ଅଗ୍ନି-୪ର ସଫଳ ପରୀକ୍ଷଣ , ସୂଚନା ଦେଲା ପ୍ରତିରକ୍ଷା ମନ୍ତ୍ରାଳୟ
ଶକ୍ତିଶାଳୀ ଇଣ୍ଟରମିଡିଏଟ ରେଞ୍ଜ ବାଲିଷ୍ଟିକ ମିଶାଇଲ(IRBM) ଅଗ୍ନୀ-୪ର ସଫଳ ପରୀକ୍ଷଣ କରିଛି ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ(DRDO)।

ଏନେଇ ଶୁକ୍ରବାର ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ସେପ୍ଟେମ୍ବର ୬ ତାରିଖ ଇଣ୍ଟିଗ୍ରେଟେଡ୍ ଟେଷ୍ଟିଂ ରେଞ୍ଜ୍ ଓଡ଼ିଶାର ଚାନ୍ଦିପୁରରେ ଏହି ମିଶାଇଲ ପରୀକ୍ଷା କରାଯାଇଛି। ଏହା ପୂର୍ବରୁ ଜୁନ ୬ ତାରିଖରେ ଏହାର ପରୀକ୍ଷଣ କରାଯାଇଥିଲା।
ଷ୍ଟ୍ରାଟେଜିକ ଫୋର୍ସ କମାଣ୍ଡ(ଏସଏଫସି) ଏବଂ ଡିଆରଡିଓ ଦୁହେଁ ମିଶି ଏହାର ପରୀକ୍ଷଣ କରାଯାଇଥିଲା। ଏହା ପୂର୍ବରୁ ଏପ୍ରିଲ-୪ ତାରିଖରେ ଅଗ୍ନି ପ୍ରାଇମର ସଫଳ ପରୀକ୍ଷଣ କରିଥିଲା ଭାରତ। ସ୍ୱଦେଶୀ ଜ୍ଞାନ କୌଶଳରେ ଭାରତ ଏହି ଅଗ୍ନୀ ମିଶାଇ ତିଆରି କରିଛି। ଅଗ୍ନୀ ହେଉଛି ଏକ ବାଲିଷ୍ଟିକ ଲଙ୍ଗ ରେଞ୍ଜ୍ ମିସାଇଲ। ଏହା ପରମାଣୁ ଅସ୍ତ୍ର ବୋହି ନେବାର କ୍ଷମତା ରଖିବା ସହ ଭୂପୃଷ୍ଠରୁ ଭୂପୃଷ୍ଠକୁ ଆକ୍ରମଣ କରିବାର କ୍ଷମତା ରହିଛି।












Click it and Unblock the Notifications