ଷ୍ଟାଲିନଙ୍କୁ ବଡ଼ ମୁର୍ଖ କହିଲେ ଆନ୍ନାମଲାଇ, ଜାଣନ୍ତୁ କାହିଁକି?
ଭାଷା ବିବାଦ ମଧ୍ୟରେ ତାମିଲନାଡୁର ଷ୍ଟାଲିନ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ୍ ରାଜ୍ୟ ବଜେଟରୁ '₹' ଚିହ୍ନକୁ ହଟାଇ ଦେଇଛନ୍ତି । ଏହା ବଦଳରେ ସେହି ସ୍ଥାନରେ ତାମିଲ ଶବ୍ଦ 'ரூ'କୁ ରଖାଯାଇଛି ।ତେବେ ଷ୍ଟାଲିନ ସରକାରଙ୍କ ଏହି ମନମୁଖୀ ପରିବର୍ତ୍ତନକୁ ନେଇ ବିଜେପି କଡା ବିରୋଧ କରିଛି |
ତାମିଲନାଡୁ ବିଜେପି ଅଧ୍ୟକ୍ଷ ଅନ୍ନାମଲାଇ ଏକ୍ସରେ ଲେଖିଛନ୍ତି, "ତାମିଲନାଡୁ ସରକାରଙ୍କ ୨୦୨୫-୨୬ ବଜେଟରୁ ଟଙ୍କା ପ୍ରତୀକକୁ ହଟାଇ ଦେଇଛନ୍ତି, ଯାହାକୁ ଜଣେ ତାମିଲ ବ୍ୟକ୍ତି ଡିଜାଇନ୍ କରିଥିଲେ ଏବଂ ସମଗ୍ର ଭାରତ ଏହାକୁ ଗ୍ରହଣ କରିଥିଲା । ଏହି ପ୍ରତୀକ ଡିଜାଇନ୍ କରିଥିଲେ ପୂର୍ବତନ ଡ଼ିଏମକେ ବିଧାୟକଙ୍କ ପୁଅ ଉଦୟ କୁମାର। ତୁମେ କେତେ ବଡ ମୂର୍ଖ ହୋଇପାର ଏମକେ ଷ୍ଟାଲିନ୍।"

ବିଜେପି ଆଇଟି ସେଲ୍ ମୁଖ୍ୟ ଅମିତ ମାଲବ୍ୟ ମଧ୍ୟ ଏହି ନିଷ୍ପତ୍ତିକୁ ସମାଲୋଚନା କରି ଲେଖିଛନ୍ତି ଯେ ଜଣେ ଭାରତୀୟ ଶିକ୍ଷାବିତ୍ ଏବଂ ଡିଜାଇନର ଉଦୟ କୁମାର ଧର୍ମଲିଙ୍ଗମ ପୂର୍ବତନ ଡିଏମକେ ବିଧାୟକଙ୍କ ପୁଅ। ସେ କହିଛନ୍ତି, "ଉଦୟ କୁମାର ଭାରତୀୟ ଟଙ୍କାର ପ୍ରତୀକ ଡିଜାଇନ୍ କରିଥିଲେ, ଯାହାକୁ ସାରା ଭାରତରେ ଗ୍ରହଣ କରାଯାଇଥିଲା, କିନ୍ତୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ୍ ତାମିଲନାଡୁ ବଜେଟ୍ ୨୦୨୫-୨୬ ଡକ୍ୟୁମେଣ୍ଟରୁ ଏହି ପ୍ରତୀକକୁ ହଟାଇ ଦେଇଥିଲେ। ଏହା ତାମିଲମାନଙ୍କ ପ୍ରତି ଅପମାନ।












Click it and Unblock the Notifications