ଶତ୍ରୁ ଦେଶକୁ କଡ଼ା ସନ୍ଦେଶ ; ସୁରକ୍ଷାକୁ ନେଇ ହେବନି କୌଣସି ବୁଝାମଣା, ମୋଦି

ଦେଶର ସୁରକ୍ଷାକୁ ନେଇ ହେବନି କୌଣସି ବୁଝାମଣା। ରାଷ୍ଟ୍ରୀୟ ଏକତା ଦିବସରେ ଶତ୍ରୁ ଦେଶକୁ କଡ଼ା ସନ୍ଦେଶ ଦେଇଛନ୍ତି ପିଏମ୍‌ ମୋଦି। ରାଷ୍ଟ୍ରର ଏକତାକୁ ଦୃଢ଼ କରିବାକୁ ଦେଲେ ପ୍ରତ୍ୟେକ ଦେଶବାସୀଙ୍କୁ ଆହ୍ୱାନ କରିଛନ୍ତି। ଭାରତର ଲୌହ ପୁରୁଷ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ତମ ଜନ୍ମବାର୍ଷିକୀ ପାଳନ ପାଇଁ ଗୁଜରାଟ ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସେ ସର୍ଦ୍ଦାର ପଟେଲଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ କେଭାଡିଆରେ ଥିବା ଷ୍ଟାଚ୍ୟୁ ଅଫ୍‌ ୟୁନିଟି ପରିଦର୍ଶନ କରିଥିଲେ।

modi

ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, "ସର୍ଦ୍ଦାର ପଟେଲଙ୍କ ୧୫୦ତମ ଜନ୍ମବାର୍ଷିକୀର ଏହି ଐତିହାସିକ ଅବସର। ସର୍ଦ୍ଦାର ସାହେବଙ୍କ ପାଦ ନିକଟରେ ଆମର ଉପସ୍ଥିତି ଆଜି ଆମେ ସମସ୍ତେ ଏକ ମହାନ ମୁହୂର୍ତ୍ତର ସାକ୍ଷୀ ହେଉଛୁ। ସର୍ଦ୍ଦାର ପଟେଲଙ୍କ ୧୫୦ତମ ଜନ୍ମବାର୍ଷିକୀ ପାଳନ ପାଇଁ ଏକ ସ୍ମାରକୀ ମୁଦ୍ରା ଏବଂ ଏକ ସ୍ୱତନ୍ତ୍ର ଡାକଟିକଟ ମଧ୍ୟ ଉନ୍ମୋଚନ କରାଯାଇଥିଲା।

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, "ସର୍ଦ୍ଦାର ସାହେବଙ୍କ ନୀତି ଏବଂ ନିଷ୍ପତ୍ତି ନେଇଥିଲେ ତାହା ଇତିହାସ ସୃଷ୍ଟି କରିଥିଲା। ସ୍ୱାଧୀନତା ପରେ ୫୫୦ରୁ ଅଧିକ ଗଡ଼ଜାତ ରାଜ୍ୟକୁ ଏକତ୍ର କରିବାର ଅସମ୍ଭବ କାର୍ଯ୍ୟକୁ ସେ ସମ୍ଭବ କରିଥିଲେ। ଏକତା ଦିବସର ମହତ୍ତ୍ୱ ଆମ ପାଇଁ ପ୍ରେରଣା ଏବଂ ଗର୍ବର ମୁହୂର୍ତ୍ତ। ପ୍ରତ୍ୟେକ ନାଗରିକ ଦେଶର ଏକତାକୁ ଦୁର୍ବଳ କରୁଥିବା ଯେକୌଣସି ଜିନିଷଠାରୁ ଦୂରେଇ ରହିବା ଉଚିତ। ଏହା ଆମର ଜାତୀୟ କର୍ତ୍ତବ୍ୟ, ଏହା ସର୍ଦ୍ଦାର ପଟେଲଙ୍କ ପ୍ରତି ଏକ ପ୍ରକୃତ ଶ୍ରଦ୍ଧାଞ୍ଜଳି।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସର୍ଦ୍ଦାର ସାହେବ ଦେଶର ସାର୍ବଭୌମତ୍ୱକୁ ସର୍ବୋପରି ସ୍ଥାନ ଦେଇଥିଲେ। ଦୁର୍ଭାଗ୍ୟବଶତଃ, ସର୍ଦ୍ଦାର ସାହେବଙ୍କ ମୃତ୍ୟୁ ପରବର୍ତ୍ତୀ ବର୍ଷଗୁଡ଼ିକରେ, ପରବର୍ତ୍ତୀ ସରକାରଗୁଡ଼ିକରେ ଦେଶର ସାର୍ବଭୌମତ୍ୱ ପ୍ରତି ସମାନ ଗମ୍ଭୀରତାର ଅଭାବ ଥିଲା। ଗୋଟିଏ ପଟେ, କାଶ୍ମୀରରେ ହୋଇଥିବା ଭୁଲ, ଅନ୍ୟପଟେ ଉତ୍ତର-ପୂର୍ବରେ ଉପୁଜିଥିବା ସମସ୍ୟା ଏବଂ ଦେଶସାରା ନକ୍ସଲବାଦ ଏବଂ ମାଓବାଦୀ ଆତଙ୍କବାଦର ପ୍ରସାର - ଏଗୁଡ଼ିକ ଦେଶ ପାଇଁ ସିଧାସଳଖ ଚ୍ୟାଲେଞ୍ଜ ଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+