ଜଳ ପାଇଁ ଦିଲ୍ଲୀରେ ସଂଘର୍ଷ, ପାଣି ଛାଡ଼ିବା ପାଇଁ ହରିୟାଣାକୁ ଅନୁରୋଧ

ଦେଶର ରାଜଧାନୀ ଦିଲ୍ଲୀରେ ଏବେ ଭୟଙ୍କର ଜଳସଙ୍କଟ ଦେଖିବାକୁ ମିଳିଛି। ପ୍ରବଳ ଗ୍ରୀଷ୍ମ ପ୍ରବାହରେ ଲୋକମାନେ ପାଣି ପାଇଁ ଡହଳ ବିକଳ ହେଉଛନ୍ତି। ଏପରି ସ୍ଥିତିରେ ପଡ଼ୋଶୀ ହରିୟାଣାକୁ ପାଣି ଛାଡ଼ିବାକୁ ଅନୁରୋଧ କରିଛନ୍ତି ଦିଲ୍ଲୀର କ୍ଷମତାସୀନ ଆପ୍‌ ସରକାର। ମାନବିକତା ଦୃଷ୍ଟିକୋଣରୁ ଦିଲ୍ଲୀକୁ ହରିୟାଣା ସରକାର ପାଣି ଛାଡ଼ନ୍ତୁ ବୋଲି ଦିଲ୍ଲୀର ମନ୍ତ୍ରୀ ଆତିଶୀ ଅନୁରୋଧ କରିଛନ୍ତି।

Delhi

ଶନିବାର ଏ ସମ୍ପର୍କରେ ଆତିଶୀ ସୂଚନା ଦେଇ କହିଛନ୍ତି ଯେ "ଦିଲ୍ଲୀ ସରକାରଙ୍କ ଅଧିକାରୀମାନେ ସେମାନଙ୍କ ହରିୟାଣା ପ୍ରତିପକ୍ଷମାନଙ୍କ ସହ କଥା ହୋଇଛନ୍ତି। ସମ୍ଭବତଃ ଦିଲ୍ଲୀ ଅଧିକାରୀଙ୍କ ଏକ ପ୍ରତିନିଧି ଦଳ ଚଣ୍ଡିଗଡ଼ ଯିବେ। ସେମାନେ ସେଠାରେ ହରିୟାଣାର ଅଧିକାରୀମାନଙ୍କୁ ଭେଟିବେ। ଶୁକ୍ରବାର ଅପର ଯମୁନା ନଦୀ ବୋର୍ଡର ବୈଠକ ବସିଥିଲା।

ଏହି ସମୟରେ ହିମାଚଳ ପ୍ରଦେଶ ସରକାର ଦିଲ୍ଲୀକୁ ପାଣି ଛାଡ଼ିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ରାଜ୍ୟ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ ସେମାନଙ୍କ ପାଖରେ ଅପର ଯମୁନା ନଦୀର ଅତିରିକ୍ତ ୧୩୦ କ୍ୟୁସେକ ଜଳ ରହିଛି।

ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସୁଖୁ ପୂରା ସମର୍ଥନ ଦେବେ ବୋଲି କହିଛନ୍ତି। ଅପର ଯମୁନା ନଦୀ ବୋର୍ଡର ପାଣି ଆକଳନ ପାଇଁ କିଛି ସମୟ ଲାଗିବ। ସେହି ଭିତରେ ଦିଲ୍ଲୀ ସରକାର ପଡ଼ୋଶୀ ହରିୟାଣାକୁ ମାନବିକତା ଦୃଷ୍ଟି କୋଣରୁ ପାଣି ରିଲିଜ କରିବାକୁ ଅନୁରୋଧ କରିଛନ୍ତି।"

ଏଥିସହ ସେ ଦିଲ୍ଲୀବାସୀଙ୍କୁ ପାଣିର ସଦବ୍ୟବହାର କରିବାକୁ ମଧ୍ୟ ପୁଣିଥରେ ପରାମର୍ଶ ଦେଇଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+