ଜୁନ୍ ୧୯ରେ ମହାକାଶ ଯାତ୍ରା କରିବେ ଶୁଭାଂଶୁ ଶୁକ୍ଳା

ଭାରତୀୟ ବାୟୁସେନାର ପାଇଲଟ୍ ତଥା ମହାକାଶଚାରୀ ଗ୍ରୁପ୍ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା। ତାଙ୍କ ମହାକାଶ ଅଭିଯାନର ନୂଆ ତାରିଖ ଘୋଷଣା ହୋଇଛି । ଆନ୍ଧ୍ରପ୍ରଦେଶ ସ୍ଥିତ ଶ୍ରୀହରିକୋଟାର ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ଜୁନ୍ ୧୯ ଗୁରୁବାର, ୨୦୨୫ରେ ମହାକାଶ ଯାତ୍ରା କରିବ ଅକ୍ସିଅମ୍-୪ । ନାସାର ଫ୍ଲୋରିଡା କେନେଡି ସ୍ଥିତ ସ୍ପେସ୍‌ ଷ୍ଟେସନରେ ଏହାକୁ ଲଞ୍ଚ କରାଯିବ ।

Subhanshu Shukla

ଏହା ପୂର୍ବରୁ ପ୍ରତିକୂଳ ପାଗ ଏବଂ ଯାନ୍ତ୍ରିକ ସମସ୍ୟା ଯୋଗୁଁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଏହି ମିସନକୁ ସ୍ଥଗିତ ରଖାଯାଇଥିଲା । ଅକ୍ସିଅମ୍ ସ୍ପେସ୍, ସ୍ପେସ୍X ଏବଂ ଇସ୍ରୋର ଏହା ମିଳିତ ଅଭିଯାନ । ଅକ୍ସିଅମ-୪ ମିସନକୁ ପୂର୍ବରୁ ୨ଥର ସ୍ଥଗିତ ରଖିବାକୁ ପଡ଼ିଥିଲା । ମହାକାଶଚାରୀମାନେ ମେ' ୨୯ରେ ପ୍ରସ୍ଥାନ କରିବାର କାର୍ଯ୍ୟକ୍ରମ ଥିଲା, କିନ୍ତୁ ଏହାକୁ ଜୁନ୍ ୮କୁ ସ୍ଥଗିତ ରଖାଯାଇଥିଲା । ଏହା ପରେ ଏହାକୁ ଜୁନ୍ ୧୦କୁ ସ୍ଥଗିତ ରଖାଯାଇଥିଲା । ରକେଟ୍‌ର ଏକ ଅଂଶରେ ତରଳ ଅମ୍ଳଜାନର ଲିକ୍ ହେଉଥିବା ଦେଖିବାକୁ ମିଳିଥିଲା । ଏପରି ଯାନ୍ତ୍ରିକ ତ୍ରୁଟିକୁ ସମ୍ପୂର୍ଣ୍ଣଭାବେ ଠିକ କରାଯାଇଥିବା ସ୍ପେସX ପକ୍ଷରୁ କୁହାଯାଉଛି ।

ଗ୍ରୁପ କ୍ୟାପ୍ଟେନ୍ ଶୁଭାଂଶୁଙ୍କ ସହ ପୋଲାଣ୍ଡର ସ୍ଲାଓସ୍ ଉଜନାନସ୍କି-ୱିସନିୱସ୍କି, ହଙ୍ଗେରିର ଟିବୋର୍ କାପୁ ଏବଂ ମିସନ କମାଣ୍ଡର ଆମେରିକୀୟ ମହାକାଶଚାରୀ ପେଗି ହ୍ୱିଟସନ୍ ଅଛନ୍ତି। । ଆଇଏସ୍‌ଏସ୍‌ରେ ୧୪ ଦିନ ରହଣି ସମୟରେ କ୍ରୁ ସଦସ୍ୟମାନେ ଅନେକ ପରୀକ୍ଷଣ କରିବେ। ଭାରତର ସ୍ୱଦେଶୀ ମହାକାଶ ମିସନ ମହାକାଶ ଯାତ୍ରା ପାଇଁ ମନୋନୀତ ଶୁଭାଂଶୁ ଶୁକ୍ଳା ଆଇଏସ୍‌ଏସ୍‌ ଯିବାରେ ପ୍ରଥମ ଭାରତୀୟ ହେବେ । ଏହା ସହିତ ମହାକାଶକୁ ଯାତ୍ରା କରିବାରେ ସେ ଦ୍ୱିତୀୟ ଭାରତୀୟ ହେବେ । ଏହା ପୂର୍ବରୁ ରାକେଶ ଶର୍ମା ୧୦୮୪ ମସିହାରେ ସୋଭିଏତ୍ ୟୁନିଅନର ସୋୟୁଜ୍ ମହାକାଶଯାନରେ ମହାକାଶ ଷ୍ଟେସନ ସାଲୁଟ୍ ୭କୁ ଯାଇଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+