରିବା ପାଇଁ ନିର୍ଦ୍ଦେଶ ଜାରି କରାଯାଇଛି। ୬୪ କୋଟି ଟଙ୍କା ଦେୟ ନଦେବା କାରଣରୁ ହିମାଚଳ ହାଇକୋର୍ଟ ଦିଲ୍ଲୀର ମାଣ୍ଡି ହାଉସ୍ ନିକଟରେ ହିମାଚଳ ଭବନ ନିଲାମ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ହାଇକୋର୍ଟଙ୍କ ଏହି ଆଦେଶ ହିମାଚଳ ପ୍ରଦେଶର ରାଜନୈତିକ ମାହୋଲକୁ ସରଗରମ କରିଛି ଅନ୍ୟପଟେ ଏହି ପ୍ରସଙ୍ଗରେ କଂଗ୍ରେସର ସୁଖବିନ୍ଦର ସିଂ ସୁଖୁ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ ।

୨୦୦୯ ରେ ସେଲି ହାଇଡ୍ରୋ କମ୍ପାନୀକୁ ହିମାଚଳ ସରକାର ୩୨୦ ମେଗାୱଟର ବିଜୁଳି ପ୍ରୋଜେକ୍ଟ ଆବଣ୍ଟିତ କରିଥିଲେ। ପ୍ରୋଜେକ୍ଟ ଲାହୋଲ ସ୍ପିତିରେ ଲଗାଯିବାର ଥିଲା। ସରକାର ସେତେବେଳେ ପ୍ରୋଜେକ୍ଟ ଲଗାଇବା ପାଇଁ ବିଆରଓକୁ ସଡକ ନିର୍ମାଣ କାମ ଦେଇଥିଲା।ଚୁକ୍ତି ଅନୁସାରେ, ସରକାରଙ୍କ ଦାୟିତ୍ୱ ଥିଲା ସେ କମ୍ପାନୀର ମୌଳିକ ସୁବିଧା ଉପଲବ୍ଧ କରାଇବା, ଫଳରେ କମ୍ପାନୀ ଠିକ ସମୟରେ ପ୍ରୋଜେକ୍ଟ କାମ ଆରମ୍ଭ କରିପାରିବ, କିନ୍ତୁ ଏଭଳି ହୋଇପାରିନି। ଏହି ମାମଲାରେ କମ୍ପାନୀ ୨୦୧୭ରେ ହାଇକୋର୍ଟରେ ରିଟ୍ ପିଟିସନ୍ ଦାଖଲ କରିଥିଲା।

Sukhu Govt

କମ୍ପାନୀର ଓକିଲ କୋର୍ଟଙ୍କୁ କହିଛନ୍ତି, ପ୍ରୋଜେକ୍ଟ ଲଗାଇବା ପାଇଁ ସୁବିଧା ନମିଳିବା କାରଣରୁ କମ୍ପାନୀକୁ ପ୍ରୋଜେକ୍ଟ ବନ୍ଦ କରିବାକୁ ପଡିଛି ଓ ଏହାକୁ ପୁଣିଥରେ ସରକାରକୁ ଦିଆଯାଇଥିଲା। କିନ୍ତୁ ସରକାର ଅପ୍‌ଫ୍ରଣ୍ଟ ପ୍ରିମିୟମ୍ ଜବତ କରିନେଇଛି। ଦୁଇ ପକ୍ଷର କଥା ଶୁଣିବା ପରେ କୋର୍ଟ ସରକାରଙ୍କୁ ସେଲି କମ୍ପାନୀକୁ ୬୪ କୋଟି ଟଙ୍କା ଅପ୍‌ଫ୍ରଣ୍ଟ ପ୍ରିମିୟମ ଦେବାର ନିର୍ଦେଶ ଦେଇଛି।

କୋର୍ଟ କମ୍ପାନୀକୁ ଅପ୍‌ଫ୍ରଣ୍ଟ ପ୍ରିମିୟମ୍ ୭% ସୁଧ ସହିତ ଆବେଦନ ଦାଖଲ କରିବାର ତାରିଖରୁ ଦେବାର ନିର୍ଦେଶ ସରକାରଙ୍କୁ ଦେଇଛନ୍ତି। କୋର୍ଟ ଶକ୍ତି ବିଭାଗର ମୁଖ୍ୟ ସଚିବଙ୍କୁ ୧୫ ଦିନରେ ତଦନ୍ତ କରି ଜାଣିବାକୁ କହିଛନ୍ତି ଯେ, କେଉଁ ଦୋଷୀ ଅଧିକାରୀଙ୍କ କାରଣରୁ ଟଙ୍କା ଜମା ହୋଇପାରିନି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+