ଜାମ୍ ହେଲା ଟ୍ରାଫିକ୍, ରାସ୍ତାରେ ଗାଡ଼ି ଥୋଇ ଚାଲି ଚାଲି ଘରକୁ ଗଲେ ଯାତ୍ରୀ
ବେଙ୍ଗାଲୁରୁ: ବେଙ୍ଗାଲୁରୁରେ ପ୍ରବଳ ବର୍ଷା ଜାରି ରହିଛି। ବର୍ଷା ହେତୁ ବୁଧବାର ରାତିରେ ଟ୍ରାଫିକ ଜାମ୍ ଯୋଗୁଁ ଲୋକଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥିଲା। ଏପରିକି ଲୋକମାନେ ଅନେକ ଘଣ୍ଟା ଧରି ଟ୍ରାଫିକ୍ ଜାମରେ ଫସି ରହି ନୟାନ୍ତ ହୋଇପଡିଥିଲେ। ବୁଧବାର ବେଙ୍ଗାଲୁରୁରେ ଟ୍ରାଫିକ୍ ଜାମ୍ ଘଟିବାରୁ ଲୋକମାନେ ଘଣ୍ଟା ଘଣ୍ଟା ଧରି ରାସ୍ତାରେ ଫସି ରହିବା ପରିସ୍ଥିତି ଉପୁଜିଥିଲା। ପ୍ରବଳ ବର୍ଷା ହେତୁ ଇଲେକ୍ଟ୍ରୋନିକ୍ ସିଟି ଫ୍ଲାଏ ଓଭରରେ ଏକ ବଡ଼ ଜାମ ସୃଷ୍ଟି ହୋଇଥିଲା। ପରିସ୍ଥିତି ଏତେ ଭୟାନକ ହୋଇଥିଲା ଯେ ଲୋକ ରାସ୍ତା ଉପରେ ଗାଡ଼ି ଥୋଇ ଚାଲି ଚାଲି ଘରକୁ ଯିବାକୁ ବାଧ୍ୟ ହୋଇଥିଲେ।

ଏସବୁ ମଧ୍ୟରେ ସୋଶାଲ ମଡିଆରେ ଏକାଧିକ ଭିଡିଓ ଭାଇରାଲ୍ ହେଉଛି, ଯେଉଁଠାରେ ଓଭର ବ୍ରିଜ୍ ଏବଂ ରାସ୍ତାର ଦୁଇ ପଟେ ଘଣ୍ଟା ଘଣ୍ଟା ଧରି ଶହ ଶହ ଗାଡ଼ି ମୋଟର ଅଟକି ରହିଥିବା ଦେଖିବାକୁ ମିଳୁଛି। ଟ୍ରାଫିକ୍ ଜାମ୍ ଏପରି ଥିଲା ଯେ, ଦୀର୍ଘ ଦୁଇ ଘଣ୍ଟା ଧରି ଗାଡ଼ି ଇଞ୍ଚେ ବି ଗଡ଼ି ନଥିଲା। ଜଣେ ବେଙ୍ଗାଲୁରୁ ବାସିନ୍ଦା ଏହି ସମୟର ଭିଡିଓ ସୋଶାଲ ମିଡିଆରେ ପୋଷ୍ଟ କରି କହିଛନ୍ତି, "ମାଡ଼ିୱାଲଠାରୁ ବେଙ୍ଗାଲୁରୁ ରାସ୍ତା ସମ୍ପୂର୍ଣ୍ଣ ଜାମ୍। ଦୁଇ କିଲୋମିଟର ପର୍ଯ୍ୟନ୍ତ ରାସ୍ତାରେ ଗାଡ଼ି ମୋଟର ଅଟକି ରହିଛି। ଦୀର୍ଘ ଅଢେଇ ଘଣ୍ଟା ହେବ ସମାନ ଅବସ୍ଥା। ଯଦି ଏପରି ସ୍ଥିରିରେ କିଛି ଜରୁରୀ ସମସ୍ୟା ହୁଏ, କିମ୍ବା କାହାକୁ ଡାକ୍ତରଖାନା ଯିବାକୁ ପଡ଼େ, ତେବେ ତାଙ୍କର ବଞ୍ଚିବାର ଆଶା କ୍ଷୀଣ।"












Click it and Unblock the Notifications