ଆମ୍ବୁଲାନ୍ସ ଭିତରେ ଶୋଇ ପରୀକ୍ଷା ଦେଲେ ଛାତ୍ରୀ, ଭାଇରାଲ ହେଲା ଭିଡିଓ

ଆମ୍ବୁଲାନ୍ସ ଭିତରେ ଶୋଇ ପରୀକ୍ଷା ଦେଲେ ଛାତ୍ରୀ । ଭାଇରାଲ ହେଲା ଭିଡିଓ । ସୋସିଆଲ ମିଡିଆ ୟୁଜର୍ସ କଲେ ପ୍ରଶଂସା ।

viral vedio

ମୁମ୍ବାଇ:ଜୀବନରେ ଆଗକୁ ବଢିବାର ସ୍ୱପ୍ନ ସାମ୍ନାରେ ଫିକା ପଡିଯାଇଛି ଶରୀର ଯନ୍ତ୍ରଣା । ଦୃଢ ମନୋବଳ ଏବଂ ଇଚ୍ଛା ଶକ୍ତି ହିଁ ଆମକୁ ପ୍ରତ୍ୟେକ ସଂଘର୍ଷର ସାମ୍ନା କରିବାର ସାହସ ଦେଇଥାଏ । ନିକଟରେ ଏପରି ଏକ ଘଟଣା ମୁମ୍ବାଇ ସ୍ଥିତ ବାନ୍ଦ୍ରାରେ ଦେଖିବା ପାଇଁ ମିଳିଛି । ଯେଉଁଥିରେ ଜଣେ ଛାତ୍ରୀ ଆମ୍ବୁଲାନ୍ସ ଭିତରେ ଶୋଇ ମାଟ୍ରିକ ପରୀକ୍ଷା ଦେଉଛନ୍ତି । ଛାତ୍ରୀଙ୍କର ଏହି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି ।

ସୂଚନା ଅନୁସାରେ, ବାନ୍ଦ୍ରାର ଅଞ୍ଜୁମନ-ଏ-ଇସଲାମ ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀ ମୁବାଶିରା ସୟିଦ ଗତ ଶୁକ୍ରବାର ଦିନ ଘରକୁ ଯିବା ସମୟରେ ଏକ କାର ତାଙ୍କ ଗୋଡରେ ଚଢିଯାଇଥିଲା । ଯେଉଁଥି ପାଇଁ ତାଙ୍କ ଗୋଡରେ ଆଘାତ ଲାଗିଥିଲା । ପରେ ତାଙ୍କୁ ଉକ୍ତ କାର ଡ୍ରାଇଭର ଏବଂ ସାଙ୍ଗମାନେ ତାଙ୍କୁ ନକଟସ୍ଥ ଡାକ୍ତରଖାନା ନେଇଥିଲେ । ଯେଉଁଠି ତାଙ୍କର ଅପରେସନ ହୋଇଥିଲା । ପରେ ଡାକ୍ତର ତାଙ୍କୁ ଏକ ସପ୍ତାହ ପାଇଁ ସମ୍ପୂର୍ଣ୍ଣ ବିଶ୍ରାମ ନେବା ପାଇଁ ପରାମର୍ଶ ଦେଇଥିଲେ । ରବିବାର ଦିନ ସେ ଡାକ୍ତରଖାନାରୁ ଡିସଚାର୍ଜ ହୋଇଥିଲେ ।

ଏହା ପରେ ସୋମବାର ଦିନ ଛାତ୍ରୀ ଜଣକ ଆମ୍ମୁଲାନ୍ସରେ ପରୀକ୍ଷା ଦେବା ପାଇଁ ବିଦ୍ୟାଳୟ ପହଞ୍ଚିଥିଲେ ଏବଂ ଶୋଇକି ପରୀକ୍ଷା ଦେଇଥିଲେ । ସେ ବସି ପାରୁ ନଥିବାରୁ ତାଙ୍କ ଉତ୍ତର ଖାତା ଆଉ ଜଣେ ଛାତ୍ରୀ ଲେଖିଥିଲେ । ହେଲେ ସେ ଏପରି ସ୍ଥିତିରେ ପରୀକ୍ଷା ଦେଇ ପାରୁଥିବାରୁ ବେଶ୍ ଖୁସ ଅଛନ୍ତି ବୋଲି କହିଥିଲେ ମୁବାଶିରା ସୟିଦ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ସେ କୌଣସି ସୁଯୋଗକୁ ହାତଛଡା କରିବା ପାଇଁ ଚାହୁଁନଥିଲେ । ସେହିପରି ମାର୍ଚ୍ଚ ୨୩ ଏବଂ ୨୫ରେ ଆଉ ଦୁଇଟି ପରୀକ୍ଷା ଦେବେ ମୁବାଶିରା । ଛାତ୍ରୀ ଜଣକ ପରୀକ୍ଷା ଦେବା ବେଳେ ଗାଡି଼ ବାହାରେ ଜଣେ ପୋଲିସ କର୍ମଚାରୀ ଏବଂ ବିଦ୍ୟାଳୟର ପିଅନ ଠିଆ ହୋଇଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+