ଦିଲ୍ଲୀରେ ତାଣ୍ଡବ ରଚିଲା ଧୂଳି ଝଡ଼; ୨ ମୃତ

ନୂଆଦିଲ୍ଲୀ: ଗତ କିଛି ଦିନ ଧରି ଦେଶର ରାଜଧାନୀରେ ଡହ ଡହ ଖରା ହେଉଥିବା ବେଳେ ଗତକାଲି ହଠାତ୍ ତାଣ୍ଡବ ରଚିଲା ବର୍ଷା ଓ ପବନ । ରାଜଧାନୀରେ ଏହା ତାଣ୍ଡବ ରଚିବା ସହ ଲୋକଙ୍କୁ କରିଛି ହନ୍ତ ସନ୍ତ । ଏହି ଝଡ଼ ଯୋଗୁଁ ବହୁ ଗଛ ଉପୁଡ଼ି ରାସ୍ତାରେ ପଡ଼ିଥିବା ବେଳେ ବହୁ ଘର ବି କ୍ଷତିଗ୍ରସ୍ତ ହୋଇଛି । ପ୍ରାକୃତିକ ବିପର୍ଯ୍ୟୟ ଯୋଗୁ ଦିଲ୍ଲୀରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୨୩ ଜଣ ଆହତ ହୋଇଛନ୍ତି ।

Delhi dust storm

ସୂଚନା ଅନୁସାରେ, ଗତ କିଛି ଦିନ ଧରି ରାଜଧାନୀରେ ଡହ ଡହ ଖରା ହେଉଥିବା ବେଳେ ଗତକାଲି ହଠାତ୍ ଝଡ଼ ଆରମ୍ଭ ହୋଇଗଲା । ରାଜଧାନୀରେ ଏହା ତାଣ୍ଡବ ରଚିବା ସହ ଲୋକଙ୍କୁ କଲବଲ କଲା । ୬୦ରୁ ୭୦ କିମି ବେଗରେ ପବନ ବହିଥିଲା । ଫଳରେ ବହୁ ବଡ଼ ବଡ଼ ଗଛ, ବିଦ୍ୟୁତ୍ ଖୁଣ୍ଟ ଉପୁଡ଼ି ରାସ୍ତା ଉପରେ ପଡ଼ିଥିଲା ।

ଦିଲ୍ଲୀର ଦ୍ୱାରକାରେ ଏକ ବାଇକ୍ ଓ ଆମ୍ବୁଲାନ୍ସ ଉପରେ ଏକ ସାଇନବୋର୍ଡ ପଡ଼ିଯାଇଥିଲା । ଏଥିଯୋଗୁ ଆମ୍ବୁଲାନ୍ସରେ ଥିବା ଦୁଇ ଜଣ ଓ ଜଣେ ଅଟୋ ଡ୍ରାଇଭର ଗୁରୁତର ହୋଇଥିଲେ । ତୁନ୍ତ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+