'ଭାରତର ନିଜସ୍ୱ ସୁଦର୍ଶନ ଚକ୍ର ଉଭୟ ସାମରିକ ଓ ବେସାମରିକ କ୍ଷେତ୍ରରେ ଦେବ ସୁରକ୍ଷା '
ପ୍ରତିରକ୍ଷା ମୁଖ୍ୟ ଜେନେରାଲ ଅନୀଲ ଚୌହ୍ୱାନ କହିଛନ୍ତି ଭାରତର ନିଜସ୍ୱ ସୁଦର୍ଶନ ଚକ୍ର ଉଭୟ ବେସାମରିକ ଏବଂ ରାଷ୍ଟ୍ରୀୟ ମହତ୍ୱ ରଖୁଥିବା ସ୍ଥାନଗୁଡ଼ିକୁ ସୁରକ୍ଷା ଦେବ । ଦୁଇଦିନିଆ ଯୁଦ୍ଧ ଆଲୋଚନା ରଣସମ୍ବାଦ ୨୦୨୫କୁ ସମ୍ବୋଧିତ କରି ସେ ଏହା କହିଛନ୍ତି । ଆଜି ମଧ୍ୟପ୍ରଦେଶର ଆର୍ମିୱାର୍ କଲେଜରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜେନେରାଲ ଚୌହ୍ୱାନ କହିଛନ୍ତି ଶତ୍ରୁପକ୍ଷର ସଠିକ୍ ମୁକାବିଲା ଲାଗି ରଣକୌଶଳ ପ୍ରୟୋଗ କରାଯାଇ ଏଭଳି ଅସ୍ତ୍ରଶସ୍ତ୍ର ନିର୍ମାଣ କରାଯାଉଛି ଯାହା ଭାରତକୁ ସମ୍ପୂର୍ଣ୍ଣ ସୁରକ୍ଷା ଯୋଗାଇଦେବ ।

ଅପରେସନ ସିନ୍ଦୂରରୁ ଯେଉଁ ଶିକ୍ଷା ମିଳିଛି ସେ ସବୁକୁ ଦୂର କରିବା ଲାଗି ବିଭିନ୍ନ ପଦକ୍ଷେପ କାର୍ଯ୍ୟକାରୀ କରାଯାଉଛି ବୋଲି ଜେନେରାଲ ଚୌହ୍ୱାନ କହିଛନ୍ତି । ସେ କହିଛନ୍ତି ଭାରତ ଏକ ଶାନ୍ତିପ୍ରିୟ ଦେଶ; କିନ୍ତୁ ବିପଦ ସମୟରେ ଶତ୍ରୁପକ୍ଷର ମୁକାବିଲା ଦିଗରେ ସବୁବେଳେ ପ୍ରସ୍ତୁତ । ଆଗାମୀ ଦିନରେ ଯୁଦ୍ଧକ୍ଷେତ୍ରରେ ତ୍ୱରିତ ଢ଼ଙ୍ଗରେ କାର୍ଯ୍ୟ କରୁଥିବା ଅସ୍ତ୍ରଶସ୍ତ୍ରର ଆବଶ୍ୟକତା ରହିଥିବା ସେ କହିଛନ୍ତି । ପ୍ରତିରକ୍ଷା କ୍ଷେତ୍ରରେ ଭାରତର ଆତ୍ମନିର୍ଭରତାର ଗୁରୁତ୍ୱ ପ୍ରତିପାଦନ କରିବାକୁ ଯାଇ ଜେନେରାଲ ଚୌହ୍ୱାନ କହିଛନ୍ତି କୃତ୍ରିମ ବୁଦ୍ଧିମତା ସହ ସାଇବର ଏବଂ କ୍ୱାଣ୍ଟମ ଜ୍ଞାନକୌଶଳର ସମନ୍ୱୟ କରାଯାଇ ନୂଆ ପ୍ରତିରକ୍ଷା ବ୍ୟବସ୍ଥା ଗଠନ କରାଯାଉଛି ।












Click it and Unblock the Notifications