ପାନ ମସଲା ବିଜ୍ଞାପନ ଠୁ ଦୂରେଇ ରହିବା ପାଇଁ ଛାତ୍ରୀଙ୍କ ଅନୁରୋଧ
ମଙ୍ଗଳବାର ଭାତୃ ଦିବସ ପାଳନ ହୋଇଛି । ଏହି ଅବସରରେ ମଧ୍ୟପ୍ରଦେଶର ଖରଗୋନର ଧଡ଼କନ ଜୈନ ନାମକ ଜଣେ ଛାତ୍ରୀ ପାନ ମସଲା ବିଜ୍ଞାପନ ନ କରିବାକୁ ବଲିଉଡ଼ ଅଭିନତା ଶାହାରୁଖ ଖାନ ଓ ଅଜୟ ଦେବଗନଙ୍କୁ ଅନୁରୋଧ କରିଥିବା ଜଣାପଡିଛି ।
ଭୋପାଳ: ମଙ୍ଗଳବାର ଭାତୃ ଦିବସ ପାଳନ ହୋଇଛି । ଏହି ଅବସରରେ ମଧ୍ୟପ୍ରଦେଶର ଖରଗୋନର ଧଡ଼କନ ଜୈନ ନାମକ ଜଣେ ଛାତ୍ରୀ ପାନ ମସଲା ବିଜ୍ଞାପନ ନ କରିବାକୁ ବଲିଉଡ଼ ଅଭିନତା ଶାହାରୁଖ ଖାନ ଓ ଅଜୟ ଦେବଗନଙ୍କୁ ଅନୁରୋଧ କରିଥିବା ଜଣାପଡିଛି ।

ସେ କହିଛନ୍ତି ଯେ, 'ଅଜୟ ଏବଂ ଶାହାରୁଖ ପାନ ମସାଲାର ବିକ୍ରୟ ବୃଦ୍ଧି ପାଇଁ ବିଜ୍ଞାପନ କରୁଛନ୍ତି ଏବଂ ସେମାନେ ହେଉଛନ୍ତି ତାଙ୍କର ପ୍ରିୟ ଅଭିନେତା । ଆଜିର ଯୁବପିଢି ନିଜ ପ୍ରିୟ ଅଭିନେତା ମାନଙ୍କୁ ବିପୁଳ ମାତ୍ରାରେ ଅନୁସରଣ କରୁଛନ୍ତି । ଧଡକନ ତାଙ୍କ ପିତାମାତାଙ୍କର ଏକମାତ୍ର ସନ୍ତାନ । ତାଙ୍କର କୌଣସି ଭାଇଭଉଣୀ ନାହାଁନ୍ତି । ଭ୍ରାତୃ ଦିବସ ଅବସରରେ ସେ ଅଭିନେତାଙ୍କୁ ପାନ ମସାଲା ବିଜ୍ଞାପନ ନ କରିବା ପାଇଁ ଅନୁରୋଧ କରିଛନ୍ତି ।'ପୂର୍ବରୁ ମଧ୍ୟ ଧଡ଼କନ ଅନେକ ଥର ଏ ନେଇ ଟ୍ବିଟ କରିଛନ୍ତି । ମାତ୍ର ତାଙ୍କୁ ଉଭୟ ଅଭିନେତାଙ୍କ ଠାରୁ କୌଣସି ପ୍ରତିକ୍ରିୟା ମିଳିନାହିଁ । ତେବେ ଭ୍ରାତୃ ଦିବସ ଅବସରରେ ସେ ଏହି ଟ୍ବିଟ କରି ଅଜୟ ଓ ଶାହାରୁଖ ବଡ଼ ଭାଇ ମାନୁଥିବାରୁ ଏପରି ବିଜ୍ଞାପନ ନ କରିବା ପାଇଁ କହିଥିବା କହିଛନ୍ତି ।

ପାନ ମସାଲା ବିଜ୍ଞାପନକୁ ନେଇ କିଛି ଦିନ ତଳେ ବିବାଦ ଲାଗି ରହିଥିଲା । ଏହା ଶରୀର ପାଇଁ ହାନିକାରକ ହୋଇଥିବା ବେଳେ ଅଭିନେତାମାନଙ୍କୁ ବିଜ୍ଞାପନ ନ କରିବାକୁ ଫ୍ୟାନ୍ସ ଅନୁରୋଧ କରିବା ସହ ସମାଲୋଚନା ମଧ୍ୟ କରିଥିଲେ ।












Click it and Unblock the Notifications