ଦିଲ୍ଲୀ କୋଚିଂ ସେଣ୍ଟରରେ ପାଣି ପସି,୩ ଛାତ୍ରଙ୍କ ମୃତ୍ୟୁ
Delhi Coaching Incident: ଶନିବାର ପ୍ରବଳ ବର୍ଷା ପରେ ଦିଲ୍ଲୀର ଏକ କୋଚିଂ ସେଣ୍ଟରର ତଳ ମହଲାରେ ପାଣି ପଶିବା କାରଣରୁ ତିନି ଜଣ ଛାତ୍ରଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣା ପରେ ଉଭୟ ବିଜେପି ଏବଂ ଆପ୍ ପରସ୍ପରକୁ ଦାୟୀ କରୁଛନ୍ତି। ଦିଲ୍ଲୀର ପୁରୁଣା ରାଜେନ୍ଦ୍ର ନଗରରେ ଥିବା Rau's ଆଇଏଏସ୍ ଷ୍ଟଡି ସର୍କଲରେ ଏହି ଘଟଣା ଘଟିଛି ।

ଏହି ଘଟଣା ସମ୍ପର୍କରେ ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ଯେ, Rau's ଆଇଏଏସ୍ ଏକାଡେମୀର ତଳ ମହଲାରେ ବାୟୋମେଟ୍ରିକ୍ ରହିଛି । ଆଙ୍ଗୁଠି ଛାପ ନ ଦେଲେ କେହି ବାହରକୁ ଆସିପାରିବେ ନାହିଁ । ତେଣୁ ପାଣି ଭରିଯିବା କାରଣରୁ ବାୟୋମେଟ୍ରିକ୍ ମେସିନ୍ ନଷ୍ଟ ହୋଇଯାଇଛି ଏବଂ କେହି ବାହାରକୁ ଆସିପାରି ନାହାଁନ୍ତି । ପ୍ରତ୍ୟକ୍ଷଦର୍ଶୀ ଆହୁରି କହିଛନ୍ତି, 'ଏହି ଦୁର୍ଘଟଣା ପାଇଁ ପ୍ରଶାସନ ଦାୟୀ । ବର୍ତ୍ତମାନର ବିଧାୟକ ଏବଂ ସାଂସଦମାନେ ପରସ୍ପରକୁ ଦାୟୀ କରୁଛନ୍ତି।
ପୁରୁଣା ରାଜେନ୍ଦ୍ର ନାଗର ଘଟଣାରେ ଡିସିପି ସେଣ୍ଟ୍ରାଲ ଏମ ହର୍ଷ ଭର୍ଦ୍ଦନ କହିଛନ୍ତି, "ଆମେ ଏକ ଅପରାଧିକ ମାମଲା ପଞ୍ଜୀକୃତ କରିଛୁ। ଆମର ଫରେନସିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଛି । ମୃତକଙ୍କ ମଧ୍ୟରେ ୨ ଜଣ ଯୁବତୀ ଥିବା ବେଳେ ଜଣେ ଯୁବକ ଅଛନ୍ତି । ସେହିପରି ୧୦ରୁ ଅଧିକ ଛାତ୍ରଙ୍କୁ ଉଦ୍ଧାର କରିଛି ପୋଲିସ । ସେମାନଙ୍କ ମଧ୍ୟରୁ ୩ ଜଣ ଛାତ୍ର ଗୁରୁତର ଅଛନ୍ତି ସମସ୍ତ ଆହତଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।












Click it and Unblock the Notifications