Earthquake Today: ଭୂମିକମ୍ପରେ ଥରିଲା ଦିଲ୍ଲୀ-ଏନସିଆର୍, ଦେଖନ୍ତୁ Live ଭିଡିଓ
Earthquake News Today: ମଙ୍ଗଳବାର ଦିନ ଦିଲ୍ଲୀ-ଏନସିଆର ସମେତ ଉତ୍ତର ଭାରତର ଅନେକ ଅଞ୍ଚଳରେ ଭୂକମ୍ପ ଅନୁଭୂତ ହୋଇଛି। ଭୂମିକମ୍ପର ତୀବ୍ରତା ୪.୬ ରେକର୍ଡ କରାଯାଇଛି । ଭୂମିକମ୍ପର କେନ୍ଦ୍ରସ୍ଥଳୀ ନେପାଳ ବୋଲି ସୂଚନା ରହିଛି । ଯେଉଁଠାରେ ରେକ୍ଟିଟ ସ୍କେଲରେ ଏହାର ତୀବ୍ରତା ୬.୨ ରେକର୍ଡ କରାଯାଇଛି । ଭୂମିକମ୍ପରେ ଝଟକାରେ ଭୟବିତ ଲୋକେ ଘର ଏବଂ କାର୍ଯ୍ୟାଳୟରୁ ବାହାରି ଆସିଥିଲେ ।
#WATCH | Earthquake tremors felt across Delhi-NCR. Visuals from Noida Sector 75 in Uttar Pradesh. pic.twitter.com/dABzrVoyVw
— ANI (@ANI) October 3, 2023
ଆଜି ଅପରାହ୍ନରେ ରାଜଧାନୀ ଦିଲ୍ଲୀ, ନୋଏଡା ଏବଂ ଏହାର ଆଖପାଖ ଅଞ୍ଚଳରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଲକ୍ଷ୍ନୌ, ଉତ୍ତରପ୍ରଦେଶ ଏବଂ ନେପାଳରେ ମଧ୍ୟ ଭୂକମ୍ପ ଅନୁଭୂତ ହୋଇଥିବା ନେଇ ସୂଚନା ରହିଛି । ନ୍ୟାସନାଲ ସେଣ୍ଟର ଫର ସେସ୍ମୋଲୋଜିର ତଥ୍ୟ ଅନୁସାର ଆଜି ଅପରାହ୍ନ 2.51 ମିନିଟରେ ଭୂମିକମ୍ପ ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୨ ରେକର୍ଡ କରାଯାଇଛି । ଭୂକମ୍ପ ଭୟରେ ଲୋକମାନେ ନିଜ ଘର ଛାଡି ପାର୍କ ଏବଂ ରାସ୍ତା ଉପରକୁ ପଳାଇଯାଇଥିବା ଦେଖିବା ପାଇଁ ମିଳୁଛି । ଭୂକମ୍ପ ସମୟର ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ଭୂକମ୍ପର କମ୍ପନ ଏତେ ଶକ୍ତିଶାଳୀ ଥିଲା ଯେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମାନସୁଖ ମାଣ୍ଡଭିଆଙ୍କୁ ସଭା ଛାଡି ବାହାରକୁ ପଳାଇଆସିଥିବା ନେଇ ସୂଚନା ରହିଛି । ଭୂକମ୍ପ ଯୋଗୁଁ ନିର୍ମାଣ ଭବନରେ ଉପସ୍ଥିତ ଲୋକଙ୍କ ମଧ୍ୟରେ ଚହଳ ସୃଷ୍ଟି ହୋଇଥିଲା । ଅପରାହ୍ନ ୨:୫୩ରେ ଭୂକମ୍ପ ଘଟିଥିଲା ।
#WATCH | Earthquake tremors felt across Delhi-NCR. Visuals from Noida Sector 75 in Uttar Pradesh. pic.twitter.com/dABzrVoyVw
— ANI (@ANI) October 3, 2023
ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ମଧ୍ୟ ଭୂକମ୍ପରେ କମ୍ପନ ଅନୁଭୂତ ହୋଇଥିଲା। ଦୀର୍ଘ ସମୟ ଧରି କମ୍ପନ ଅନୁଭୂତ ହୋଇଥିଲା। ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ଅନୁଯାୟୀ ଭୂକମ୍ପର ତୀବ୍ରତା 6.2 ରେ ରେକର୍ଡ କରାଯାଇଥିଲା। ଯାହାର କେନ୍ଦ୍ର ନେପାଳର ଠାରୁ ପାଞ୍ଚ କିଲୋମିଟର ଗଭୀର ଥିଲା। ବର୍ତ୍ତମାନ ସୁଦ୍ଧା କୌଣସି ଜୀବନ କିମ୍ବା ସମ୍ପତ୍ତି ନଷ୍ଟ ହେବାର ଖବର ପ୍ରକାଶ ପାଇ ନାହିଁ । ଉତ୍ତରାଖଣ୍ଡର ଦେହରାଡୁନରେ ମଧ୍ୟ କମ୍ପନ ଅନୁଭୂତ ହୋଇଛି ।












Click it and Unblock the Notifications