Suchna Seth Case: ନିଦରୁ ଉଠିଲା ବେଳକୁ ପୁଅର ମୃତ୍ୟୁ ହୋଇ ସାରିଥିଲା...
Suchna Seth Case: ଗୋଆରେ ନିଜର ଚାରି ବର୍ଷର ପୁଅକୁ ହତ୍ୟା ଅଭିଯୋଗରେ ଷ୍ଟାର୍ଟଅପ୍ କମ୍ପାନୀର ସିଇଓ ସୂଚନା ସେଠ୍ ବର୍ତ୍ତଲମାନ ପୋଲିସ ହେପାଜତରେ ଅଛନ୍ତି। ୬ ଦିନିଆ ରିମାଣ୍ତରେ ନେଇ ପୋଲିସ ବର୍ତ୍ତତମାନ ତାଙ୍କୁ ପଚରଉଚରା କରୁଛି । ତେବେ ହତ୍ୟା କରିବା ପୂର୍ବରୁ ସୂଚନା ନିଜ ପୁଅକୁ କିଛି ଔଷଧ ଦେଇଥିବା ନେଇ ସନ୍ଦେହ କରୁଛି ।
ଏନଡିଟିଭିର ରିପୋର୍ଟ ଅନୁଯାୟୀ, ପଚରାଉଚରା ବେଳେ ଅଭିଯୁକ୍ତ ମହିଳା ପୋଲିସକୁ କହିଥିଲେ ଯେ ସେ ଏହି ହତ୍ୟାକାଣ୍ଡ କରିନାହାଁନ୍ତି। ଅଭିଯୁକ୍ତ ଜଣକ କହିଥିଲେ ଯେ ଯେତେବେଳେ ସେ ଶୋଇକି ଉଠିଲେ ସେତେବେଳେ ପିଲାଟିର ହତ୍ୟା ହୋଇସାରିଥିଲା । ଜଣେ ପୋଲିସ ଅଧିକାରୀଙ୍କ ସୂଚନା ଅନୁସାରେ, ଜେରା ବେଳେ ସୂଚନା କହିଛନ୍ତି, ସେ ତାଙ୍କ ପୁଅକୁ ମାରିବା ଆଦୌ ଯୋଜନା କରି ନଥିଲେ, ପୁଅକୁ ବେଶ୍ ଅଧିକ ଭଲ ମଧ୍ୟ ପାଉଥିଲେ ହେଲେ ହଠାତ୍ ତାଙ୍କ ପୁଅର ମୃତ୍ୟୁ ହୋଇଯାଇଥିଲା ।

ସେ ଆହୁରି କହିଛନ୍ତି, ସେ ପୁଅର ମୃତ୍ୟୁ ହୋଇଥିବା ଜାଣିବା ପରେ କିଛି ତା ମୃତ ଦେହ ପାଖରେ ବସି ରହିଥିଲେ ଏବଂ ସେ ଖୁବ୍ ଡରିଯାଇଥିଲେ । ଏପରିକି ସେ ହାତ କାଟି ନିଜ ଜୀବନ ନେବା ପାଇଁ ମଧ୍ୟ ଚେଷ୍ଚା କରିଥିଲେ ହେଲେ ସେ ସାହାସ କରି ଦେଖାଇ ପାରି ନଥିଲେ ।
ସୂଚନା ଅନୁସାରେ, ଅଭିଯୁକ୍ତ ମହିଳା ସୂଚନା ସେଠ୍ ଗୋଆର କାଣ୍ଡୋଲିମ୍ ସ୍ଥିତ ତାଙ୍କ ବାସଭବନରେ ପୁଅକୁ ହତ୍ୟା କରି ଶବକୁ ଏକ ବ୍ୟାଗରେ ଭର୍ତ୍ତି କରି ଟ୍ୟାକ୍ସି ଯୋଗେ କର୍ଣ୍ଣାଟକକୁ ନେଇ ଯାଇଥିଲେ। ଅଭିଯୁକ୍ତ ମହିଳାଙ୍କୁ ସୋମବାର (ଜାନୁଆରୀ 8) ରାତିରେ କର୍ଣ୍ଣାଟକର ଚିତ୍ରଦୁର୍ଗ ଠାରୁ ଗିରଫ କରାଯାଇ ମଙ୍ଗଳବାର (ଜାନୁଆରୀ 9) ରେ ଗୋଆକୁ ଅଣାଯାଇଥିଲା। ପୋଲିସ ଅଧିକାରୀଙ୍କ କହିବାନୁସାରେ, ପୋଷ୍ଟମର୍ଟମରୁ ଜଣାଯାଇଛି ଯେ ଶିଶୁକୁ ଏକ କପଡା କିମ୍ବା ତକିଆରେ ଚାପି ହତ୍ୟା କରାଯାଇଛି ।
ନ୍ୟୁଜ୍ ଏଜେନ୍ସି ପିଟିଆଇର ରିପୋର୍ଟ ଅନୁଯାୟୀ, ପୋଲିସ ରହୁଥିବା ଆପାର୍ଟମେଣ୍ଟରେ ଦୁଇଟି ଖାଲି ବୋତଲ କଫ୍ ସିରପ ମିଳିଥିଲା। ପୋଲିସ ସନ୍ଦେହ କରୁଛି ଯେ ମହିଳା ଜଣକ ହତ୍ୟା କରିବା ପୂର୍ବରୁ ଶିଶୁକୁ କଶ୍ ସିରପ ଅଧିକ ପରିମାଣରେ ଦେଇଛନ୍ତି । ମହିଳା ଜଣକ ଆପାର୍ଟମେଣ୍ଟ କର୍ମଚାରୀଙ୍କୁ ଏକ ଛୋଟ ବୋତଲ କଫ୍ ସିରପ କିଣିବାକୁ ମଧ୍ୟ କହିଥିଲେ।
ଗୋଆ କୋର୍ଟ ଅଭିଯୁକ୍ତ ମହିଳାଙ୍କୁ ୬ ଦିନ ପାଇଁ ପୋଲିସ ହେପାଜତକୁ ପଠାଇଛି। ଇଣ୍ଡୋନେସିଆରେ ରହୁଥିବା ଶିଶୁର ପିତା ଭେଙ୍କଟ ରମଣଙ୍କୁ ମଙ୍ଗଳବାର (ଜାନୁଆରୀ 9) ପୋଷ୍ଟମର୍ଟମ ପରେ ଶିଶୁର ମୃତଦେହକୁ ହସ୍ତାନ୍ତର କରାଯାଇଛି । ସ୍ଥାନୀୟ ଆପାର୍ଟମେଣ୍ଟରେ ମୃତ ଶିଶୁର ଶେଷ ରୀତିନୀତି କରାଯାଇଥିଲା। ଏହା ପରେ ଶିଶୁର ଶବକୁ ରାଜାଜୀ ନଗରର ହରିଚନ୍ଦ୍ର ଘାଟକୁ ନିଆଯାଇଥିଲା ଏବଂ ସେଠାରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା ।












Click it and Unblock the Notifications