ଦିଲ୍ଲୀ ଉପ-ରାଜ୍ୟପାଳଙ୍କୁ ଚିଠି ଲେଖିଲା ମହାଠକ ସୁକେଶ, ଜେଲରେ ଦିଆଯାଉଛି ମାନସିକ ନିର୍ଯାତନା
ଦିଲ୍ଲୀର ମାଣ୍ଡୋଲି ଜେଲରେ ବନ୍ଦି ଥିବା ମହାଠକ ସୁକେଶ ଚନ୍ଦ୍ରଶେଖର ଉପ ରାଜ୍ୟପାଳ ଭି.କେ ସକ୍ସେନାଙ୍କୁ ଚିଠି ଲେଖିଛନ୍ତି । ଜେଲ ଅଧିକାରୀ ଦୀପକ ଶର୍ମା ଏବଂ ଜୟ ସିଂ ଜେଲ ୱାର୍ଡର ସିସିଟିଭି ଫୁଟେଜ ଲିକ୍ କରିଥିବା ଅଭିଯୋଗ କରିଛି ସୁକେଶ ।

ନୂଆଦିଲ୍ଲୀ: ଦିଲ୍ଲୀର ମାଣ୍ଡୋଲି ଜେଲରେ ବନ୍ଦି ଥିବା ମହାଠକ ସୁକେଶ ଚନ୍ଦ୍ରଶେଖର ଉପ ରାଜ୍ୟପାଳ ଭି.କେ ସକ୍ସେନାଙ୍କୁ ଚିଠି ଲେଖିଛନ୍ତି । ଜେଲ ଅଧିକାରୀ ଦୀପକ ଶର୍ମା ଏବଂ ଜୟ ସିଂ ଜେଲ ୱାର୍ଡର ସିସିଟିଭି ଫୁଟେଜ ଲିକ୍ କରିଥିବା ଅଭିଯୋଗ କରିଛନ୍ତି ସୁକେଶ । ସିସିଟିଭି ଫୁଟେଜ ଲିକ ହେବା ସୁରକ୍ଷା ଉଲ୍ଲଂଘନ ହୋଇଥିବାରୁ ଏହି ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ ବୋଲି ସୁକେଶ LGଙ୍କ ପାଖରେ ଦାବି କରିଛନ୍ତି ।
ରିପୋର୍ଟ ଅନୁସାରେ, ସୁକେଶ ଦୀପକ ଶର୍ମା ଏବଂ ଜୟ ସିଂଙ୍କୁ ମାନସିକ ନିର୍ଯାତନା ଦେଇଥିବାର ଅଭିଯୋଗ ମଧ୍ୟ କରିଛନ୍ତି। ସେହିପରି ସେ ନିଜ ଚିଠିରେ ଏହା ମଧ୍ୟ ଲେଖିଛନ୍ତି ଯେ, ଦୀପକ ଶର୍ମା ଏବଂ ଜୟ ସିଂ ତାଙ୍କୁ ଡାକି କହିଛନ୍ତି ଯେ,ସତ୍ୟେନ୍ଦ୍ର ଜୈନଙ୍କୁ ତୁମେ ଏକ୍ସପୋଜ୍ କରି କରିଛ, ଏବେ ପୁରା ଦୁନିଆ ଦେଖିବ ତୁମ ସହ କିଭଳି ବ୍ୟବହାର ହେଉଛି ।
କିଛି ଦିନ ପୂର୍ବରୁ ସୁକେଶ ଚନ୍ଦ୍ରଶେଖରଙ୍କ ଏକ ସିସିଟିଭି ଫୁଟେଜ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏହି ଭିଡିଓରେ ସୁକେଶ ଯାଞ୍ଚ ସମୟରେ ଜେଲ ଭିତରେ କାନ୍ଦୁଥିବାର ଦେଖିବାକୁ ମିଳିଥିଲା । ସେହିପରି ଯାଞ୍ଚ ସମୟରେ ସୁକେଶଙ୍କ ସେଲରୁ ୧.୫ଲକ୍ଷ ମୂଲ୍ୟର ବ୍ରାଣ୍ତେଡ୍ ଚପଲ, ୮୦ ହଜାର ମୂଲ୍ୟର ଦୁଇଟି ଜିନ୍ସ ମଧ୍ୟ ମିଳିଥିଲା । ୨୩ ଫେବ୍ରୁଆରୀରେ ସୁକେଶଙ୍କର ଏହି ଭିଡିଓ ଭାଇରାଲ ହୋଇଥିଲା ଏବଂ ୨୭ ଫେବୃଆରୀରେ ସୁକେଶ ନିଜ ଓକିଲ ଅନନ୍ତ କୌଶିକଙ୍କୁ ମାଧ୍ୟମରେ ଦିପକ ଶର୍ମା ଏବଂ ଜୟ ସିଂହଙ୍ଗ ବିରୋଧରେ ନିଜ ଅଭିଯୋଗ LGଙ୍କ ପାଖରୁ ପଠାଇଲେ ।
୨୦୦ କୋଟି ଠକେଇ ମାମଲା
୨୦୦ କୋଟି ଠକେଇ ମାମଲାରେ ଦିଲ୍ଲୀ ପୋଲିସ ସୁକେଶ ଚନ୍ଦ୍ରଶେଖରଙ୍କୁ କିଛି ଦିନ ପୂର୍ବରୁ ଗିରଫ କରିଥିଲା । ପୂର୍ବରୁ ସୁକେଶଙ୍କୁ ତିହାର ଜେଲରେ ରଖାଯାଇଥିଲା, କିନ୍ତୁ ପରେ ତାଙ୍କୁ ମାଣ୍ଡୋଲି ଜେଲକୁ ସ୍ଥାନାନ୍ତର କରାଯାଇଥିଲା । ଫେବୃଆରୀ ୧୬ରେ ଇଡି ସୁକେଶଙ୍କୁ ଏକ ନୂଆ ମାମଲାରେ ଗିରଫ କରିଥିଲା ।












Click it and Unblock the Notifications