ରାଜନୀତିରେ ଏଭଳି ଖେଳକୁ ବରଦାସ୍ତ କରାଯିବ ନାହିଁ: ସଞ୍ଜୟ ରାୱତ
ମୁମ୍ବାଇ: ମହାରାଷ୍ଟ୍ର ମହାନାଟକକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ସଞ୍ଜୟ ରାୱତ । ସେ ଏକ ଟ୍ୱିଟ କରି ଲେଖିଛନ୍ତି , କିଛି ଲୋକ ମହାରାଷ୍ଟ୍ର ରାଜନୀତିକୁ ସମାପ୍ତ କରିବାକୁ ଠିକା ନେଇଛନ୍ତି । ସେମାନଙ୍କ ସେମାନଙ୍କ ଢଙ୍ଗରେ ଚାଲିବାକୁ ଛାଡି ଦିଆଯାଉ ବୋଲି ସେ ଲେଖିଛନ୍ତି ।
କେବଳ ସେତିକି ନୁହେଁ ଆଜି ମନ୍ତ୍ରୀଭାବେ ଶପଥ ନେଇଥିବା ବିଧାୟକମାନଙ୍କୁ ଟାର୍ଗେଟ କରିଛନ୍ତି ସଂଜୟ ରାୱତ । ସେ କହିଛନ୍ତି କି ଆଜି ଯେଉଁ ବିଧାୟକମାନେ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ସେମାନଙ୍କୁ ବିଜେପି ଜେଲ ପଠାଇବାକୁ ସମସ୍ତ ବନ୍ଦୋବସ୍ତ କରିସାରିଥିଲା । ତେଣୁ ଭୟରେ ସେମାନେ ଏନସିପି ସହ ଧୋକ୍କା ଦେଇଛନ୍ତି ବୋଲି ସେ କହିଛନ୍ତି ।

ଏହାସହ ଏଭଳି ଘଟଣା କ୍ରମରେ ସେ ଏନସିପି ନେତା ଶରଦ ପାୱାରଙ୍କ ସହ କଥା ହୋଇଛନ୍ତି । ଶରଦ ପାୱାର ମଜବୁତ ଅଛନ୍ତି ଓ ପୁଣି ଉଦ୍ଧବ ଠାକରେଙ୍କ ସହ ସଂପର୍କ ପୁନଃନିର୍ମାଣ କରିବାକୁ ପ୍ରତିଶ୍ରୁତି ଦେଇଥିବା କଥା ସଂଜୟ ରାୱତ ତାଙ୍କ ଟ୍ୱିଟରେ ଲେଖିଛନ୍ତି ।
ଉଲ୍ଲେଖଯୋଗ୍ୟ ଯେ, ମହାରାଷ୍ଟ୍ର ରାଜନୀତିର ଚାଣକ୍ୟ ଭାବରେ ବିବେଚିତ ଏନସିପି ମୁଖ୍ୟ ଶରଦ ପାୱାରଙ୍କୁ ତାଙ୍କ ଭଣଜା ଅଜିତ ପାୱାର ସବୁଠୁ ବଡ ରାଜନୈତିକ ଝଟକା ଦେଇଛନ୍ତି । ସେ 9ମ ଥର ପାଇଁ ଡେପୁଟି ସିଏମ ଭାବରେ ରବିବାର ବିଜେପି-ଶିବସେନା ସରକାରରେ ପ୍ରବେଶ କରିଛନ୍ତି ।
ଅଜିତ ପାୱାର ରବିବାର ଦିନ ଏନସିପିର 18ଜଣ ବିଧାୟକଙ୍କ ସହଯୋଗରେ ମହାରାଷ୍ଟ୍ରରେ ସିଏମ ଏକନାଥ ସିନ୍ଦେଙ୍କ ବିଜେପି-ଶିବସେନା ନେତୃତ୍ୱାଧୀନ ସରକାରରେ ଯୋଗ ଦେଇଛନ୍ତି । ସେ ବର୍ତ୍ତମାନ ବିଜେପିର ଦେବେନ୍ଦ୍ର ଫଡନାଭିସଙ୍କ ପରି ରାଜ୍ୟର ନୂତନ ଉପମୁଖ୍ୟମନ୍ତ୍ରୀ ହୋଇଛନ୍ତି ।












Click it and Unblock the Notifications