Get Updates
Get notified of breaking news, exclusive insights, and must-see stories!

ସୁଭଦ୍ରା ଯୋଜନା: ଆସୁଛନ୍ତି ମୋଦି, କେଉଁ ରୁଟ୍ ଦେଇ ଆପଣ ଯିବେ, କ'ଣ ରହିଛି ଯାତାୟତ କଟକଣା ?

ସୁଭଦ୍ରା ଯୋଜନାର ଶୁଭାରମ୍ଭ ସହ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଭୁବନେଶ୍ୱର ଆସୁଛନ୍ତି। ତେବେ ରାଜଧାନୀରେ ବିପୁଳ ଜନସମାଗମ ହେବାର ଆଶଙ୍କା ଥିବାରୁ କମିଶନରେଟ୍‌ ପୋଲିସ ପକ୍ଷରୁ ସୋମବାର ଯାତାୟାତ କଟକଣା ଜାରି ହୋଇଛି। ସକାଳ ୭ଟା ୩୦ରୁ ଅପରାହ୍ନ ୩ଟା ଯାଏ ଏହା ବଳବତ୍ତର ରହିବ ବୋଲି ସୂଚନା ଦିଆଯାଇଛି।

ନିର୍ଦ୍ଦେଶନାମା ଅନୁଯାୟୀ, କଟକ ପାର୍ଶ୍ୱରୁ ଆସୁଥିବା ବସ୍‌ଗୁଡିକ ରସୁଲଗଡ ରେଲୱେ ଓଭରବ୍ରିଜ୍‌ ଠାରୁ ସର୍ଭିସ୍‌ ରୋଡରେ ଆସି ବାଣୀବିହାର ଛକ-ଆଚ୍ଚାର୍ଯ୍ୟ ବିହାର ଛକରୁ ଆପୋଲ ହସ୍ପିଟାଲ-ସୈନିକ ସ୍କୁଲ ରାସ୍ତା-ପ୍ରେସ୍‌ ଛକ-ନାଲୋକ ଛକ-ସର୍ଭେ ଅଫ୍‌ ଇଣ୍ଡିଆ ଲେନ୍‌ରେ ଯାତ୍ରୀମାନଙ୍କୁ ଓହ୍ଲାଇ ନିର୍ଦ୍ଦେରିତ ପାର୍କିଂସ୍ଥଳରେ ପାର୍କିଂ କରିବେ। ସେହିପରି ଖୋର୍ଦ୍ଧା ପାର୍ଶ୍ୱରୁ ଆସୁଥିବା ବସ୍‌ଗୁଡିକ ଜୟଦେବବିହାର ଫ୍ଲାଏ ଓଭରବ୍ରିଜ୍‌ ଅତିକ୍ରମ କରିବା ପରେ ସର୍ଭିସ୍‌ ରୋଡରେ ଆଚ୍ଚାର୍ଯ୍ୟବିହାର ଛକରୁ ଆପୋଲୋ ହସ୍ପିଟାଲ-ସୈନିକ ସ୍କୁଲ ରାସ୍ତା-ପ୍ରେସ ଛକ- ନାଲକୋ ଛକ-ସର୍ଭେ ଅଫ୍‌ ଇଣ୍ଡିଆ ଲେନ୍‌ରେ ଯାତ୍ରୀମାନଙ୍କୁ ଓହ୍ଲାଇବ।

pm modi odisha visit

ନନ୍ଦନକାନନ ପାର୍ଶ୍ୱରୁ ଆସୁଥିବା ବସ୍‌ଗୁଡିକ ଓମଫେଡ୍‌ ଛକ -ନାଲକୋ ଛକ-ସର୍ଭେ ଅଫ୍‌ ଇଣ୍ଡିଆ ଲେନ୍‌ରେ ଯାତ୍ରୀମାନଙ୍କୁ ଓହ୍ଲାଇବ। କଟକ ପାର୍ଶ୍ୱରୁ ଆସୁଥିବା ଚାରିଚକିଆ ଓ ଦୁଇଚକିଆ ଯାନଗୁଡିକ ରସୁଲଗଡ ରେଲୱେ ଓଭରବ୍ରିଜ୍‌ ଠାରୁ ସର୍ଭିସ୍‌ ରୋଡରେ ଆସି ବାଣୀବିହାର ଛକ-ଆଚ୍ଚାର୍ଯ୍ୟ ବିହାର ଛକରୁ ଆପୋଲ ହସ୍ପିଟାଲ-ସୈନିକ ସ୍କୁଲ ରାସ୍ତା-ପ୍ରେସ୍‌ ଛକ- ନାଲୋକ ଛକ-ଆର୍‌.ସି.ଏମ୍‌. କଟ୍‌ରୁ ଓ.ଏସ୍‌.ଏ.ପି. ୭ମ ବାଟାଲିୟନ୍‌ ପଡିଆରେ ଯାତ୍ରୀମାନଙ୍କୁ ଓହ୍ଲାଇବ। ଖୋର୍ଦ୍ଧା ଆଡୁ ଆସୁଥିବା ଚାରିଚକିଆ ଓ ଦୁଇଚକିଆ ଯାନଗୁଡିକ ଜୟଦେବ ବିହାର ଫ୍ଲାଏଓଭର ବ୍ରିଜ୍‌ ଅତିକ୍ରମ କରିବା ପରେ ସର୍ଭିସ୍‌ ରୋଡରେ ଆସି ଆଚ୍ଚାର୍ଯ୍ୟବିହାର ଛକରୁ ଆପୋଲୋ ହସ୍ପିଟାଲ-ସୈନିକ ସ୍କୁଲ ରାସ୍ତା-ପ୍ରେସ ଛକ- ନାଲକୋ ଛକ-ଆର୍‌.ସି.ଏମ୍‌ କଟ୍‌ରୁ ଓ.ଏସ୍‌.ଏ.ପି ଓ.ଏସ୍‌.ଏ.ପି. ୭ମ ବାଟାଲିୟନ୍‌ ପଡିଆରେ ଯାତ୍ରୀମାନଙ୍କୁ ଓହ୍ଲାଇବ। ନନ୍ଦନକାନନ ଆଡୁ ଆସୁଥିବା ଚାରିଚକିଆ ଯାନଗୁଡିକ ନାଲକୋ ଛକ-ସର୍ଭେ ଅଫ୍‌ ଇଣ୍ଡିଆ ଲେନ୍‌ରେ ଯାତ୍ରୀମାନଙ୍କୁ ଓହ୍ଲାଇବ।

ତେବେ ଆମନ୍ତ୍ରୀତ ଅତିଥିମାନେ ସର୍ଭେ ଅଫ୍‌ ଇଣ୍ଡିଆ ଦେଇ ଜନତା ମୈଦାନର ମେନ୍‌ ଗେଟ୍‌ ପାଖରେ ଓହ୍ଲାଇବେ ପରେ ସେଠାରୁ ଅତିଥି ଗେଟ୍‌ ଦେଇ ଭିତରକୁ ପ୍ରବେଶ କରିବେ। ସେମାନେ ଗାଡିଗୁଡିକୁ ଜନତା ମଇଦାନର ନିର୍ଦ୍ଦାରିତ ପାର୍କିଂ ସ୍ଥଳରେ ପାର୍କିଂ କରିବେ। ବସ୍‌ଗୁଡିକ ପାର୍କିଂ ପାଇଁ ଜାଭିୟର ଛକରୁ ସାଲିଆ ସାହି ରାସ୍ତା ଭାୟା ହାତିସୁଣୀ ଛକର ଉଭୟ ପାର୍ଶ୍ୱ, ଦକ୍ଷୀଣ ପଟ ଗେଟ୍‌ ଦେଇ ଓ.ଏ୍‌.ଏ.ପି ସପ୍ତମ ବାଟାଲିୟନ୍‌ ପୋଖରୀ ପାଖ ପଡିଆ ଓ ଏସ୍‌.ଏସ୍‌.ବି.ଏନ୍‌. ପଡିଆ ଏବଂ ଆଦର୍ଶ ବିଦ୍ୟାଳୟ ପଡିଆକୁ ପାର୍କିଂ ସ୍ଥଳ କରାଯାଇଛି।

ସେହିପରି ଚାରିଚକିଆ ଯାନ ଓ ଦୁଇ ଚକିଆ ଯାନ ଗୁଡିକ ଜନତା ମୈଦାନର ଭିଆଇପି ଗେଟ୍‌ ଦେଇ ଓଏସ୍‌ଏପି ସପ୍ତମ ବାଟାଲିୟନ୍‌ ପରେଡ୍‌ ପଡିଆକୁ ପାର୍କିଂ କରିବେ। ସଭା ଶେଷ ହେବା ପରେ ଜାଭିୟର ଛକରୁ ସାଲିଆ ସାହି ରାସ୍ତା ଭାୟା ହାତିଆସୁଣୀ ଛକ ରାସ୍ତାରେ ପାର୍କିଂ ହୋଇଥିବା ବସ୍‌ଗୁଡିକ କଟକ ଆଡକୁ ଯିବାକୁ ଚାହୁଁଥିଲେ ରେଲୱେ କଲୋନୀ ଗୋଲେଇ ଛକରୁ ନାଲକୋ ଛକ, ନନ୍ଦନକାନନ ହୋଇ ଯାଇପାରିବ। ସେହିପରି ଭୁବନେଶ୍ୱର କିମ୍ବା ଖୋର୍ଦ୍ଦା ଆଡକୁ ଯିବାକୁ ଥିବା ବସ୍‌ଗୁଡିକ ଉତ୍କଳ ହସ୍ପିଟାଲ ରାସ୍ତାରେ ରେଲୱେ କଲୋନୀ ଗଲୋଇ ଛକରୁ ନାଲକୋ ଛକ ଦେଇ ଯାଇପାରିବ। ଓ.ଏ୍‌.ଏ.ପି ବାଟାଲିୟନ୍‌ ପଡିଆରେ ଥିବା ବସ୍‌ଗୁଡିକ ଭିଆଇପି ଗେଟ୍‌ ଦେଇ ଯିବ। ଏସ୍‌.ଏସ୍‌.ବି.ଏନ୍‌ ଏବଂ ଆଦର୍ଶ ବିଦ୍ୟାଳୟ ପଡିଆରେ ଥିବା ବସ୍‌ଗୁଡିକ ଦୂରଦର୍ଶନ ରାସ୍ତା ଦେଇ ଆପୋଲୋ ହସ୍ପିଟାଲ କଟ୍‌ ଦେଇ ଯିବ ବୋଲି ସୂଚନା ଦିଆଯାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+