ଦିଲ୍ଲୀ ସ୍କୁଲକୁ ବୋମା ଧମକ ଦେଇଥିଲେ ଛାତ୍ର !
Delhi School News: ପରୀକ୍ଷା ଭୟରେ ଛାତ୍ର ଦେଲେ ବୋମା ଧମକ । ଗତ କିଛି ଦିନ ହେଲା ଦିଲ୍ଲୀର ବିଭିନ୍ନ ସ୍କୁଲକୁ ବୋମା ଧମକ ମିଳୁଛି । ଏପରି ଇ-ମେଲ୍ ବାରମ୍ବାର ଆସିବା କାରଣରୁ ଛାତ୍ରାଛାତ୍ରୀଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହେବା ସହ ସ୍କୁଲ ଅଧାରୁ ବନ୍ଦ କରାଯାଉଛି ଏବଂ ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡ଼ା କଡି଼ କରାଯାଉଛି । ବର୍ତ୍ତମାନ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । କିଛି ଛାତ୍ର ଏପରି ଧମକ ଦେଉଥିବା ନେଇ ସୂଚନା ରହିଛି ।

ନୂଆଦିଲ୍ଲୀରେ ଏକ ସ୍କୁଲକୁ ବୋମା ଧମକ ମିଳିଥିଲା ଯାହା ପରେ ପଛରେ ୩ ଜଣ ଛାତ୍ରଙ୍କ ହାତ ଥିବା ନେଇ ସୂଚନା ରହିଛି । ୨ ଜଣ ଭାଇଙ୍କ ସମେତ ୩ ଜଣ ଛାତ୍ର ଏପରି ଧମକ ଦେଇଥିବା ନେଇ ପୋଲିସ ପକ୍ଷରୁ ସୂଚନା ମିଳିଛି । ତେବେ ପରୀକ୍ଷା ସ୍ଥଗିତ ରଖିବା ପାଇଁ ୩ ଛାତ୍ର ଏପରି ଯୋଜନା କରିଥିଲେ ।












Click it and Unblock the Notifications