ପୁଣିଥରେ ଶିରୋମଣି ଅକାଳୀ ଦଳର ସଭାପତି ହେଲେ ସୁଖବୀର ସିଂ ବାଦଲ
ସୁଖବୀର ସିଂ ବାଦଲ ପୁଣିଥରେ ଶିରୋମଣି ଅକାଳୀ ଦଳର ସଭାପତି ଭାବରେ ନିର୍ବାଚିତ ହୋଇଛନ୍ତି। ଆଜି ଅର୍ଥାତ୍ (ଶନିବାର) ଅମୃତସରର ସ୍ୱର୍ଣ୍ଣ ମନ୍ଦିର ପରିସରରେ ଥିବା ତେଜା ସିଂହ ସମୁଦ୍ରୀ ହଲରେ ଦଳର ସାଂଗଠନିକ ନିର୍ବାଚନ ସମୟରେ ସର୍ବସମ୍ମତିକ୍ରମେ ଏହି ନିଷ୍ପତ୍ତି ନିଆଯାଇଛି। ଏହି ସମୟରେ କାର୍ଯ୍ୟକାରୀ ସଭାପତି ବଲବିନ୍ଦର ସିଂହ ଭୂଦଣ୍ଡ, ସୁଖବୀର ବାଦଲଙ୍କ ନାମ ପ୍ରସ୍ତାବ ଦେଇଥିଲେ।
ପଞ୍ଜାବ ଏବଂ ଅନ୍ୟାନ୍ୟ ରାଜ୍ୟର ୫୨୪ଜଣ ଅକାଳୀ ଦଳର ପ୍ରତିନିଧି ତାଙ୍କୁ ଏହି ପଦବୀ ପାଇଁ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ କରିଥିଲେ। ପ୍ରକାଶ ସିଂହ ବାଦଲଙ୍କ ପରେ ସୁଖବୀର ବାଦଲ ପ୍ରଥମେ ୨୦୦୮ ମସିହାରେ ଶିରୋମଣି ଅକାଳୀ ଦଳର ସଭାପତି ନିର୍ବାଚିତ ହୋଇଥିଲେଫ ସେବେଠାରୁ ସେ ୨୦୨୪ ପର୍ଯ୍ୟନ୍ତ ଦଳର ମୁଖ୍ୟ ପଦରେ ରହିଥିଲେ। ଧାର୍ମିକ ଦଣ୍ଡ ପାଳନ କରିବା ପାଇଁ ସେ ଗତ ବର୍ଷ ତାଙ୍କ ପଦରୁ ଇସ୍ତଫା ଦେଇଥିଲେ।

ଦଳ ଭିତରର ବ୍ୟକ୍ତିମାନେ ପ୍ରକାଶ କରିଛନ୍ତି ଯେ, ସୁଖବୀର ଏହି ପଦବୀ ପାଇଁ ପ୍ରିୟ ଏବଂ ଏକମାତ୍ର ପ୍ରାର୍ଥୀ ଥିଲେ। ଅକାଳୀ ଦଳର ତିନି ମାସ ଧରି ଚାଲିଥିବା ସଦସ୍ୟତା ଅଭିଯାନର ସମାପ୍ତି ପରେ ଅମୃତସରରେ ସାଂଗଠନିକ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଅକାଲ ତଖ୍ତ ଦ୍ୱାରା 'ତନଖାଇୟା' (ଧାର୍ମିକ କଦାଚାର ପାଇଁ ଦୋଷୀ) ଘୋଷଣା କରାଯିବା ପରେ ସୁଖବୀର ବାଦଲ ନଭେମ୍ବର ୧୬, ୨୦୨୪ରେ ଶିରୋମଣି ଅକାଳୀ ଦଳର ସଭାପତି ପଦରୁ ଇସ୍ତଫା ଦେଇଥିଲେ।
-
ବିଶ୍ୱକପରେ ହେବ ଟଙ୍କା ବର୍ଷା, ଜାଣନ୍ତୁ କେଉଁ ଦଳ ପାଇବେ କେତେ… -
ଉପ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା;କାଲି ମିଳିବ ସୁଭଦ୍ରା ଚତୁର୍ଥ କିସ୍ତି ଟଙ୍କା -
ରବିବାର ମହାମୁକାବିଲା; ଟିମ୍ ଇଣ୍ଡିଆର ପ୍ଲେଇଂ ଇଲେଭେନରେ ହେବ ବଡ଼ ପରିବର୍ତ୍ତନ! -
ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଆନ୍ନା ହଜାରେ, ଜାଣନ୍ତୁ କେଉଁ କାରଣ ପାଇଁ ଲେଖିଲେ ପତ୍ର? -
ମମତା ବାନାର୍ଜୀଙ୍କ ଉପରେ ଅସନ୍ତୋଷ ପ୍ରକାଶ କଲେ ରାଷ୍ଟ୍ରପତି, କହିଲେ..... -
ରାଷ୍ଟ୍ରପତିଙ୍କୁ TMC ସରକାର ଅପମାନ କରିବା ଲଜ୍ଜାଜନକ ;ମୋଦି -
ସୋମବାର ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ -
ଓଜନ ହ୍ରାସ ପାଇଁ କେଉଁ ପନିପରିବା ଖାଇବା ଉଚିତ ? -
ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା, ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ -
ନବୋଦୟ ବିଦ୍ୟାଳୟର ୩ ଦଶମ ଛାତ୍ର ପାଣିରେ ବୁଡି ମୃତ -
ପଡୋଶୀ ଦେଶଗୁଡିକୁ କ୍ଷମା ମାଗିଲେ ଇରାନ ରାଷ୍ଟ୍ରପତି, ଜାଣନ୍ତୁ ଯୁଦ୍ଧ ଭିତରେ ଏମିତି କାହିଁକି କଲା ..... -
ଇରାନର ଯୁଦ୍ଧ ଜାହାଜକୁ ଆଶ୍ରୟ ଦେଲା ଭାରତ












Click it and Unblock the Notifications