ସ୍କୁଲକୁ ଯିବାକୁ ଚାହୁଁ ନଥିଲେ ଛାତ୍ର, ବୋମା ଧମକ ନେଇ କଲେ ମେଲ, ତା ପରେ.....
ନୂଆଦିଲ୍ଲୀ: ଆଜି ଦିଲ୍ଲୀର ଏକ ସ୍କୁଲକୁ ମିଳିଥିଲା ବୋମା ଧମକ । ପରେ ଏହି ଘଟଣାରେ ତଦନ୍ତ କରିବା ପରେ ଜଣାପଡ଼ିଛି ତାହା ମିଛ ଖବର ଥିଲା । ସୁଚନାନୁସାରେ , ୧୪ ବର୍ଷୀୟ ନାବାଳକ ସ୍କୁଲ ଯିବାକୁ ଚାହୁଁନଥିଲେ, ତେଣୁ ଏଭଳି ଇମେଲ ପଠାଇଥିଲେ ବୋଲି ପୋଲିସ କହିଛି । ପୋଲିସ ଅଧିକାରୀଙ୍କ ସୁଚନାନୁୁଯାୟୀ, ସମର ଫିଲ୍ମସ ସ୍କୁଲର ମ୍ୟାନେଜମେଣ୍ଟକୁ ରାତି ୧୨.୩୦ ମିନିଟରେ ଏକ ଇମେଲ ଆସିଥିଲା ।
ଇମେଲରେ ଲେଖାଥିଲା କି, ସ୍କୁଲ ପରିସରରେ ଏକ ବିସ୍ଫୋରକ ଉପକରଣ ଗୁପ୍ତ ଭାବେ ରହିଛି । ବିସ୍ଫୋରକ ପଠାଇଥିବା ଜଣେ ପାକିସ୍ତାନୀ ଜେନେରାଲ । ସ୍କୁଲରେ ଇମେଲକୁ ଗମ୍ଭୀରତା ସହିତ ନେଇ ଛାତ୍ରଛାତ୍ରୀମାନଙ୍କୁ ସ୍କୁଲରୁ ୧୦ ମିନିଟରେ ଖାଲି କରାଯାଇଥିଲା ।ସ୍ଥାନୀୟ ପୋଲିସର ବୋମା ନିଷ୍କ୍ରିୟ ଟିମ୍ ସ୍କୁଲରେ ପହଞ୍ଚି ବିସ୍ଫୋରକ ସାମଗ୍ରୀ ଖୋଜିଥିଲା । କିନ୍ତୁ ଅଧିକ ସମୟ ଧରି ଖୋଜିବା ପରେ କୌଣସି ପ୍ରକାରର ବିସ୍ପୋରକ ଜିନିଷ ମିଳିନଥିଲା ।

ତେବେ ପୋଲିସ ଏହି ମାମଲାରେ ଯାଞ୍ଚ କରି ଜଣେ ୧୪ ବର୍ଷୀୟ ନାବାଳକଙ୍କ ସନ୍ଧାନ ପାଇଥିଲା । ଯିଏକି ସ୍କୁଲ ନ ଯିବା ପାଇଁ ଏଭଳି ଇମେଲ କରିଥିଲେ ବୋଲି ପୋଲିସ କହିଥିଲା । ପୋଲିସ ଏହି ମାମଲାରେ ନାବାଳକଙ୍କୁ ଅଟକ ରଖିନଥିବା ଜଣାପଡ଼ିଛି ।












Click it and Unblock the Notifications